Voice of Eastern India

ସିକ୍ରେଟ୍‌ ଡେଟିଂରେ ଦେଶର ନମ୍ବର-୧ ସହର, ବିବାହ ପରେ ନୂଆ ସାଥୀ ଖୋଜାରେ ରେକର୍ଡ !


ନୂଆଦିଲ୍ଲୀ: ମନ୍ଦିର ଓ ସିଲ୍କ ଶାଢ଼ି ପାଇଁ ପ୍ରସିଦ୍ଧ ତାମିଲନାଡୁର କାଞ୍ଚୀପୁରମ୍ ସହର ଏବେ ବିବାହ ଓ ସମ୍ପର୍କକୁ ନେଇ ଭାରତୀୟଙ୍କ ପରିବର୍ତ୍ତିତ ବିଚାରଧାରାର ନିଆରା ଉଦାହରଣ ହୋଇଛି। ଲୁଚିଛପି ନୂଆ ସାଥୀ ବା ସମ୍ପର୍କ ଖୋଜୁଥିବା ବିବାହିତଙ୍କ ପାଇଁ ଉପଲବ୍ଧ ଏଲେ ମାଡିସନ୍ ଡେଟିଂ ଆପ୍ରେ ଆକାଉଣ୍ଟ ଖୋଲିବା ମାମଲାରେ କାଞ୍ଚୀପୁରମ୍ ପୁଣି ଥରେ ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି।

ଏହି ଆପ୍ ତରଫରୁ ଗତ ମେ’ରେ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି, କାଞ୍ଚୀପୁରମ୍ଭରୁ ସବୁଠୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ନାଁ ପଞ୍ଜିକରଣ କରିଛନ୍ତି। ଏହି ତାଲିକାରେ କାଞ୍ଚୀପୁରମ୍ ଲଗାତାର ୨ୟ ଥର ଶୀର୍ଷରେ ରହିଛି । ଗତ ବର୍ଷ ମଧ୍ୟ ବୈବାହିକ ସମ୍ପର୍କ ପରେ ବାହାରେ ସମ୍ପର୍କ ଖୋଜିବା ମାମଲାରେ କାଞ୍ଚୀପୁରମ୍ ଅନ୍ୟ ସମସ୍ତ ସହରକୁ ପଛରେ ପକାଇଥିଲା।

ଏ ବର୍ଷ କଞ୍ଚାପୁରମ୍ ପରେ କୋଇମ୍ବାଟୁର, ତିରୁବଲ୍ଲର ଓ ଚେନ୍ନାଇ ରହିଛି। ଏହି ପ୍ଲାଟ୍ଫର୍ମର ଗ୍ୟାଙ୍କିଙ୍ଗ୍ରୁ ବିବାହୋତ୍ତର ସମ୍ପର୍କ ମାମଲାରେ ଦକ୍ଷିଣ ଭାରତୀୟ ସହରଗୁଡ଼ିକର ଦବ୍ଦବା ରହିଥିବା ଜଣାପଡ଼ୁଛି । ଏହି ଆପରେ ସାଇନ୍-ଅପ୍ କରିବା ମାମଲାରେ ଭାରତ ଏବେ ବିଶ୍ୱର ୨୦ ଦେଶ ତାଲିକାରେ ୩ୟ ସ୍ଥାନରେ ପହଞ୍ଚିଛି। ଗତ ବର୍ଷ ଏହା ୮ମ ସ୍ଥାନରେ ଥିଲା ।

ଭାରତରେ ଏଭଳି ଗୋପନ ଡେଟିଂ ପ୍ରତି ବଢ଼ୁଥିବା ରୁଚି କେବଳ ଗୋଟିଏ ତଥ୍ୟରୁ ପ୍ରମାଣିତ ହେଉନାହିଁ । ଏ ବର୍ଷ ଆରମ୍ଭରେ ବିବାହୋତ୍ତର ସମ୍ପର୍କ ଖୋଜୁଥିବା ଲୋକଙ୍କ ପାଇଁ ପ୍ରସ୍ତୁତ ଆଉ ଏକ ଡେଟିଂ ପ୍ଲାଟଫର୍ମ ‘ଗ୍ଲି ଡନ୍’ ଘୋଷଣା କରିଥିଲା ଯେ ଭାରତରେ ଏହାର ସବ୍ସ୍ତାଇବର ସଂଖ୍ୟା ୪୦ ଲକ୍ଷ ଟପିଛି । ଏହି ତଥ୍ୟ ଏକ ବଡ଼ ପରିବର୍ତ୍ତନକୁ ଇଙ୍ଗିତ କରୁଛି । ଭାରତରେ ବିବାହ ଓ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳୁଛି ଏବଂ ଏହି ପରିବର୍ତ୍ତନ ଏବେ କେବଳ ମହାନଗର ମଧ୍ୟରେ ସୀମିତ ହୋଇନାହିଁ ।

ଏଲେ ମାଡିସନ୍ର ମୁଖ୍ୟ ରଣନୀତି ଅଧିକାରୀ ପଲ୍ କିବଲ କହିଛନ୍ତି, ବୟସ୍କମାନେ ଏବେ ଆପସ ବନ୍ଧନ, ଗୋପନୀୟତା ଓ ନିଜ ସ୍ବାଧୀନତାକୁ ନେଇ କିଭଳି ଭିନ୍ନ ଦୃଷ୍ଟିକୋଣକୁ ଗ୍ରହଣ କରୁଛତି, ବିଶ୍ବରେ ସାଇନ୍-ଅପ୍ ମାମଲାରେ ଭାରତ ୮ମରୁ ସିଧା ୩ୟ ସ୍ଥାନରେ ପହଞ୍ଚିବା ତାହା ଦର୍ଶାଉଛି।



Source link

Leave A Reply

Your email address will not be published.