Voice of Eastern India

ଇଣ୍ଡି ମେଣ୍ଟର ମାର୍ଚ୍ଚରେ ବିଜେଡି ସାମିଲ୍, ଭର୍ତ୍ତୃହରିଙ୍କ କଟାକ୍ଷ, କାଉଣ୍ଟର କଲେ ସଂତୃପ୍ତ


ଭୁବନେଶ୍ଵର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜାତୀୟ ରାଜନୀତିର ଗରମ ହାଓ୍ଵା ଏବେ ଓଡ଼ିଶାରେ ପ୍ରବାହିତ ହେଉଛି। ଜ୍ଞାନେଶଙ୍କ ଇସ୍ତଫା ହେଉ କି MMDR ବିଧେୟକ ହେଉ, ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଇଣ୍ଡି ମେଣ୍ଟର ପୂରା ବିରୋଧୀ ପାର୍ଟି। ଇଣ୍ଡି ମେଣ୍ଟର ଆନ୍ଦୋଳନରେ ନିଜକୁ ସାମିଲ୍ କରାଇଛି ବିଜେଡି। ଗତକାଲି ଦିଲ୍ଲୀ ପଦଯାତ୍ରାରେ ବିଜେଡିର ସାମିଲକୁ ନେଇ ମୁହାମୁହିଁ ହୋଇଛନ୍ତି କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଜେଡିର ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର। ଉଭୟଙ୍କ ମଧ୍ୟରେ ହୋଇଥିବା ବାକ ଯୁଦ୍ଧ ରାଜନୀତିକୁ ସରଗରମ କରିଛି।

ଦିଲ୍ଲୀରେ ଇଣ୍ଡି ମେଣ୍ଟ ମାର୍ଚ୍ଚରେ ବିଜେଡି ଯୋଗ ଦେବା ପ୍ରସଙ୍ଗରେ ପ୍ରଥମେ ପ୍ରତିକ୍ରିୟା ଦେଇ ବିଜେଡିକୁ ସମାଲୋଚନା କରିବା ସହ କଟାକ୍ଷ କରିଥିଲେ ଭର୍ତ୍ତୃହରି। ସେ କହିଥିଲେ, ଇଣ୍ଡି ମେଣ୍ଟକୁ ସମର୍ଥନ ଦେବା ବିଜେଡିର ହତାଶପଣକୁ ଦର୍ଶାଉଛି। ୨୪ ବର୍ଷ ଧରି ଶାସନରେ ଥିବା ଏହି ଦଳ ଇଣ୍ଡି ମେଣ୍ଟର ମାର୍ଚ୍ଚରେ ଯୋଗ ଦେଉଛି।

Also Read: ବିଜେଡିର ୟୁ ଟର୍ଣ୍ଣ, ଅଧ ଘଣ୍ଟା ତଳେ ହଁ, ଏବେ ଦଳ କହୁଛି ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଦେବୁନି

ଭର୍ତ୍ତୃହରିଙ୍କ କଟାକ୍ଷର ଜବାବ ଦେଇଛନ୍ତି ସାଂସଦ ସଂତୃପ୍ତ ମିଶ୍ର। ସେ କହିଛନ୍ତି, ବିଜେଡି ହତାଶ ହୋଇନି। ଦଳ ଜନତାଙ୍କ ପ୍ରସଙ୍ଗକୁ ନେଇ ଇଣ୍ଡି ମେଣ୍ଟକୁ ସମର୍ଥନ ଦେଇଛି। ବିଜେଡି ନୁହେଂ ବରଂ ଭର୍ତ୍ତୃହରି ନିଜେ ହତାଶ ହୋଇ ଦଳ ବଦଳାଇଛନ୍ତି। ଆମେ ସମ୍ବିଧାନ ସୁରକ୍ଷା ଓ ନାଗରିକ ଅଧିକାର ପାଇଁ ଲଢେଇ କରୁଛୁ। ଏମଏମଡିଆର ପ୍ରସଙ୍ଗ ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ହେଉଛି ଜନତାଙ୍କ ହିତ ପ୍ରସଙ୍ଗ।

ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଆୟୋଗରେ ମନମୁଖୀ କାର୍ଯ୍ୟ ଏବଂ ତାଙ୍କ ଇସ୍ତଫା ଦାବିରେ ଗତକାଲି ଇଣ୍ଡି ମେଣ୍ଟ ପକ୍ଷରୁ ପଦଯାତ୍ରା ବାହାର କରାଯାଇଥିଲା। ଏହାକୁ ସମର୍ଥନ ଦେଇ ପଦଯାତ୍ରାରେ ସାମିଲ୍ ହୋଇଥିଲା ବିଜେଡି।



Source link

Leave A Reply

Your email address will not be published.