Voice of Eastern India

ହିନ୍ଦୁଙ୍କୁ ନିର୍ଯାତନା ଦୃଶ୍ୟ ଦେଖି ତାତିଲେ ଦର୍ଶକ, ଚେୟାର ମାଡ଼ରେ ଅଭିନେତ୍ରୀ ତମସା ଆହତ


ଯାଜପୁର: ଯାତ୍ରା ମଞ୍ଚରେ ଉଡ଼ିଲା ଚେୟାର। ଦର୍ଶକଙ୍କ ଚେୟାର ମାଡ଼ରେ ଆହତ ହେଲେ ଅଭିନେତ୍ରୀ। ଯାଜପୁର ରୋଡ୍ ଥାନା ଚାନ୍ଦମା କାଳୀ ପଡ଼ିଆରେ ଅପେରା ଯାଜ୍ଞସେନୀର ଯାତ୍ରା ମଞ୍ଚରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ନାଟକର ଏକ ଦୃଶ୍ୟକୁ ନେଇ କିଛି ଦର୍ଶକ ରାଗିଯାଇଥିଲେ। ଆଉ ଏହାପରେ ମଞ୍ଚ ଉପରକୁ ଆରମ୍ଭ ହୋଇଥିଲା ଚେୟାର ମାଡ଼। ଯେଉଁଥିରେ ଆହତ ହୋଇଛନ୍ତି ଅଭିନେତ୍ରୀ ତମସା।

ଯାତ୍ରା ମଞ୍ଚରେ ନାଟକ ଚାଲିଥିଲା। ଦର୍ଶକ ବି ମଜା ନେଉଥିଲେ। ହଠାତ୍ ବଦଳିଗଲା ପରିସ୍ଥିତି। ନାଟକର ଏକ ଦୃଶ୍ୟକୁ ନେଇ ଉତ୍ତେଜିତ ହୋଇପଡ଼ିଲେ କିଛି ଦର୍ଶକ। ଆଉ ମଞ୍ଚ ଉପରକୁ ଛିଡ଼ାଇଲେ ଚେୟାର।

ଯାଜପୁର ରୋଡ୍ ଥାନା ଅଧୀନ ଚାନ୍ଦମା କାଳୀ ପଡ଼ିଆରେ ଚାଲିଥିଲା ଅପେରା ଯାଜ୍ଞସେନୀର ଯାତ୍ରା। ଏବର୍ଷର ପ୍ରଥମ କ୍ୟାମ୍ପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ସନାତନୀ’। ନାଟକରେ ହିନ୍ଦୁମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଏକ ଦୃଶ୍ୟ ପରିବେଷଣ ହେଉଥିଲା। ଏହି ସମୟରେ କିଛି ଦର୍ଶକ ଉତ୍ତେଜିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ଦେଖୁ ଦେଖୁ ଦର୍ଶକ ଗ୍ୟାଲେରୀରୁ ମଞ୍ଚ ଉପରକୁ ଛିଡ଼ା ହୋଇଥିଲା ଚେୟାର। ଚେୟାର ମାଡ଼ରେ ଅଭିନେତ୍ରୀ ତମସା ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଥିବା ସୂଚନା ମିଳିଛି।

also read- ଉଦ୍ଧବଙ୍କ ବେକ କାଟି ଦେଲେ ଦୁର୍ବୃତ୍ତ, ଲିଫ୍ଟ ନଦେବାରୁ ଘଟିଲା ଘଟଣା…

ଘଟଣା ପରେ କିଛି ସମୟ ପାଇଁ ଯାତ୍ରା ପଡ଼ିଆରେ ସୃଷ୍ଟି ହୋଇଥିଲା ଅସ୍ୱାଭାବିକ ପରିସ୍ଥିତି। ଦର୍ଶକଙ୍କ ମଧ୍ୟରେ ହୋହଲ୍ଲା ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯାତ୍ରା କମିଟି ସଦସ୍ୟ ଏବଂ କଳାକାରମାନେ ଦର୍ଶକଙ୍କୁ ବୁଝାସୁଝା କରିଥିଲେ। ଶାନ୍ତି ବଜାୟ ରଖି ନାଟକ ଦେଖିବାକୁ କରାଯାଇଥିଲା ଅନୁରୋଧ। ତେବେ ଯାତ୍ରା ମଞ୍ଚରେ ଏଭଳି ଚେୟାର ମାଡ଼ ଘଟଣା ଦର୍ଶକଙ୍କ ସୁରକ୍ଷା ସହ କଳାକାରଙ୍କ ସୁରକ୍ଷାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଛିଡ଼ା କରିଛି।



Source link

Leave A Reply

Your email address will not be published.