ଭୁବନେଶ୍ୱର: ଓଡ଼ିଶାରେ ସେଣ୍ଟ୍ରାଫୋର୍ଜ ଏଆଇ (SentraForge AI)ର ପ୍ରସ୍ତାବିତ ୨୨,୬୩୪ କୋଟି ଟଙ୍କାର ଏଆଇ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ମଞ୍ଜୁରୀ କମିଟି (HLCA)ରୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହାକୁ ଭାରତର ସୋଭେରିଆନ୍ ଏଆଇ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ରୂପେ ଗଣାଯାଉଛି ।
ସେଣ୍ଟ୍ରାଫୋର୍ଜ ଏଆଇ ଏବଂ ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡ୍ ମଧ୍ୟରେ ଏକ ରଣନୈତିକ ସହଭାଗିତା ହେଉଛି ପ୍ରକଳ୍ପର କେନ୍ଦ୍ରବିନ୍ଦୁ । ଏହି ପଦକ୍ଷେପ ପାଇଁ ଜିଭିପିଆର ମୁଖ୍ୟ ଇକ୍ୱିଟି ସମର୍ଥକ, ଇନଫ୍ରାଷ୍ଟ୍ରକ୍ଚର କୋ-ପ୍ରୋମୋଟର ଏବଂ ଫଣ୍ଡାମେଣ୍ଟାଲ ପାର୍ଟନର (ମୂଳ ଅଂଶୀଦାର) ଭାବରେ କାର୍ଯ୍ୟ କରୁଛି ।
ପ୍ରସ୍ତାବିତ ପ୍ରକଳ୍ପକୁ ପରବର୍ତ୍ତୀ ପିଢ଼ିର ସୋଭେରିଆନ୍ ଏଆଇ କମ୍ପ୍ୟୁଟ୍ ଭିତ୍ତିଭୂମି ଭାବରେ ବିକଶିତ କରାଯାଉଛି । ହାଇ ଡେନ୍ସିଟି କମ୍ୟୁଟ୍, ଏଆଇ କାର୍ଯ୍ୟଭାର (AI workloads) ଏବଂ କର୍ପୋରେଟ୍ ଓ ସଂସ୍ଥାଗତ ପ୍ରୟୋଗଗୁଡ଼ିକୁ ସହାୟତା କରିବା ପାଇଁ ଡିଜାଇନ୍ କରାଯାଇଛି । ପ୍ରସ୍ତାବିତ ନିବେଶର ଆକାର ଭାରତର ବିସ୍ତାରିତ ଏଆଇ ଇକୋସିଷ୍ଟମରୁ ସୃଷ୍ଟି ହେଉଥିବା ଭିତ୍ତିଭୂମି ଆବଶ୍ୟକତାକୁ ପ୍ରତିଫଳିତ କରୁଛି ।
ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡ୍ ଲାର୍ଜ-ସ୍କେଲ୍ ପାୱାର ଟ୍ରାନ୍ସମିସନ୍, ହାଇ-ଭୋଲ୍ଟେଜ୍ ସବଷ୍ଟେସନ୍ ଏବଂ ହେଭି ସିଭିଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ନିଜର ଅଭିଜ୍ଞତା ସହିତ ଏହି ପ୍ରକଳ୍ପକୁ ଦକ୍ଷତା ପ୍ରଦାନ କରୁଛି । ଏହାର ଭୂମିକା କେବଳ ପାରମ୍ପରିକ ଭିତ୍ତିଭୂମି ସହାୟତା ମଧ୍ୟରେ ସୀମିତ ନୁହେଁ । ଏକ ମୁଖ୍ୟ ଇକ୍ୱିଟି ସମର୍ଥକ ଭାବରେ, ପ୍ରସ୍ତାବିତ ଏଆଇ ଭିତ୍ତିଭୂମିର ବିକାଶ ଏବଂ କାର୍ଯ୍ୟକାରିତାରେ ଜିଭିପିଆର୍ ଏକ ମୂଳ ଅଂଶୀଦାର ଭାବରେ ସ୍ଥାନିତ ହୋଇଛି ।
ଏହି ସହଭାଗିତା ଦୁଇଟି ଭିନ୍ନ ଦକ୍ଷତାକୁ ଏକାଠି ଆଣିଛି । ସୋଭେରିଆନ୍ ଏଆଇ ପ୍ରଯୁକ୍ତିବିଦ୍ୟା ଏବଂ କମ୍ପ୍ୟୁଟ୍ ଭିତ୍ତିଭୂମି ଉପରେ ସେଣ୍ଟ୍ରାଫୋର୍ଜ ଏଆଇର ଫୋକସ୍ ଏବଂ ଜିଭିପିଆର ଆର୍ଥିକ ଶକ୍ତି, ଭିତ୍ତିଭୂମି ବିଶେଷଜ୍ଞତା ଓ ଲାର୍ଜ-ସ୍କେଲ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଦକ୍ଷତା ଏକାଠି ହୋଇଛି । ଉଭୟ କମ୍ପାନି ମିଶି ଭାରତରେ ପରବର୍ତ୍ତୀ ପିଢ଼ିର ଏକ ସୋଭେରିଆନ୍ ଏଆଇ ଭିତ୍ତିଭୂମି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଓଡ଼ିଶାରେ ବିସ୍ତାରିତ ହେଉଥିବା ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ନିବେଶ ଯୋଜନାରେ ଏହାକୁ ମଞ୍ଜୁରି ମିଳିଛି । ୪୬ତମ ଏଚ୍ଏଲ୍ସିଏ ବୈଠକରେ ଓଡ଼ିଶା ସରକାର ୧୫ଟି ଜିଲ୍ଲାରେ ୨,୪୭,୧୧୫.୭୦ କୋଟି ଟଙ୍କାର ପ୍ରସ୍ତାବିତ ନିବେଶର ୨୭ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏହି ନିବେଶ ଦ୍ୱାରା ୫୦,୧୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
ସେଣ୍ଟ୍ରାଫୋର୍ଜ ଆଇର ସିଇଓ ଏବଂ ପ୍ରତିଷ୍ଠାତା କାର୍ତ୍ତିକ କ୍ରିଷ୍ଣନ୍ କହିଛନ୍ତି, “ବୃହତ୍ ପରିମାଣରେ ସୋଭେରିଆନ୍ ଆଇ ଭିତ୍ତିଭୂମି ନିର୍ମାଣ କରିବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ପ୍ରକଳ୍ପର ଶକ୍ତି କେବଳ ଏହାର ଆକାଂକ୍ଷାରେ ନାହିଁ, ବରଂ ଏହା ପଛରେ ଥିବା ସହଭାଗିତାରେ ରହିଛି । ଜିଭିପିଆର୍ ଇଞ୍ଜିନିୟର୍ସ ଲିମିଟେଡର ଭିତ୍ତିଭୂମି ଅଭିଜ୍ଞତା, ଆର୍ଥିକ ଶକ୍ତି ଏବଂ କାର୍ଯ୍ୟାନ୍ୱୟନ କ୍ଷମତା ସହିତ, ସାର୍ବଭୌମ କମ୍ପ୍ୟୁଟ୍ ପାଇଁ ଆମର ପରିକଳ୍ପନାକୁ ରୂପାନ୍ତରିତ କରିବାକୁ ଆମ ପାଖରେ ଏକ ଦୃଢ଼ ଭିତ୍ତିଭୂମି ରହିଛି ।”
