ନୂଆଦିଲ୍ଲୀ, ୨୨|୦୭: କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ମଙ୍ଗଳବାର ଶିକ୍ଷାବିତ ତଥା ସାମାଜିକ କର୍ମୀ ସୋନମ ଓ୍ୱାଙ୍ଗଚୁକଙ୍କୁ ହସ୍ପିଟାଲରେ ଭେଟିଛନ୍ତି । ବିଜେପିର ଉଭୟ ନେତା ଗୁରଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲ ଗସ୍ତ କରି ଓ୍ୱାଙ୍ଗଚୁକଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି ।
ଧାରଣାସ୍ଥଳରୁ ପୋଲିସ ପ୍ରଥମେ ସୋନମ ଓ୍ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେ ଅନଶନ କରି ଅସୁସ୍ଥ ହୋଇଯିବାରୁ ତାଙ୍କର ଚିକିତ୍ସା ଜରୁରୀ ଥିଲା । ତେଣୁ ପୋଲିସ ତାଙ୍କୁ ହସ୍ପିଟାଲ ନେଇ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲା । ଏହାପରେ ଅଧିକ ଚିକିତ୍ସା ପାଇଁ ସେ ଏବେ ମେଦାନ୍ତ ହସ୍ପିଟାଲରେ ଅଛନ୍ତି ।
ତେବେ ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ସୋନମଙ୍କୁ ଭେଟିଥିବା ପିଟିଆଇ ସୂତ୍ରରୁ ଜଣାପଡିଛି । ଦୁଇ ନେତା ସୋନମଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।
Also Read :- ଜିମ୍ବାଓ୍ୱେ ବିପକ୍ଷ ଟି20 ସିରିଜ୍ : ବୈଭବଙ୍କ ପାଇଁ ଶେଷ ସୁଯୋଗ, ଖରାପ ଖେଳିଲେ ବିଦା କରିଦେବେ ଶ୍ରେୟସ ଆୟର !
ସୂଚନାଯୋଗ୍ୟ, କଡ଼ା ସୁରକ୍ଷା ବଳୟରେ ଓ୍ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ଅଣାଯାଇଥିଲା । ସନ୍ଧ୍ୟା ୭ଟା ୩୦ରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଆଇସିୟୁ ନମ୍ବର 8ରେ ଥିବା ବେଳେ ଡାକ୍ତର ସୁଶୀଳା କଟାରିଆ ତାଙ୍କର ଚିକିତ୍ସା କରୁଛନ୍ତି ।
