Voice of Eastern India

ବିଜେପିକୁ ବିଜେଡିର ଟାର୍ଗେଟ : ବିମାନବନ୍ଦର ଘରୋଇକରଣ ଓଡ଼ିଶା ପ୍ରତି ଅସମ୍ମାନ, ରାଜ୍ୟର ସବୁ ସମ୍ପତ୍ତି ଲୁଟିନେବେ


ଭୁବନେଶ୍ୱର ୨୫।୦୮ : ଓଡ଼ିଶାର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ଖବର ମର୍ମାହତ କରିଛି। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ। ବର୍ଷକୁ ୨୦୦ ରୁ ୫୦୦ କୋଟି ଲାଭ ଆସୁଛି। ହେଲେ ଏହାକୁ କେନ୍ଦ୍ର ସରକାର ଘରୋଇକରଣ କରିବା ଚିନ୍ତାର ବିଷୟ। ଇଂରେଜଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ ଜରିଆରେ ଯେପରି ଲୁଟ ହେଉଥିଲା, ତାହା ଏବେ ହେଉଛି। ଉପନିଶବଡ଼ କରୁଛି କେନ୍ଦ୍ର ସରକାର ବୋଲି ପ୍ରେସମିଟ୍ କରି କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସବୁ ସମ୍ପତ୍ତି ଲୁଟିବେ, ଓଡ଼ିଶା ବିଜେପି ଏଜେଣ୍ଟ ସାଜି ଲୁଟରେ ସହାୟତା କରୁଛନ୍ତି। ବିଜେପି ସାଂସଦ ଚୁପ। ଜାତୀୟ ରାଜପଥ ଲୁଟ। ବନ୍ଦର ଘରୋଇ କମ୍ପାନୀକୁ ଟେକିଛନ୍ତି। ପରମାଣୁ କମ୍ପାନୀ ହାତରେ ଟେକୁଛନ୍ତି। ଏବେ ବିଜେପି 50 ବର୍ଷ ପାଇଁ ଲିଜ ଦେଉଛନ୍ତି ବିମାନ ବନ୍ଦର। ତିନି ପିଢ଼ି ପାଇଁ ଏହି ନିଷ୍ପତ୍ତି ନେବାର ଅଧିକାର ଦେଲା କିଏ? ଓଡ଼ିଶାକୁ ଦାଦନ କରିବାକୁ ଏହା ଷଡଯନ୍ତ୍ର। ବିଜେପି ସରକାର ଥାଇ ବି ଚୁପ। କଣ କରୁଛନ୍ତି ୨୦ ସାଂସଦ ? ଏହା ରାଜଦ୍ରୋହ। ଓଡ଼ିଶା ବିରୋଧୀ ଆଚରଣ। ସାଧାରଣ ଓଡ଼ିଆ ଵା ଯାତ୍ରୀ ଲାଭ ପାଇବ ନାହିଁ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ୮ ହଜାର କୋଟିରେ ୧୧ ବିମାନ ବନ୍ଦରର ବିକାଶ ହେବ। ହେଲେ ଭୁବନେଶ୍ୱର ବିମାନ ବନ୍ଦର ପାଇଁ ହିଁ ତ ୮ ହଜାର କୋଟି ହେବ। କେନ୍ଦ୍ର ସରକାରଙ୍କୁ ଏହି ଖଳ ବୁଦ୍ଧି ଦେଲା କିଏ ? କାହା ସ୍ୱାର୍ଥରେ ଏହି କାମ ? ଯେଉଁଠି ଘରୋଇକରଣ ହୋଇଛି, ସରକାର କି ଯାତ୍ରୀ ଫାଇଦା ପାଇନାହାନ୍ତି। ସବୁ ଟିକସ ଭରୁଛନ୍ତି ଯାତ୍ରୀ। ଓଡ଼ିଆ ଆହୁରି ଦରିଦ୍ର ହେବେ। ଘରୋଇକରଣ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବିଜୁଳି ବିଭାଗ ଉପରେ ନିୟନ୍ତ୍ରଣ ନାହିଁ, ଘରୋଇ କମ୍ପାନୀକୁ କଣ ନିୟନ୍ତ୍ରଣ କରିବେ! ଷଡଯନ୍ତ୍ର ବନ୍ଦ କରୁ ବିଜେପି ସରକାର। ବିଜେପି ଅପରାଗ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରିଛନ୍ତି। କାରଣ ସେମାନେ ପ୍ରଶ୍ନ କରିବାର ସାହସ ରଖି ନାହାନ୍ତି। ଆଗାମୀ ଦିନରେ ବଡ଼ ବିପ୍ଳବ ହେବ ଓଡ଼ିଶାରେ। ଆଜି ଡ୍ରେନ ଅଫ ୱେଲଥ କରୁଛି ବିଜେପି ସରକାର। ଯାହା ଇଷ୍ଟ ଇଣ୍ଡିଆ କମ୍ପାନୀ କରୁଥିଲା।

Also Read:- ନାଲି ରଙ୍ଗର ଟ୍ରଲି ବ୍ୟାଗ ,ମୁଣ୍ଡ ବିହୀନ ମୃତଦେହ !



Source link

Leave A Reply

Your email address will not be published.