Voice of Eastern India

'ସବୁଠୁ ତଳେ ଆର୍ ଅଶ୍ୱୀନ୍' : ପ୍ରଥମେ ଏମିତି କହିଲେ ଅର୍ଶଦୀପ, ପରେ ମାଗିଲେ କ୍ଷମା




ନୂଆଦିଲ୍ଲୀ,୦୪/୦୮ : ନିକଟରେ ଭାରତୀୟ ଦଳର ଷ୍ଟାର୍ ବୋଲର ଅର୍ଶଦୀପ ସିଂ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ଏଠାରେ ସେ ୫ ଜଣ ଟପ୍ ବୋଲରଙ୍କୁ ବାଛିଥିଲେ । ଅର୍ଶଦୀପ ଭୁବନେଶ୍ୱର କୁମାର, ମହମ୍ମଦ ଶାମି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଏବଂ ଆର ଅଶ୍ୱୀନଙ୍କ ନାଁ କହିଥିଲେ । ତେବେ ସବା ଶେଷରେ ସେ ଅଶ୍ୱୀନଙ୍କ ନାଁ ନେଇଥିଲେ । ଏଥିପାଇଁ ଅଶ୍ୱୀନଙ୍କୁ କ୍ଷମା ମାଗିଛନ୍ତି ଅର୍ଶଦୀପ । ଏହାସହ ସେ ପୂର୍ବତନ ସ୍ପିନରଙ୍କୁ ବ୍ୟକ୍ତିଗତ ଭାବେ ମେସେଜ୍ କରି କଥା ହେବେ ବୋଲି ମଧ୍ୟ ସେ କହିଛନ୍ତି ।

ଅର୍ଶଦୀପ କହିଛନ୍ତି ଯେ, ବୋଲର ଭାବେ ସେ ଭୁବନେଶ୍ୱର କୁମାରଙ୍କୁ ସବୁଠୁ ଉପରେ ରଖିବେ । ସେ ବ୍ୟକ୍ତିଗତ ଭାବେ ଭୁବିଙ୍କୁ ପସନ୍ଦ କରନ୍ତି । ଦ୍ୱିତୀୟରେ ସେ ମହମ୍ମଦ ଶାମିଙ୍କୁ ରଖିବେ । କାରଣ ଶାମି ଯେକୌଣସି ଓ୍ୱିକେଟରେ ଭଲ ବୋଲିଂ କରିପାରିବେ । ତାଙ୍କ ସିମ୍ ବିପକ୍ଷ ବ୍ୟାଟରଙ୍କୁ ସମସ୍ୟାରେ ପକାଇଥାଏ । ତୃତୀୟରେ କୂଲଦୀପ ଯାଦବ ରହିବେ । ତାଙ୍କ ପାଖରେ ବିରଳ ସ୍କିଲ୍ ରହିଛି । ସେହିପରି ଚତୁର୍ଥରେ ଯୁଜବେନ୍ଦ୍ର ଚହଲଙ୍କୁ ସେ ରଛନ୍ତି । ପଞ୍ଜାବ ଟିମରେ ଚହଲ ତାଙ୍କର ଟିମମେଟ୍ । ସେ ଅନେକ ଓ୍ୱିକେଟ୍ ନେଇଛନ୍ତି । ତେବେ ସେ ଅଶ୍ୱୀନଙ୍କୁ ଶେଷରେ ରଖିବା ପାଇଁ ଚାହାଁନ୍ତି ନାହିଁ । କିନ୍ତୁ କୌଣସି ପୋଜିସନ୍ ଖାଲି ନାହିଁ ।

ଅର୍ଶଦୀପ ଆହୁରି କହିଛନ୍ତି ଯେ, ଅଶ୍ୱୀନ ଜଣେ ମହାନ ବୋଲର । ସେ ଆଇପିଏଲରେ ତାଙ୍କର ପ୍ରଥମ ଅଧିନାୟକ ଅଟନ୍ତି । ଅଶ୍ୱୀନଙ୍କୁ ଶେଷରେ ରଖିଥିବାରୁ କ୍ଷମା ମାଗିଛନ୍ତି ଅର୍ଶଦୀପ । ଏହାସହ ବ୍ୟକ୍ତିଗତ ଭାବେ ମେସେଜ୍ କରିବେ ବୋଲି ମଧ୍ୟ କହିଛନ୍ତି ।

Also Read :- ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତର ଜଣେ କି ଦୁଇ ଜଣ ନୁହେଁ, ୪ ଖେଳାଳି ବାହାର; ପଞ୍ଚମ ଖେଳିବା ନେଇ ସନ୍ଦେହ

ସୂଚନାଯୋଗ୍ୟ, ଅର୍ଶଦୀପ ଭାରତ ପାଇଁ ଦିନିକିଆ ଏବଂ ଟି୨୦ କ୍ରିକେଟ୍ ଖେଳୁଛନ୍ତି । ଇଂଲଣ୍ଡ ବିପକ୍ଷ ତିନି ଟିକିଆ ଦିନିକିଆ ସିରିଜରେ ସେ ଶେଷ ଥର ନଜର ଆସିଥିଲେ । ଯେଉଁଥିରେ ଭାରତ ୨-୧ରେ ପରାସ୍ତ ହୋଇଥିଲା । ଶେଷ ମ୍ୟାଚରେ ଅର୍ଶଦୀପ ବିନା କୌଣସି ଓ୍ୱିକେଟ୍ ନନେି ୭୨ ରନ୍ ବ୍ୟୟ କରିଥିଲେ ।



Source link

Leave A Reply

Your email address will not be published.