Voice of Eastern India

ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ, ନିମାପଡ଼ାରେ ବଢ଼ିଲା ରାଜନୈତିକ ଉଷ୍ମତା


ପୁରୀ: ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ନାୟକ ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ସଦସ୍ୟ ଦିଲ୍ଲୀପ କୁମାର ନାୟକ। ଦଳୀୟ ଶୃଙ୍ଖଳା ଉଲ୍ଲଂଘନ ଏବଂ ଦଳ ବିରୋଧୀ କାର୍ଯ୍ୟକଳାପକୁ ଆଧାର କରି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

ତେବେ ଦିଲ୍ଲୀପ କୁମାର ନାୟକଙ୍କ କେଉଁ କାର୍ଯ୍ୟକଳାପକୁ ଦଳ ବିରୋଧୀ ବୋଲି ବିବେଚନା କରାଯାଇଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ। ଏହି ନିଲମ୍ବନକୁ ନେଇ ନିମାପଡ଼ା ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଥାଉକି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିମାପଡ଼ାର ପୂର୍ବତନ ବିଧାୟକ ସମୀର ଦାଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଆଉ ସାଧାରଣ ନିର୍ବାଚନ ପାଇଁ ବିଜେଡି ନିମାପଡ଼ାରେ ଦିଲ୍ଲୀପଙ୍କୁ ଟିକେଟ ଦେଇଥିଲା ଏବଂ ସେ ଏଠାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ସହ ପ୍ରତିନ୍ଦ୍ବନ୍ଦ୍ବିତା କରିଥିଲେ । ହେଲେ ଦିଲ୍ଲୀପଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

Also Read: ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପିର ରଣହୁଙ୍କାର, ଏକାଠି ହେଲେ ହେଭିୱେଟ୍ ନେତା

ଅନ୍ୟପଟେ ସମୀରଙ୍କ ଦାଶ ବିଜେପିରେ ଯୋଗଦେଇଥିଲେ ବି ପ୍ରଭାତୀଙ୍କ ପରିଡ଼ାଙ୍କ ସହ ତାଙ୍କର ମତଭେଦ ଥିବା ଚର୍ଚ୍ଚାରେ ରହିଆସିଛି । ଖାଲି ସେତିକି ନୁହେଁ ସମୀର ପୁଣି ବିଜେଡିକୁ ଫେରିବା ନେଇ ମଧ୍ୟ ଆଲୋଚନା ହେଉଛି। ଆଉ ଏସବୁ ଭିତରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦିଲ୍ଲୀପଙ୍କୁ ଦଳରୁ ନିଲମ୍ବନ, ସମୀରଙ୍କ ପୁଣି ବିଜେଡିକୁ ପ୍ରତ୍ୟାବର୍ତ୍ତନ ନେଇ ଖୋରାକ ଯୋଗାଇଛି ।



Source link

Leave A Reply

Your email address will not be published.