Voice of Eastern India

ଆଲ୍ଲାଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ୍ ! କହିଲେ -‘ହର୍ମୁଜରେ ଆମେରିକା ତିଆରି କରିଛି ଲୁହାର ପାଚେରୀ’, କ’ଣ କରିବ ଇରାନ ?


ନୂଆଦିଲ୍ଲୀ,୧୩/୦୮ଆଲ୍ଲାଙ୍କୁ ଧନ୍ୟବାଦ ଯେ ହର୍ମୁଜ୍ ପ୍ରଣାଳୀରେ ଆମେରିକା ଏକଲୌହ ପାଚେରିଛିଡ଼ା କରିଦେଇଛି। ଏହା ଆଗକୁ ବି ଜାରି ରହିବ । ଏହି ଜଳମାର୍ଗ ଉପରେ ବର୍ତ୍ତମାନ ଆମେରିକାର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ବୁଧବାର ଏହି ଟିପ୍ପଣୀ ଦେଇଛନ୍ତି ।

ସୋସିଆଲ ମିଡିଆରେ ଟ୍ରମ୍ପ୍ ଲେଖିଛନ୍ତି,ମଧ୍ୟପ୍ରାଚ୍ୟର ଦାଦା ବନିଥିବା ଇରାନର ସ୍ଥିତି ଆଉ ଆଗ ଭଳି ନାହିଁ । ଇରାନରେ ଏବେ ଦରଦାମ ବୃଦ୍ଧି ୩୦୦% ହୋଇଯାଇଛି। ସେମାନଙ୍କ ସ୍ଥିତି ଲଗାତର ଭାବେ ଖରାପ ହେବାରେ ଲାଗିଛି । ସେମାନେ କେବଳ ଭାଷଣବାଜି କରି ବାହାସ୍ଫୋଟ ମାରୁଛନ୍ତି । ଯୁଦ୍ଧବିରତିକୁ ନେଇ ନୂଆ ବୁଝାମଣା ପାଇଁ ଇରାନ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କର ଏହି ବୟାନ ସାମ୍ନାକୁ ଆସିଛି।

Also Read :- ଇମ୍ରାନ ଖାନ ମୃତ ? ପାକିସ୍ତାନୀ ସାମ୍ବାଦିକଙ୍କ ଦାବିକୁ ନେଇ ହଇଚଇ, ବଡ଼ ଚେତାବନୀ ଦେଲା PTI

ସେ କହିଛନ୍ତି,ମୋତେ ଲାଗୁଛି ହର୍ମୁଳ ଉପରେ ଆମର ନିୟନ୍ତ୍ରଣ ଏହିଭଳି ଭାବେ ଜାରି ରହିବ । ଆମର ନୌସେନା-ଅବରୋଧକୁ ସମସ୍ତେ ଲୌହ ପାଚେରି ବୋଲି କହୁଛନ୍ତି।ଇରାନ ଏହାକୁ ନେଇ କିଛି ଦି କରିପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଇରାନକୁ ଉପହାସ କରିଛତି ଟ୍ରମ୍ପ୍ । ନିଜ ପୋଷ୍ଟରେ କହିଛନ୍ତି,ସେମାନଙ୍କ ପାଖରେ ନୌସେନା ନାହିଁIବାୟୁସେନା ବି ନାହିଁ। ବାକି ଯେଉଁ ସୈନ୍ୟମାନେ ଅଛନ୍ତି,ସେମାନଙ୍କୁ ଠିକରେ ଦରମା ମିଳୁନାହିଁ । ଆଇଆରଜିସି ସାଙ୍ଘାତିକ ଭାବେ ବରବାଦ ହୋଇଯାଇଛି । ସେମାନେ ଏବେ ପଳାୟନ କରୁଛନ୍ତି । ଇରାନର ନେତାଙ୍କ ପରିସ୍ଥିତି ମଧ୍ୟ ବହୁତ ଅନିଶ୍ଚିତତା ଦେଇ ଗତି କରୁଛି । ସେମାନଙ୍କ ପାଖରେ ଅର୍ଥ ନାହିଁ । ସେମାନଙ୍କ ପାଖରେ କେବଳ ମିଥ୍ୟା ଖବର ଭରି ରହିଛି। ଇରାନ କେବକ ଭାଷଣବାଜି ମାରୁଛି । ଆଲ୍ଲାଙ୍କୁ ଧନ୍ୟବାଦ ଯେ ଇରାନ ଆଉ ମଧ୍ୟପ୍ରାଚ୍ୟର ଦାଦା ହୋଇ ରହିନାହିଁ ।

ବିପଦରେ ୟୁଏସ ଜାହାଜ

ଇରାନ ବିରୋଧରେ ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟରେ ୟୁଏସ ଅବ୍ରାହମ୍ ଲିଙ୍କନ ଯୁଦ୍ଧ ଜାହାଜ ମୁତୟନ କରିଥିଲା ଆମେରିକା । ଏହାର ସାମର୍ଥ୍ୟ ଏବଂ ଏଥିରେ ରହିଥିବା ବିଭିନ୍ନ ଯୁଦ୍ଧ ସରଞ୍ଜାମକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। କିନ୍ତୁ ମୁତୟନ ହେବାର ପ୍ରାୟ ୨୧୦ ଦିନ ପରେ ସ୍ଥିତି ଭିନ୍ନ ରହିଛି । କାହାଜକୁ ନେଇ ଅନେକ ନକରାତ୍ମକ ଖବର ଆସୁଛି। ରିପୋର୍ଟ ମୁତାବକ,ଏଥିରେ ସହଜରେ ରହି କାମ କରିବାକୁ ନାବିକମାନେ ମଙ୍ଗୁ ନାହାନ୍ତି। କିଛି ସୈନ୍ୟ କାହାଜରୁ ଡେଇଁ ପଳାୟନ ପାଇଁ ଚେଷ୍ଟା କରୁଥିବା ଖବର ବି ଆସିଛି। ଇଗନା ନୌସେନା ବରବାଦ ହେଇଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ତାଛଲ୍ୟ ବି କରୁଛନ୍ତି । କିନ୍ତୁ ଆମେରିକାର ସ୍ଥିତି ଯେ କେତେ ଖରାପ ତାହା ଏହି ସଦ୍ୟ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି।



Source link

Leave A Reply

Your email address will not be published.