Voice of Eastern India

ଭାସି ଆସିଲା କୁମ୍ଭୀର, ଗାଁ ନାଳରେ ଖେଳାଇଲା ଆତଙ୍କ…ଭୟରେ ଗ୍ରାମବାସୀ




ଆଠଗଡ,୧୪/୦୮: କଟକ ଜିଲ୍ଲା ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ନରଣପୁର ଗ୍ରାମରେ କୁମ୍ଭୀର ଆତଙ୍କ। ନାଳରେ କୁମ୍ଭୀର ଦେଖି ଭୟଭୀତ ଅଞ୍ଚଳବାସୀ। ନୂତନ ସେତୁ ତଳେ କାଳିକା ମନ୍ଦିର ସାମ୍ନାରେ ଥିବା ସିଆରିଆ ନାଳରେ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି।

ରିପୋର୍ଟ ଅନୁସାରେ, ବନ୍ୟାଜଳ ସ୍ରୋତରେ କୁମ୍ଭୀରଟି ଏଠାକୁ ଭାସି ଆସିଥିବା କୁହାଯାଉଛି । ଘଟଣାସ୍ଥଳରେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଖବର ପାଇ ଘଟଣସ୍ଥଳରେ ଅଗ୍ନିଶମ ବାହିନୀ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାକୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏହାସହ ନାଳ ନିକଟକୁ ନଯିବା ଏବଂ ଭିଡ଼ ନକରିବାକୁ ଲୋକଙ୍କୁ ସତର୍କ କରାଯାଇଛି। ଏଥିସହ ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ନାଳ ନିକଟକୁ ନଛାଡ଼ିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Also Read :- ଆସୁଛି ବଡ ବନ୍ୟା ! ୨୦ରେ ଆଉ ଏକ ଲଘୁଚାପ, ଫୁଲିବ ମହାନଦୀ

ସୂଚନାଯୋଗ୍ୟ, ଏବେ ମହାନଦୀ ସମେତ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ରହିଛି । ଫଳରେ ଅନେକ ସ୍ଥାନରୁ କୁମ୍ଭୀରମାନେ ସୁଅରେ ଭାସି ଆସୁଛନ୍ତି । କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଥିଲା । ସେହିପରି ଯାଜପୁର, କେନ୍ଦ୍ରାପଡା ଆଦି ବିଭିନ୍ନ ଜିଲ୍ଲାରେ ଅନେକ ସମୟରେ କୁମ୍ଭୀର ଆତଙ୍କ ଖେଳାଇଛି ।



Source link

Leave A Reply

Your email address will not be published.