Voice of Eastern India

ଏବେ କମ ଭଢ଼ାରେ ବି ବିମାନ ଯାତ୍ରା କରିପାରିବେ: Air India ଆଣିଲା ନୂଆ ଭଡ଼ା ବ୍ୟବସ୍ଥା


ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପକ୍ଷରୁ ନୂଆ ‘ବେସିକ୍’ ଭଡ଼ା ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଏହି ନୂଆ ବ୍ୟବସ୍ଥାରେ ଗ୍ରାହକଙ୍କ ଯାତ୍ରା ସିନା ଶସ୍ତା ହେବ, କିନ୍ତୁ ବିମାନ ତରଫରୁ ଦିଆଯାଉଥିବା ମାଗଣା ଖାଦ୍ୟ ମିଳିବ ନାହିଁ, କିନ୍ତୁ ଚା’ ଓ କଫି ମାଗଣାରେ ମିଳିବ। ଏହି ସେବା ବଛା ବଛା ଘରୋଇ ରୁଟରେ ପାଇଲଟ୍ ପ୍ରୋଜେକ୍ଟ ଆକାରରେ ଆରମ୍ଭ ହୋଇଛି।

କମ ଖର୍ଚ୍ଚରେ ଯାତ୍ରା ପାଇଁ ନୂଆ ବିକଳ୍ପ:

ଏୟାର ଇଣ୍ଡିଆ କିଛି ନିର୍ଦ୍ଦିଷ୍ଟ ଘରୋଇ ରୁଟରେ ଏହି ନୂଆ ‘ବେସିକ୍’ ଭଡ଼ା ବର୍ଗ (Basic Fare Category) ଆରମ୍ଭ କରିଛି। ଏହି ଇକୋନୋମି କ୍ଲାସ ଟିକେଟରେ ଆରମ୍ଭ ହୋଇଥିବା ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଯାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଯାତ୍ରା କରିବାର ସୁଯୋଗ ଦେବା। ଏହି ନୂଆ ବ୍ୟବସ୍ଥାରେ ଯାତ୍ରୀଙ୍କ ପାଇଁ କିଛି ନିୟମ ମଧ୍ୟ କରାଯାଇଛି।

ଲଗେଜ୍ ପାଇଁ ୧୫ କିଲୋଗ୍ରାମର ସୀମା

  • ଏହି ‘ବେସିକ୍’ ଭଡ଼ା ବର୍ଗରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଜିନିଷପତ୍ର ନେବାର ନିୟମ ସ୍ଥିର କରାଯାଇଛି।
  • ଯାତ୍ରୀମାନେ ନିଜ ସହିତ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଚେକ୍-ଇନ୍ ବ୍ୟାଗେଜ୍ ନେଇପାରିବେ।
  • ଏହା ବ୍ୟତୀତ, ସେମାନଙ୍କୁ ୭ କିଲୋଗ୍ରାମ ପର୍ଯ୍ୟନ୍ତ କ୍ୟାବିନ୍ ବ୍ୟାଗେଜ୍ ବିମାନ ଭିତରକୁ ନେବାର ଅନୁମତି ରହିଛି।

୨୪ ଘଣ୍ଟା ପୂର୍ବରୁ ଖାଦ୍ୟ ବୁକ୍ କରିବାର ସୁବିଧା:

ଯଦିଓ ଏହି ବେସିକ୍ ଭଡ଼ାରେ ମାଗଣା ଖାଦ୍ୟ ମିଳିବ ନାହିଁ, ତଥାପି ଯାତ୍ରୀମାନଙ୍କ ଖାଦ୍ୟ କିଣିବାର ବିକଳ୍ପ ପାଇପାରିବେ। ନିଜ ପକେଟ୍ରୁ ଖର୍ଚ୍ଚ କରି ଯାତ୍ରୀ ବିମାନ କ୍ରୁଙ୍କ ଠାରୁ ଖାଦ୍ୟ କିଣିପାରିବେ। ଏହି ବର୍ଗରେ ଯାତ୍ରା କରୁଥିବା ଯାତ୍ରୀମାନେ ବିମାନ ଉଡ଼ାଣର ୨୪ ଘଣ୍ଟା ପୂର୍ବରୁ ନିଜ ପସନ୍ଦର ଖାଦ୍ୟ ‘ପ୍ରି-ପର୍ଚେଜ୍’ କରିପାରିବେ। ଏଥିରେ ଭେଜିଟାରିଆନ୍, ନନ୍-ଭେଜିଟାରିଆନ୍, ଏବଂ ଡାଇବେଟିକ୍ ମିଲ୍ସର ବିକଳ୍ପ ମଧ୍ୟ ଉପଲବ୍ଧ ରହିବ।

ଫ୍ଲାଇଟ୍ ପରିବର୍ତ୍ତନ ହେଲେ ରିଫଣ୍ଡ ବା ଟ୍ରାନ୍ସଫର ସୁବିଧା

ଏୟାର ଇଣ୍ଡିଆ ଖାଦ୍ୟର ରିଫଣ୍ଡ ଏବଂ ଟ୍ରାନ୍ସଫର ନେଇ ସ୍ପଷ୍ଟ ନିୟମ ଘୋଷଣା କରିଛି। ଯଦି ଫ୍ଲାଇଟ୍ ସିଡ୍ୟୁଲରେ କିଛି ପରିବର୍ତ୍ତନ ହୁଏ କିମ୍ବା ଯାତ୍ରୀଙ୍କୁ ଅନ୍ୟ ଫ୍ଲାଇଟକୁ ସିଫ୍ଟ କରାଯାଏ, ତେବେ ପୂର୍ବରୁ କିଣାଯାଇଥିବା ଖାଦ୍ୟ ନୂଆ ଫ୍ଲାଇଟକୁ ଟ୍ରାନ୍ସଫର ହୋଇଯିବ। ଯଦି କୌଣସି ପରିସ୍ଥିତିରେ ଖାଦ୍ୟ ଉପଲବ୍ଧ ନ ହୁଏ, ତେବେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ

ଭଡ଼ା ବିକଳ୍ପ ମଧ୍ୟ ଜାରି ରହିବ

  • ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ ଏହି ନୂଆ ବିକଳ୍ପ ଆସିବା ପରେ ମଧ୍ୟ ପୁରୁଣା ଭଡ଼ା ବିକଳ୍ପଗୁଡ଼ିକ ଉପଲବ୍ଧ ରହିବ।
  • ଯାତ୍ରୀମାନେ ପୂର୍ବଭଳି ଏୟାରଲାଇନର ବର୍ତ୍ତମାନର ‘ଭାଲ୍ୟୁ’ (Value), ‘କ୍ଲାସିକ୍’ (Classic) ଏବଂ ‘ଫ୍ଲେକ୍ସ’ (Flex) ଭଡ଼ା ବର୍ଗ ବୁକ୍ କରିପାରିବେ।
  • ଏହି ତିନୋଟି ପୁରୁଣା ବର୍ଗରେ ଯାତ୍ରୀମାନଙ୍କୁ ପୂର୍ବଭଳି ମାଗଣା ଖାଦ୍ୟ ମିଳିବ।

Also Read- India’s Digital Fraud Rate: ଭାରତରେ ଡିଜିଟାଲ ଠକେଇ ମାମଲା ବିଶ୍ୱ ତୁଳନାରେ ଦୁଇଗୁଣ ଅଧିକ: TransUnion ରିପୋର୍ଟ

ବୁକିଂ କିପରି କରିବେ?

ଏହି ବେସିକ୍ ଭଡ଼ା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ଘରୋଇ ରୁଟରେ ଉପଲବ୍ଧ। ଯାତ୍ରୀମାନେ ଏୟାର ଇଣ୍ଡିଆର ଅଫିସିଆଲ ୱେବସାଇଟ୍, ମୋବାଇଲ୍ ଆପ୍, କଣ୍ଟାକ୍ଟ ସେଣ୍ଟର ଏବଂ ଏୟାରପୋର୍ଟ ଟିକେଟିଂ ଅଫିସ ମାଧ୍ୟମରେ ବୁକିଂ କରିପାରିବେ।

ଫିଡବ୍ୟାକ ପରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ଏୟାର ଇଣ୍ଡିଆ କହିବା ଅନୁଯାୟୀ, ଏହି ପ୍ରୟାସ ସେହି ଯାତ୍ରୀମାନଙ୍କ ପାଇଁ ଆରମ୍ଭ କରାଯାଇଛି, ଯେଉଁମାନେ କମ ଖର୍ଚ୍ଚରେ ଯାତ୍ରା କରିବାକୁ ଗୁରୁତ୍ୱ ଦିଅନ୍ତି। ଏହି ପାଇଲଟ୍ ପର୍ଯ୍ୟାୟରେ ଗ୍ରାହକଙ୍କଠାରୁ ମିଳୁଥିବା ପ୍ରତିକ୍ରିୟା ଏବଂ ଫିଡବ୍ୟାକର ଆକଳନ କରାଯିବ। ଏଥିରୁ ମିଳୁଥିବା ଅଭିଜ୍ଞତାକୁ ଆଧାର କରି ଏହି ସେବାକୁ ଭବିଷ୍ୟତରେ ସ୍ଥାୟୀ ଭାବେ ଲାଗୁ କରିବା ନେଇ କମ୍ପାନୀ ନିଷ୍ପତ୍ତି ନେବ।



Source link

Leave A Reply

Your email address will not be published.