Voice of Eastern India

ଆକ୍ସନରେ କେନ୍ଦୁଝର ପୋଲିସ, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର


କେନ୍ଦୁଝର ୧୬।୦୬ : କେନ୍ଦୁଝରରେ ପୋଲିସର ଆକ୍ସନ୍‌। ଅପରାଧିଙ୍କୁ ସାବାଡ ପାଇଁ ଗର୍ଜିଲା ପୋଲିସ ବନ୍ଧୁକ। ମହୁଲଡ଼ିହା ଜଙ୍ଗଲ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକକୁ ଏନକାଉଣ୍ଟର କରିଛି ପୋଲିସ। ଗୁଳିମାଡ଼ରେ ପ୍ରଭାତ ମଲିକ ଗୁରୁତର ଆହତ ହୋଇଛି। ପ୍ରଭାବକୁ ଉଦ୍ଧାର କରି କେନ୍ଦୁଝର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ପୋଲିସ। ପ୍ରଭାତ ନିକଟରୁ ଗୋଟିଏ ବନ୍ଧୁକ ଓ ୧୨ ହଜାର ଟଙ୍କା ଜବତ ହୋଇଛି।

ଖବର ଅନୁଯାୟୀ, ସଦର ଥାନାର ବାଉରୀପଦା ଜଙ୍ଗଲରେ ଘଟିଥିବା ଏକ ଲୁଟ ଘଟଣାର ତଦନ୍ତ ଏବଂ ଲୁଟ ଟଙ୍କା ଉଦ୍ଧାର ପାଇଁ  ପ୍ରଭାତ ମଲିକଙ୍କୁ ନେଇ ପୁଲିସ ଯାଇଥିଲା। ସେହି ସମୟରେ ସେ ପୋଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏପିରିକି ଲୁଚାଇ ରଖିଥିବା ବନ୍ଧୁକରୁ ପୋଲିସକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ପରିସ୍ଥିତିକୁ ଦେଖି ପୋଲିସ ପାଲଟା ଗୁଳି ଚାଳନା କରିଥିଲା । ଗୁଳିରେ ପ୍ରଭାତ ମଲିକ ଆହତ ହୋଇଛି। ତାକୁ ଗୁରୁତର ଅବସ୍ଥାରେ ତୁରନ୍ତ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରଭାତ ନାଁରେ ବିଭିନ୍ନ ଥାନାରେ ୪୦ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି। 

Also Read:-Monsoon Update : ଇଏ କି ପ୍ରକାର ମୌସୁମୀ ? ଆସୁଛି, ଛୁଉଁଛି.. ହେଲେ ବର୍ଷା ନାହିଁ

 



Source link

Leave A Reply

Your email address will not be published.