Voice of Eastern India

ପୋଲିସ ବାବୁଙ୍କ ପାଖରେ ୩୦୦ କୋଟି ଟଙ୍କାର ବେଆଇନ୍ ସଂପତ୍ତି, ତାଲିକା ଦେଖିଲେ ଉଡ଼ିଯିବ ହୋସ୍ !


ହାଇଦ୍ରାବାଦ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତେଲେଙ୍ଗାନା ଆଣ୍ଟି-କରପ୍ସନ ବ୍ୟୁରୋ (ACB) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଶେଷ ହେବା ପରେ ସୋମବାର ସନ୍ଧ୍ୟାରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ଶଙ୍କିରେଡ୍ଡୀ ଭୀମ୍ ରେଡ୍ଡୀଙ୍କୁ ଗିରଫ କରାଯାଇଛି।ହାଇଦ୍ରାବାଦର ପୋଲିସ କମ୍ପ୍ୟୁଟର ସର୍ଭିସେସରେ କାର୍ଯ୍ୟରତ ଡିଏସପିଙ୍କୁ ତାଙ୍କ ଇବ୍ରାହିମବାଗ୍ ସ୍ଥିତ ବାସଭବନରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତାଙ୍କୁ ଖୁବଶୀଘ୍ର ଏସିବିର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ।

ଏସିବିର ସୂଚନା ଅନୁଯାୟୀ, ଭୀମ୍ ରେଡ୍ଡୀ ନିଜ ଚାକିରି କାଳ ମଧ୍ୟରେ ଅସାଧୁ ଉପାୟରେ ସମ୍ପତ୍ତି ନିଜ ନାଁରେ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା ହେବ। ଏହି ଗିରଫଦାରୀ ପୂର୍ବରୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତେଲେଙ୍ଗାନା ଏବଂ କର୍ଣ୍ଣାଟକର ପ୍ରାୟ ୧୫ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଡିଏସପିଙ୍କ ନିଜ ଘର ସମେତ ତାଙ୍କ ସମ୍ପର୍କୀୟ, ବନ୍ଧୁ ଏବଂ ବେନାମୀ ସମ୍ପତ୍ତି ରଖିଥିବା ସହଯୋଗୀଙ୍କ ସ୍ଥାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଥିଲା।

ଡିଏସପିଙ୍କ ବେଆଇନ ସଂପତ୍ତି ତାଲିକା

୧. ହାଇଦ୍ରାବାଦର ଇବ୍ରାହିମବାଗରେ ଭେସେଲା ମିଡୋଜ୍ରେ ଗୋଟିଏ ଭିଲା।

୨. ଟେଲିକମ୍ ନଗରରେ ଗୋଟିଏ ଆବାସିକ ଘର ଏବଂ ପେଣ୍ଟ ହାଉସ୍ ।

୩. ସାଇ ପ୍ରଭା ରେସିଡେନ୍ସି, ଟେଲିକମ୍ ନଗରରେ ଗୋଟିଏ ଫ୍ଲାଟ୍ ।

୪. ଗାଚିବୋଭଲିରେ କ୍ରାଣ୍ଟି ସିଓନ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ ।

୫. ଲାନକୋହିଲ୍ସ ରୋଡ୍, ମଣିକୋଣ୍ଡାରେ ୫୦୦ ବର୍ଗ ୟାର୍ଡ ପରିମିତ ବାଣିଜ୍ୟିକ କମ୍ପ୍ଲେକ୍ସରେ ଅଂଶୀଦାର ।

୬. ମଣିକୋଣ୍ଡା ମାରିଚେଟୁ ଜଙ୍କସନ ନିକଟରେ ୩୦୦୦ ବର୍ଗଫୁଟ ପରିମିତ ଏକ ବାଣିଜ୍ୟିକ ସ୍ଥାନ ।

୭. ତେଲାପୁରର ଅଭିନନ୍ଦ ରେସିଡେନ୍ସିରେ ଦୁଇଟି ଆବାସିକ ଫ୍ଲାଟ୍ ।

୮. ପ୍ରଗତି ରିସର୍ଟରେ ୫୦୦ ବର୍ଗ ୟାର୍ଡର ଗୋଟିଏ ଖୋଲା ପ୍ଲଟ୍ ।

୯. ଜହିରାବାଦ, ସାଙ୍ଗାରେଡ୍ଡିରେ ୩.୫ ଏକର ଚାଷ ଜମି ।

୧୦. କର୍ଣ୍ଣାଟକରେ ୪୪ ଏକର ଚାଷ ଜମି ।

୧୧. ବେଙ୍ଗାଲୁରୁ ଦେବନାହଲ୍ଲୀରେ ୧ ଏକର ଜମି ।

୧୩. ନାଗୋଲେର କାମିନେନି ହସ୍ପିଟାଲ ନିକଟରେ ୨୦୦ ବର୍ଗଫୁଟର ଗୋଟିଏ ଖୋଲା ପ୍ଲଟ୍।

୧୪. ପାଟନଚେରୁର ଜିପିଆର ହାଉସିଂ ସୋସାଇଟି ନିକଟରେ ୪୦୦ ବର୍ଗଫୁଟର ଗୋଟିଏ ଖୋଲା ପ୍ଲଟ।

୧୫. ପାଟଞ୍ଚେରୁରେ ୨୦୦ ବର୍ଗଫୁଟ ପରିମିତ ଗୋଟିଏ ଖୋଲା ପ୍ଲଟ୍,

୧୬. ଭିକାରାବାଦର ମୋମିନପେଟରେ ୧୦୦୦ ବର୍ଗ ୟାର୍ଡ ପରିମିତ ଗୋଟିଏ ଜମି।

୧୭. ଭିକାରାବାଦର ମୋମିନପେଟରେ ୨ ଏକର ଚାଷ ଜମି ।

୧୮. ମେସର୍ସ ଶ୍ରୀ ରାଘବେନ୍ଦ୍ର ରକ୍ ସ୍ୟାଣ୍ଡ ମିନେରାଲ୍ସରେ ୭୫,୦୦,୦୦୦ ଟଙ୍କା ନିବେଶ,

୧୯. ସିସି କୁଣ୍ଟାର ମୁଚିନ୍ତଲା ଗାଁରେ ୪-୨୦ ଏକର ଚାଷ ଜମି ।

ଏହା ବ୍ୟତୀତ, ଅଭିଯୁକ୍ତ ଅଧିକାରୀଙ୍କ ଘରୁ ପ୍ରାୟ ୩.୬୦ ଲକ୍ଷ ଟଙ୍କାର ନଗଦ ଜବତ କରାଯାଇଛି। ତାଙ୍କ ସହଯୋଗୀଙ୍କ ଘରୁ ଆହୁରି ୪୦ ଲକ୍ଷ ଟଙ୍କା ନଗଦ ମିଳିଛି । ପ୍ରାୟ ୨ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଏବଂ ୨୦ କିଲୋଗ୍ରାମ ରୂପା ଜବତ ହୋଇଛି । ଚଢ଼ାଉ ସମୟରେ ଏସିପି ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି ।



Source link

Leave A Reply

Your email address will not be published.