Voice of Eastern India

ରୋହିତ ଖେଳିବେ ୨୦୨୭ ବିଶ୍ୱକପ୍,! ରାହାଣେ ଦେଲେ ଗ୍ରୀନ୍ ସିଗନାଲ୍


ନୂଆଦିଲ୍ଲୀ,୧୦/୦୮୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା । ତାଙ୍କୁ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଖେଳାଇବା ଦରକାର । ସେ ଖେଳିଲେ ଅନ୍ୟ ପ୍ଲେୟାରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏମିତି କିଛି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟର ଆଜିଙ୍କ୍ୟ ରାହାଣେ । ରୋହିତଙ୍କୁ ନେଇ ବିସିସିଆଇ କୌଣସି ଦ୍ୱନ୍ଦ୍ୱରେ ରହିବା କଥା ନୁହେଁ ବୋଲି ମଧ୍ୟ ରାହାଣେ ପ୍ରକାଶ କରିଛନ୍ତି ।

ଗତ କିଛି ଦିନ ଧରି ରୋହିତଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସେ ଆଗାମୀ ଦିନରେ ଖେଳିବେ ନା ନାହିଁ ବୋଲି ଚର୍ଚ୍ଚା ହେଉଛି । ଗତ ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ଖେଳାଯାଇଥିବା ଶେଷ ଦିନିକିଆ ରୋହିତଙ୍କ ଶେଷ ମୁକାବିଲା ହେବ ବୋଲି କେହି କେହି କହିଥିଲେ । କିନ୍ତୁ ରୋହିତ ମ୍ୟାଚରେ ଐତିହାସିକ ପାଳି ଖେଳି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ । ଏହାସହ ଅବସର ଚର୍ଚ୍ଚାରେ ଫୁଲଷ୍ଟପ୍ ଲଗାଇଥିଲେ ।

ଏସବୁକୁ ନେଇ ରାହାଣେ କହିଛନ୍ତି ଯେ, ରୋହିତ ୨୦୨୭ ବିଶ୍ୱକପ୍ ଖେଳିବେ ଏହି କଥା ବିସିସିଆଇ ଘୋଷଣା କରିବା ଦରକାର । ରୋହିତଙ୍କୁ ମଧ୍ୟ ଏବାବଦରେ ସ୍ପଷ୍ଟ ଭାବେ ବିସିସିଆଇ ଜଣାଇବା ଉଚିତ । ବର୍ଷ ବର୍ଷ ଧରି ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନ ଖୁବ୍ ଅଧିକ ରହିଛି । ଏପରି ଖେଳାଳି ବିଶ୍ୱକପ୍ ଟିମରେ ଆବଶ୍ୟକ । ଭାରତୀୟ ଦଳର ଚୟନକର୍ତ୍ତା ସର୍ଟ୍ ଟର୍ମ୍ ଗୋଲ୍ କଥା ନ ଭାବି ଦୀର୍ଘମିୟାଦୀ ଯୋଜନା ପ୍ରସ୍ତୁତ କରନ୍ତୁ । ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ଅଧିକ ଚାପ ଥିବା ମୁକାବିଲାରେ ଅଭିଜ୍ଞତା କାମ କରେ ।

Also Read :- ଡ୍ରାଇଭିଂ ବେଳେ ଶୋଇପଡୁଛନ୍ତି କି ? ତେବେ ଏହି ସିଷ୍ଟମ ବ୍ରେନକୁ କରିବ ଆଲର୍ଟ…

ସେ ଆହୁରି କହିଛନ୍ତି ଯେ, ରୋହିତଙ୍କୁ ନେଇ ଏତେ ଆଲୋଚନା ହେବା କଥା ନୁହେଁ । ସେ ଜଣେ ମହାନ ଏବଂ ବଡ଼ ଖେଳାଳି । ଗୋଟିଏ ଦୁଇଟି ସିରିଜ୍ ଉପରେ ଫୋକସ ନକରି ବିସିସିଆଇ ବିଶ୍ୱକପ୍ ଉପରେ ଧ୍ୟାନ ଦେଉ । ଖାଲି ରୋହିତ ନୁହେଁ ବିରାଟ କୋହଲି ମଧ୍ୟ ବିଶ୍ୱକପ୍ ଖେଳିବା ଉଚିତ । ଉଭୟଙ୍କୁ ମୁକ୍ତ ଭାଭେ ଖେଳିବାକୁ ଦିଆଯାଉ । ଦଳର ମ୍ୟାନେଜମେଣ୍ଟ୍ ଉଭୟଙ୍କୁ ସପୋର୍ଟ କରିବା ଦରକାର ବୋଲି ରାହାଣେ ପ୍ରକାଶ କରିଛନ୍ତି ।



Source link

Leave A Reply

Your email address will not be published.