Voice of Eastern India

ଅଗଷ୍ଟ ୨୭ ନା’ ୨୮ ? କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ ସଠିକ୍ ତାରିଖ


ଭୁବନେଶ୍ବର ୨୦।୮: ଅଗଷ୍ଟ ୨୭ ନା’ ୨୮ ? କେବେ ପଡୁଛି ରାକ୍ଷୀ ପୂର୍ଣ୍ଣିମା ? ଏହାକୁ ନେଇ ଦ୍ବନ୍ଦ୍ବ ଦେଖାଗଲାଣି । ପ୍ରତିବର୍ଷ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପାଳନ କରାଯାଇଥାଏ । ଶ୍ରୀମନ୍ଦିରରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ ହୋଇଥାଏ । ଶ୍ରୀମନ୍ଦିରରେ ୨୮ ତାରିଖ ଦିନ ପାଳନ ହେବ ବଳଭଦ୍ର ଜନ୍ମ, ରାକ୍ଷୀ ଲାଗି ଓ ପ୍ରଭୁ ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ।

ତେବେ ସାଧାରଣ ଲୋକେ କେବେ ପାଳନ କରିବେ ଗହ୍ମା ପୂର୍ଣ୍ଣିମା ଏବଂ ବଳଭଦ୍ର ଜନ୍ମ ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଲାଗି ରହିଛି ଦ୍ଵନ୍ଦ୍ବ । ଏହି ଦ୍ଵନ୍ଦ୍ବକୁ ଦୂର କରିଛନ୍ତି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର ।

Also Read:- ରାଜ୍ୟରେ କମୁଛି ବନ୍ୟା, ବାଲେଶ୍ୱରରେ ଏବେ ବି ୨୮ ହଜାର ଲୋକ ପାଣି ଘେରରେ

ହରିଶଙ୍କର ମିଶ୍ର କହିଛନ୍ତି, ଆସନ୍ତା ୨୭ ତାରିଖରେ ସାଧାରଣ ଲୋକେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିବେ । ୨୭ ତାରିଖ ସକାଳ ୯ଟା ୯ ରୁ ୨୮ ତାରିଖ ୯ ଟା ୪୯ ଯାଏଁ ପୂର୍ଣ୍ଣମୀ ତିଥି ରହୁଛି । ଏଣୁ ୨୭ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କହିଛନ୍ତି ପଞ୍ଜିକାର । ୨୮ ତାରିଖରେ ଉଦୟ ବ୍ୟାପୀ ନୀତି ୯ଟା ୪୯ ଯାଏଁ ରହୁଛି । ଏଥିଯୋଗୁଁ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଓ ରାକ୍ଷୀ ଲାଗି ପାଳନ କରାଯିବ ।

Watch Video:



Source link

Leave A Reply

Your email address will not be published.