Voice of Eastern India

ଇରାନର ନୂଆ ସ୍କିମ୍, ଆମେରିକୀୟ ସୈନିକଙ୍କୁ ଜୀବିତ ଅଥବା ମୃତ ଧରାଇଦେଲେ ମିଳିବ ୩୦ ହଜାର ଡଲାର ପୁରସ୍କାର


ତେହେରାନ: ଇରାନ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିବା ପାଇଁ ଏକ ନୂଆ ଆଦେଶ ଜାରି କରିଛି। ଏ ନେଇ ରବିବାର ହୋଇଥିବା ଘୋଷଣା ଅନୁସାରେ ଆମେରିକୀୟ ସୈନିକଙ୍କୁ ମାରିବା ଓ ଧରିବା ପାଇଁ ୩୦ ହଜାର ଡଲାର ସହ ସମାନ ପୁରସ୍କାର ରାଶି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ଏହି କାମ ଯଦି କୌଣସି ମହିଳା କରନ୍ତି ତେବେ ତାଙ୍କ ପାଇଁ ପୁରସ୍କାର ରାଶି ଦୁଇଗୁଣା ହେବ। ତେହେରାନ ଏହି ଘୋଷଣା ସେତେବେଳେ କରିଛି ଯେତେବେଳେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି।

ଫେବୃଆରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରିଥିଲେ। ସେବେଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଏବେ ହର୍ମୁଜକୁ ନେଇ ଦୁଇ ଦେଶ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଇରାନର ସରକାରୀ ଏଜେନ୍ସୀ ଆଇଆରଏନଏ ଅନୁସାରେ ଦେଶର ସେନା ମୁଖ୍ୟ ଅମୀର ହାତମୀ କହିଛନ୍ତି ଯେ ଏହି ଯୋଜନା ଫାଇନାନସିଆଲ ହେଲପରେ ଅଂଶଗ୍ରହଣ ଲାଗି ବହୁ ସଂଖ୍ୟାରେ ଅନୁରୋଧ ପରେ କରାଯାଇଛି। ତେବେ ହାତମୀ ଯୋଜନା ସମ୍ପର୍କରେ ଅଧିକ କିଛି କହିନାହାନ୍ତି। ତେବେ ଏ ପର୍ଯ୍ୟନ୍ତ ଯୁଦ୍ଧରେ ଇରାନର କୌଣସି ସ୍ଥାନରେ ଆମେରିକା ସୈନିକ ମୁତୟନ କରିଥିବାର ନଜିର ନାହିଁ।

ଆଇଆରଏନଏ ଅନୁସାରେ ହାତମୀ କହିଛନ୍ତି ଯେ ଯଦି କେହି ଆମେରିକୀୟ ସୈନିକଙ୍କୁ ହତ୍ୟା କରନ୍ତି ଅଥବା ଧରି ଆଣନ୍ତି ତାଙ୍କୁ ଇସ୍ଲାମିକ ରିପବ୍ଲିକ ଇରାନ ସେନା ୩୦ ହଜାର ଡଲାର ଅଥବା ୫ ବିଲିୟନ ଟୋମନ ସହ ସମାନ ପୁରସ୍କାର ରାଶି ପ୍ରଦାନ କରିବ। ଏଥିରେ ଯଦି ଏହି କାମ କୌଣସି ମହିଳା କରନ୍ତି ତେବେ ଏହି ପୁରସ୍କାର ରାଶିକୁ ଦୁଇଗୁଣା କରିଦିଆଯିବ ବୋଲି କୁହାଯାଇଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଫେବୃଆରୀ ୨୮ରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଅୟାତୋଲା ଅଲି ଖେମେନୀଙ୍କ ମୃତ୍ୟୁ ହୋଇଥିଲା। ଇରାନ ମଧ୍ୟ ହର୍ମୁଜରେ ବ୍ୟବସାୟୀକ ଜାହାଜଙ୍କ ଯାତାୟାତ ଉପରେ ପ୍ରଭାବୀ ରୂପେ ରୋକ ଲଗାଇଛି।



Source link

Leave A Reply

Your email address will not be published.