ନୂଆଦିଲ୍ଲୀ, ୨୮/୦୯ : ଆତଙ୍କବାଦୀ ଯଦି ଭାରତ ଆଡ଼କୁ ଆଖି ଉଠାଇ ଦେଖନ୍ତି, ତେବେ ସେମାନଙ୍କୁ ନିର୍ଣ୍ଣାୟକ ଜବାବ ଦିଆଯିବ। ଆତଙ୍କବାଦ ବିରୋଧରେ ଭାରତ ଶୂନ୍ୟ ସହନଶୀଳ ନୀତିରେ ଚାଲୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ୍ କୀ ବାତ’ର ୧୩୩୮ତମ ସଂସ୍କରଣରେ ଏହା କହିଛନ୍ତି ।
Also Read :- ଆଲବମ୍ ଅଭିନେତ୍ରୀ ଜସ୍ମିନଙ୍କ ଆତ୍ମହତ୍ୟା : ପିଇଦେଲେ ଏସିଡ୍ !
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୬ ସେପ୍ଟେମ୍ବର ୨୮-୨୯ରେ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା। ସୋମବାର ଏହାକୁ ୧୦ ବର୍ଷ ପୂରଣ ହେଉଛି। ଭାରତୀୟ ସେନା ନିୟନ୍ତ୍ରଣ ରେଖା (ଏଲଓସି) ପାର୍ କରି ଆତଙ୍କୀ ଶିବିର ଉପରେ ଭାଷଣ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଭାରତୀୟ ଯବାନଙ୍କ ଏହି ପରାକ୍ରମ ଦେଖି ଦୁନିଆ ଜଳିତ ହୋଇଥିଲା।ମୋଦି ବାଲାକୋଟ ଏୟାରଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ‘ଅପରେସନ ସିନ୍ଦୂର’ କଥା ଦି କହିଛନ୍ତି I ମୋଦି କହିଛନ୍ତି, ବିଗତ ଦଶନ୍ଧିରେ ଭାରତ ବାରମ୍ବାର ସ୍ପଷ୍ଟ ସନ୍ଦେଶ ଦେଇଆସିଛି ଯେ ଏହା ଆତଙ୍କବାଦ ବିରୋଧରେ ଦୃଢ ତଥା ନିର୍ଣ୍ଣାୟକ ଜବାବ ଦେବ। ଦେଶରେ ସିରିଏଲ୍ ବୋମା ବିସ୍ଫୋରଣ ସାଧାରଣ ଘଟଣାରେ ପରିଣତ ହୋଇଥିଲା। ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହେଉଥିଲା । କିନ୍ତୁ ଏହା ଉପରେ ବିଶେଷ ଧ୍ୟାନ ଦିଆଯାଉ ନଥିଲା I ଆଜି ଭାରତ ଆତଙ୍କବାଦ ବିରୋଧରେ ଶୂନ ସହନଶୀଳ ନୀତି ଆପଣାଇଥିବା ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଗଣନା ଆମ ସମସ୍ତଙ୍କର ରାଷ୍ଟ୍ରୀୟ ଦାୟିତ୍ଵ । ଅଦ୍ୟାବଧି ମୋବାଇଲ ଫୋନ ଦ୍ୱାରା ୨ କୋଟି ୬୦ ଲକ୍ଷରୁ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜ ତଥ୍ୟ ଦେଇଛନ୍ତି। ଏଥିପାଇଁ ଖୁବ କମ୍ ସମୟ ଲାଗୁଛି! ସମସ୍ତେ ଏହା କରାଇନେବା ଆବଶ୍ୟକ। ଦେଶ ଲାଗି ଏହା ବହୁତ ମହତ୍ତ୍ୱପୂର୍ଣ୍ଣ। ମୋଦି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ କଥା ବି ଉଠାଇଛନ୍ତି। କହିଛନ୍ତି, ଗନ୍ଧିଜୀ ଅନେକ ଜୀବନ ମନ୍ତ୍ର ଦେଇଥିଲେ। ଏଥିରେ ସ୍ୱଚ୍ଛତା ବି ସାମିଲ ଥିଲା । ଏହି ପରିପ୍ରେକ୍ଷୀରେ ସ୍ୱଛତା ଅଭିଯାନ ସହ ଜଡ଼ିତ ଫଟୋ, ଭିଡିଓ ଏବଂ ରିଲ୍ବ ସୋସିଆଲ ମିଡିଆରେ ସେୟର ପଇଁ ମୋଦି ଅହ୍ବାନ ଦେଇଛନ୍ତି।
ମୋଦି କହିଛନ୍ତି, ଦେଶବ୍ୟାପୀ ଯୁବପିଢ଼ି ନିଶା ବିରୋଧରେ ସଚେତନତା ଅଭିଯାନ ଚଳାଉଛନ୍ତି। ଯୁବପିଢ଼ି ସୋସିଆଲ ମିଡିଆ ଜରିଆରେ ମଧ୍ୟ ନିଶାମୁକ୍ତ ରହିବା କଥା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି। ‘ନିଶାମୁକ୍ତ ଯୁବା ଅଭିଯାନ’ରେ ୧୦୦ ସହରରେ ସ୍ବାସ୍ଥ୍ୟ ଏବଂ ଧ୍ୟାନ ଶିବିର ଆଦି କରାଯାଇଛି। ଲକ୍ଷ ଲକ୍ଷ ଯୁବକ ନିଶାଠାରୁ ଦୂରେଇ ରହିବାକୁ ସଙ୍କଳ୍ପ ନେଇଛନ୍ତି ନେଇଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
