Voice of Eastern India

ଅହମଦାବାଦ Air India ବିମାନ ଦୁର୍ଘଟଣା, AAIB ଓ Boeingଙ୍କ ଦାବିକୁ କୋର୍ଟରେ ଖାରଜ କଲେ ପୀଡ଼ିତଙ୍କ ଓକିଲ


ଅହମଦାବାଦ: ଏୟାର ଇଣ୍ଡିଆର ବୋଇଁ ବିମାନ ଉଡାଣ କରିବାର ମାତ୍ର ୩୯ ସେକେଣ୍ଡରେ ଦୁର୍ଘଟଣାଗ୍ରସ୍ତ ହେବା ନେଇ ଏ ପର୍ଯ୍ୟନ୍ତ ଆସିଥିବା ରିପୋର୍ଟର ସତ୍ୟତା ଆଗାମୀ ଦିନରେ ଯାଞ୍ଚ ଏଜେନ୍ସୀଙ୍କ ଚୂଡ଼ାନ୍ତ ରିପୋର୍ଟରୁ ଜଣାପଡିଯିବ। ତେବେ ଏଏଆଇବି ଓ ବୋଇଂ ର ସମସ୍ତ ଦାବିକୁ ପୀଡ଼ିତଙ୍କ ଓକିଲ ମାଇକ ଏଣ୍ଡ୍ରିୟୁଜ୍ କୋର୍ଟରେ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଛନ୍ତି। ଓକିଲ ତାଙ୍କ ବ୍ୟକ୍ତିଗତ ଯାଞ୍ଚରେ ବିମାନରେ ପୂର୍ବୁ ତ୍ରୁଟି ଥିଲା ଓ ଇଲେକ୍ଟ୍ରିକ୍ ସିଷ୍ଟମରେ ତ୍ରୁଟି ବିମାନ ଦୁର୍ଘଟଣାର କାରଣ ବୋଲି କହିଛନ୍ତି।

ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣାରେ ୨୪୧ ଯାତ୍ରୀ ଓ ଅନ୍ୟ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ମୃତ ଆମେରିକୀୟ ଓ ବ୍ରିଟିଶ ଯାତ୍ରୀଙ୍କ ପରିଜନଙ୍କ ପକ୍ଷରୁ ଆମେରିକାରେ କେସ୍ ଲଢୁଥିବା ବିସ୍ଲି ଏଲନ ଲ ଫାର୍ମ ଆମେରିକାର ପାର୍ଟନର ଏବଂ ଆଟର୍ଣ୍ଣି ମାଇକ୍ ଏଣ୍ଡ୍ରିୟୁଜ୍ କହିଛନ୍ତି ଯେ ବିମାନ ଦୁର୍ଘଟଣା ପରେ ସୁଇସାଇଡ ନ୍ୟାରେଟିଭ ରଟାଗଲା ହେଲେ ଏହା ଟେକ୍ନିକାଲର କାରଣରୁ ହୋଇଥିବା ସେ ଅନୁମାନ କରିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣାର ଫଟୋ ଓ ଭିଡିଓ ଦେଖିଲେ ଏହା ଲାଗୁଛି ଆରଏଟି ଡିଭାଇସ ବାହାରକୁ ଆସି କାମ କରୁଥିଲା।

ଏହା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ଫୁଏଲ ସ୍ୱିଚ୍ ଖରାପ ହେବା ଯୋଗୁ ଆରଏଟି ପୂର୍ବରୁ ବାହାରକୁ ବାହାରି ଆସିଥିଲା। ଏଣୁ ଏହା ଏହି ଦୁର୍ଘଟଣା ନେଇ ଜାରି ହୋଇଥିବା ଅନ୍ତରୀଣ ରିପୋର୍ଟକୁ ଅଗ୍ରାହ୍ୟ କରୁଛି। ଏୟାରକ୍ରାଫ୍ଟ ଉଡାଣ କରିବା ପୂର୍ବରୁ ଫଲ୍ଟ ସିଗନାଲ ଦେଖା ଯାଉଥିଲା। କୁହାଯାଉଛି ବିମାନର ଟ୍ରାନସପୋଣ୍ଡର ପ୍ରଥମେ ବନ୍ଦ ଥିଲା ଓ ପୁଣି ଚାଲୁ ହୋଇଥିଲା। ଏଣୁ ଅନ୍ତରୀଣ ରିପୋର୍ଟରେ ପାଇଲଟଙ୍କ ସୁଇସାଇଡ ଥିଓରୀକୁ ଲ ଫାର୍ମ ସ୍ପଷଟ ଖାରଜ କରିଦେଇଛି ଓ କହିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନରେ ପୂର୍ବରୁ ଟେକ୍ନିକାଲ ତ୍ରୁଟି ଥିଲା। ଏଥି ପାଇଁ ପୂର୍ବରୁ ଇଲକ୍ଟ୍ରିକ୍ ପ୍ୟାନେଲକୁ ବଦଳା ଯାଇଥିଲା। ୱାଟର ଲିକ୍ ପାଇଁ ମଧ୍ୟ ସର୍କିଟ ଖରାପ ହୋଇପାରେ।

ଆଟର୍ଣ୍ଣି ମାଇକ୍ ଏଣ୍ଡ୍ରିୟୁଜ କହିଛନ୍ତି ଆରଏଟି ରନୱେରେ ଆକ୍ଟିଭେଟ୍ ହେବା, ଗେଟ୍ ରେ ଫଲ୍ଟ ସିଗ୍ନାଲ ଓ ଟ୍ୟାକ୍ସିରେ ଟ୍ରାନ୍ସପୋଣ୍ଡର ଫେଲ ହେବା ଏହା ଇଲେକ୍ଟ୍ରିକାଲ ସିଷ୍ଟମ ଫଲିୟୋର ଆଡକୁ ଇଶାରା କରୁଛି। ବିମାନ ଦୁର୍ଘଟଣା ପରେ ଫୁଏଲ ସ୍ୱିଚ୍ ବନ୍ଦ ହେବା ନେଇ ବିଭିନ୍ନ ପ୍ରକାର କଥା ସାମ୍ନାକୁ ଆସୁଛି। ତେବେ ପୀଡ଼ିତଙ୍କ ଓକିଲ ଦାବି କରିଛନ୍ତି ଯେ ବିମାନରେ ତ୍ରୁଟି ଏହା ପୂର୍ବରୁ ଆରମ୍ଭ ହୋଇସାରିଥିଲା।

ଲ ଫାର୍ମର କହିବା କଥା ହେଉଛି ବିମାନ ଦୁର୍ଘଟଣାର ରିପୋର୍ଟ ବର୍ଷ ମଧ୍ୟରେ ଆସିବା କଥା। ଏଣୁ ଏଏଆଇବି ୧୨ ଜୁନ ବା ଏହା ପୂର୍ବରୁ ରିପୋର୍ଟ ଜାରି କରିପାରନ୍ତି। ଏୟାର ଇଣ୍ଡିଆ ଆମେରିକା ଓ ବ୍ରିଟିଶ ପୀଡ଼ିତଙ୍କ ସମ୍ପର୍କରେ ସୂଚନା ଉପଲବ୍ଧ କରାଉ ନାହିଁ। ଏଣୁ ସୂଚନା ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିବା ଲ ଫାର୍ମ ଅଭିଯୋଗ କରିଛି।



Source link

Leave A Reply

Your email address will not be published.