Voice of Eastern India

ବଲାଙ୍ଗୀରରେ ଛାତ୍ର ବିଜେଡିର ଗର୍ଜନ, ଶିକ୍ଷା ବ୍ୟବସ୍ଥା ଠାରୁ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ


ବଲାଙ୍ଗୀର: ବଲାଙ୍ଗୀରରେ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ବହିରେ ଭୁଲକୁ ନେଇ ବିଜେଡି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବା ସହ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି।

ସୂଚନା ଅନୁସାରେ, ମଙ୍ଗଳବାର ବିଜେଡିର ରାଲି ଗାନ୍ଧୀନଗର ପଡ଼ା ଗାନ୍ଧୀ ପ୍ରତିମୂର୍ତ୍ତୀ ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ସହ କୋକେଇ ଶୋଭାଯାତ୍ରା କରିଥିଲା ବିଜେଡି। ଆହୁରି ମଧ୍ୟ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା କହିବା ସହ ୩୦୦ କୋଟି ଦୁର୍ନୀତି କଥା ଉଠାଇଥିଲା ବିଜେଡି। ଏଥିରେ ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ସହ ବିଭିନ୍ନ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଓ ରାଜ୍ୟ ଯୁବ ଓ ଛାତ୍ର ନେତା ଚିନ୍ମୟ ସାହୁ ଓ ଇପ୍ସିତା ସାହୁଙ୍କ ସହ ୨ ହଜାରରୁ ଅଧିକ ଛାତ୍ର, ଯୁବ, ମହିଳା ଯୋଗଦେଇଥିଲେ।

Also Read: ଆସିଲା ‘ପଶାପାଲି’ର ପ୍ରଥମ ପୋଷ୍ଟର, ଶ୍ରୀମୟୀ କହିଲେ- କୌଣସି ନିର୍ଦ୍ଦିଷ୍ଟ ଦଳ…



Source link

Leave A Reply

Your email address will not be published.