ନୂଆଦିଲ୍ଲୀ, ୦୨/୧୦ :କିଛି ବଡ଼ କରିବାକୁ ଯାଉଛିଆମେରିକା । ମଧ୍ୟପ୍ରାଚ୍ୟ ବା ମିଡିଲ୍ ଇଷ୍ଟକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ଖାସ୍ ରଣନୀତି । ଯାହାକୁ ନେଇ ସବୁଠି ଚର୍ଚ୍ଚା । ଇରାନ ଉପରେ କିଛି ବଡ ଆକ୍ସନ୍ ନେଇପାରନ୍ତି ଟ୍ରମ୍ପ୍ । ପଶ୍ଚିମ ଏସିଆକୁ ଅତିରିକ୍ତ୯ହଜାର ସୈନ୍ୟ ଟ୍ରମ୍ପ୍ ପଠାଇବା ପରେ କିଛି ଏମିତି ଆଲୋଚନା ଆରମ୍ଭ ହୋଇଯାଇଛି ।
ଏସବୁ ମଧ୍ୟରେ ଟ୍ରମ୍ପ୍ ଇରାନ ଉପରେ ଆକ୍ରମଣ ନେଇ ପୁଣି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲକୁ ଯାଉଥିବା ଏକ ବିମାନକୁ କ୍ରାଶ୍ କରିବା ପାଇଁ ଉଦ୍ୟମ ହୋଇଥିଲା । ଅଭିଯୁକ୍ତ କୋ ପାଇଲଟ୍ ଇରାନ ସହ ଜଡିତ ସମ୍ପର୍କ ରଖି ଥାଇପାରନ୍ତି । ନଭେମ୍ବର୩ରେ ନିର୍ବାଚନ ସରିବା ପରେ ତେହେରାନ ଉପରେ ଆକ୍ରମଣ ବଢିପାରେ ।
Also Read :- ‘ଆମ ପାଇଁ ସମସ୍ତେ ସମାନ, ସେ ବସ୍ କଣ୍ଡକ୍ଟର ହୁଅନ୍ତୁ ବା ପ୍ରମୁଖ ସଚିବ’- ସୁପ୍ରିମକୋର୍ଟ
ଆମେରିକା ସେନା ମଧ୍ୟପ୍ରାଚ୍ୟରେ ନିଜର ଉପସ୍ଥିତି ବୃଦ୍ଧି କରୁଛି । ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ,୯ହଜାର ସୈନ୍ୟ ମଧ୍ୟପ୍ରାଚ୍ୟ ଅଭିମୁଖେ ବାହାରିଛନ୍ତି । ଏହାମଧ୍ୟରେ ୭୦୦୦ରୁ ଅଧିକ ନୌସୈନିକ ଏବଂ ୨୦୦୦ମେରାଇନ୍ କମାଣ୍ଡୋ ରହିଛନ୍ତି । ଏମାନଙ୍କ ମଧ୍ୟରେ ୟୁଏସଏସ ଥିଓଡୋର୍ ରୁଜଭେଲଟ୍ କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପ୍ ସାମିଲ ଅଛନ୍ତି । ଏମାନଙ୍କ ସହ ଦୁଇଟି ଶକ୍ତିଶାଳୀ ଯୁଦ୍ଧ ଜାହାଜ ବି ଯାତ୍ରା ଆରମ୍ଭ କରିଛି ।
ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି ଯେ, ମଧ୍ୟପ୍ରାଚ୍ୟର ସମୁଦ୍ରରେ ତିନୋଟି ବିମାନବାହାକ ଯୁଦ୍ଧ ଜାହାଜ ପହଁଚିବ । ପୂର୍ବରୁ ଏଠାରେ ଥିବା ଯବାନଙ୍କୁ ମିଶାଇଲେ ମୋଟ୍ ସଂଖ୍ୟା୨୦ହଜାର ଟପିବ । ଯାହା ଖୁବ୍ ଅଧିକ ।୨୦୦୩ପରେ ଏଠାରେ ଏତେସଂଖ୍ୟକ ସୈନ୍ୟ ଏବଂ ଯୁଦ୍ଧ ଜାହାଜ ମୁତୟନ ହୋଇଥିବା ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କୁ ସାମ୍ବାଦିକମାନେ ବିମାନ ହାଇଜାକ୍ ଘଟଣାରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଟ୍ରମ୍ପ୍ ଏହା ପଛରେ ଇରାନର ହାତ ଥିବା ଶୁଣିବାକୁ ମିଳୁଥିବା ପ୍ରକାଶ କରିଥିଲେ । ତଦନ୍ତ ଜାରି ରହିଛି । ଇରାନ ଉପରେ ଆଗକୁ ଜୋରଦାର ଆକ୍ରମଣ ହେବ ବୋଲି ସେ କହିଥିଲେ ।
