Voice of Eastern India

ସମୁଦ୍ରରେ ବଳ ଗୋଟାଉଛି ଦୁଇଟି ବାତ୍ୟା : ୧୦୦ କିମି ବେଗରେ ବହିବ ପବନ, ଭସାଇବ ବନ୍ୟା !


ନୂଆଦିଲ୍ଲୀ, ୨୨|୦୭: ମାଡ଼ି ଆସୁଛି ବାତ୍ୟା । ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ବାତ୍ୟା । ଛାରଖାର ହୋଇଯିବ ସବୁ କିଛି । ଉଜୁଡି଼ ଯିବ ଫସଲ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ଲୋକେ । ଘର ଭାଙ୍ଗିବା ସହ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ । ଏପରି କିଛି ଖବରକୁ ନେଇ ଏବେ ଉପକୂଳିଆବାସୀ ଛାନିଆ ଏବଂ ଭୟଭୀତ ।

ରିପୋର୍ଟ ଅନୁସାରେ. ସୋମବାର ସନ୍ଧ୍ୟାରେ ଗଲ୍ଫ ଅଫ୍ ମେକ୍ସିକୋରେ ଟ୍ରପିକାଲ୍ ଷ୍ଟର୍ମ୍ ବା ସାମୁଦ୍ରିକ ଝଡ ‘ବର୍ଥା’ ବାତ୍ୟାର ରୂପ ନେଇଛି । ଫ୍ଲୋରିଡାର ଦକ୍ଷିଣରେ ଏହା ବଳ ଗୋଟାଉଛି । ଧିରେ ଧିରେ ଏହା ଉପକୂଳକୁ ଆସୁଥିବାରୁ ପ୍ରବଳ ବର୍ଷା ସହ ପବନର ଭୟ ରହିଛି । ଏହାର ପ୍ରଭାବ ଫ୍ଲୋରିଡା, ମିସିସିପି, ଆଲାବାମା ଏବଂ ଲୁସିଆନା ଉପରେ ପଡିପାରେ । ପରେ ଟେକ୍ସାସ ଆଡକୁ ଏହା ଗତି କରିବ ବୋଲି ଅନୁମାନ କରାଯାଉଛି ।

ଅନ୍ୟ ଦିଗରେ ‘ବର୍ଥା’ ହେଉଛି ନିକଟ ଅତୀତରେ ଆଟଲାଣ୍ଟିକ୍ ମହାସାଗରରେ ଆସିଥିବା ଦ୍ୱିତୀୟ ସାମୁଦ୍ରିକ ଝଡ । ଏହାପୂର୍ବରୁ ଗତ ମାସରେ ସାମୁଦ୍ରିକ ଝଡ ‘ଆର୍ଥର’ ଆମେରିକାର ଦକ୍ଷିଣ ପ୍ରାନ୍ତରେ ପ୍ରବଳ ବର୍ଷା କରାଇଥିଲା । ଏପରିକି ବନ୍ୟା ସ୍ଥିତି ମଧ୍ୟ ଉପୁଜିଥିଲା ।

ଏବେ ସାମୁଦ୍ରିକ ଝଡ ‘ବର୍ଥା’ ଫ୍ଲୋରିଡାର ପାନାମା ସହରରୁ ୧୪୦ ମାଇଲ୍ ଦକ୍ଷିଣରେ ରହିଛି । ଧିରେ ଧିରେ ଏହା ଆଗକୁ ଅଗ୍ରସର ହେଉଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ମାଇଲ୍ ରହିଥିବା ପାଣିପାଗ ବିଭାଗ କହିଛି । ତେବେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଅଧିକ ରହିବ ବୋଲି ମିଆମି ହରିକେନ୍ ସେଣ୍ଟର୍ କହିଛି ।

ଅନ୍ୟ ଦିଗରେ ପୂର୍ବ ପ୍ରଶାନ୍ତ ମହାସାଗରରେ ହରିକେନ୍ ‘ଫାଉସ୍ତୋ’ ଦାନା ବାନ୍ଧିଛି । ଏହା ମେକ୍ସିକୋ ଉପକୂଳରୁ ଖୁବ୍ ଦୂରରେ ସକ୍ରିୟ ରହିଛି । ଏବେସୁଦ୍ଧା ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତିର ଆଶଙ୍କା କରାଯାଇ ନାହିଁ ।

Also Read :- Toxic : ‘ଟକ୍ସିସ୍’ ନା ବୋଲ୍ଡନେସର ଓଭରଡୋଜ୍‌ ? କ’ଣ ଇଣ୍ଟିମେସି ପାଇଁ ହିଟ୍ ହେବ ୟଶଙ୍କ ଫିଲ୍ମ ?

ପାଣିପାଗ ବିଭାଗର କହିବାନୁସାରେ, ଏବେ ‘ଫାଉସ୍ତୋ’ ବାଜା କାଲିଫର୍ଣ୍ଣିଆ ଉପଦ୍ୱୀପରୁ ୭୪୫ ମାଇଲ୍ ଦୂରରେ ରହିଛି । ଏବେ ପବନର ବେଗ ଘଣ୍ଟା ପ୍ରତି ୭୫ ମାଇଲ୍ ରହିଛି । ଘଣ୍ଟା ପ୍ରତି ୯ ମାଇଲ୍ ବେଗରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । କିନ୍ତୁ ଏହାକୁ ନେଇ ଏବେସୁଦ୍ଧା କୌଣସି ଉପକୂଳରେ ସତର୍କ ସୂଚନା ଜାରି କରାଯାଇ ନାହିଁ । ଏହା ସମୁଦ୍ରରେ ହିଁ ସୃଷ୍ଟି ହୋଇ ସମୁଦ୍ରରେ ହିଁ ପ୍ରଭାବହୀନ ହେବ ବୋଲି ଅନେକ ଆକଳନ କରୁଛନ୍ତି ।



Source link

Leave A Reply

Your email address will not be published.