ଦେବଗଡ଼: ଯାତ୍ରା ଚାଲିଥିବା ବେଳେ ଘଟିଛି ଅଘଟଣ। ମଞ୍ଚରେ ନାଟକ ପରିବେଷଣ କରୁଥିବା ସମୟରେ ଆହତ ହୋଇଛନ୍ତି ଯାତ୍ରା ଅଭିନେତା ପିୟୁଷ ତ୍ରୀପାଠୀ। ମଞ୍ଚ ଉପରେ ପଡ଼ିଯିବାରୁ ତାଙ୍କୁ ଆଘାତ ଲାଗିଛି।
ଦେବଗଡ଼ ଜିଲ୍ଲା ବାସୁପାଲି ଗ୍ରାମରେ ସିଂହବାହିନୀ ଯାତ୍ରା ପାର୍ଟି ପକ୍ଷରୁ ଯାତ୍ରା ପରିବେଷଣ ଚାଲିଥିଲା। ଏହି ସମୟରେ ‘ଏଡା’ ନାଟକ ପରିବେଷଣ ବେଳେ ହଠାତ୍ ମଞ୍ଚରେ ପଡ଼ିଯାଇଥିଲେ ଅଭିନେତା ପିୟୁଷ ତ୍ରୀପାଠୀ।
ଘଟଣା ପରେ ଯାତ୍ରା ଦେଖୁଥିବା ଦର୍ଶକ ଓ ଆୟୋଜକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା। ତୁରନ୍ତ ତାଙ୍କୁ ମଞ୍ଚରୁ ତଳକୁ ଅଣାଯାଇଥିଲା। ଅଭିନେତାଙ୍କ ଚିକିତ୍ସା ଆବଶ୍ୟକତା ଥିବାରୁ ଅନୁଷ୍ଠାନ ପକ୍ଷରୁ ଅଧାରୁ ନାଟକ ବନ୍ଦ କରାଯାଇଥିଲା।
ପରେ ପିୟୁଷ ତ୍ରୀପାଠୀଙ୍କୁ ଚିକିତ୍ସା ପାଇଁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଆହତ ହେବା ଖବର ପ୍ରଚାର ହେବା ପରେ ଯାତ୍ରାପ୍ରେମୀ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
