Voice of Eastern India

୬ ମାସ ଧରି ମିଳିନଥିଲା ଦରମା, ହୃଦଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ


ସୋର ୨୪।୬: ୬ ମାସ ଧରି ଦରମା ନପାଇବାରୁ ମାନସିକ ଭାରସାମ୍ୟ ହରାଇ ହୃଦଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ l ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ନୟାଖଣ୍ଡି ପଞ୍ଚାୟତ କଅଁଳଖୁଣ୍ଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ଲକ୍ଷ୍ମୀଧର ମହାନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁରୂଖାଗୋଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ l ୬ ମାସ ତଳେ ଲକ୍ଷ୍ମୀଧର ଖଇରା ବ୍ଲକ ସୁଜାଗଡ଼ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ l ବଦଳି ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ L.P.C. ସହିତ ଆବଶ୍ୟକ କାଗଜପତ୍ର ଦେଉନଥିବାରୁ ଲକ୍ଷ୍ମୀଧର ଦରମା ପାଇବାରୁ ବଞ୍ଚିତ ଥିଲେ l ବାରମ୍ବାର କୋରାପୁଟ ଯାଇ କାର୍ଯ୍ୟାଳୟରେ ଗୁହାରି କରିବା ପରେ ମଧ୍ୟ କେହି ଶୁଣିନଥିଲେ l କାର୍ଯ୍ୟାଳୟରେ ଥିବା ଦୀପକ ପଟ୍ଟନାୟକ ଅଧିକ ଲାଞ୍ଚ ମାଗିଥିଲେ ଯାହା ଲକ୍ଷ୍ମୀଧର ଦେବାରେ ଅସମର୍ଥ ଥିଲେ l ଦରମା ନପାଇବାରୁ ପରିବାର ଚଳାଇବା ଲକ୍ଷ୍ମୀଧରଙ୍କ ନିକଟରେ ବହୁ ଅସୁବିଧା ହେଉଥିଲା l ଯାହାକୁ ନେଇ ଲକ୍ଷ୍ମୀଧର ଅନେକ ସମୟରେ ମାନସିକ ବିଶାଦରେ ଥିଲେ l ବୁଧବାର ହଠାତ ସକାଳେ ଘରେ ବସିଥିବା ସମୟରେ ହୃଦଘାତରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିଲା l ଏ ନେଇ ଲକ୍ଷ୍ମୀଧରଙ୍କ ଭାଇ ଲମ୍ବୋଧର ମହାନ୍ତି ଶିକ୍ଷା ବିଭାଗ ଓ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ଦାୟୀ କରି ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି l ଘଟଣା ର ଖବର ପାଇ ବାଲେଶ୍ୱର ଜିଲ୍ଲା ର ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମେଡିକାଲ ରେ ପହଁଚି ପରିବାର ଲୋକ ଙ୍କୁ ଭେଟିବା ସହିତ ଉକ୍ତ ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି l ନହେଲେ ଜନ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି l



Source link

Leave A Reply

Your email address will not be published.