Voice of Eastern India

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ବଚସା ଓ ପରେ ଛୁରାମାଡ଼, ଟଳିପଡ଼ିଲେ ଯୁବକ


ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ବଚସା ଓ ପରେ ଛୁରାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ଗୁରୁତର ହୋଇଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଲ୍ଯାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗ୍ରାମରେ । ମୃତ ଯୁବକ ହେଲେ ବୁଡ଼ାଗୁଡ଼ା ଗ୍ରାମର ମହେଶ କାଡ୍ରାକା। ଗୁରୁତର ରୋହନ କାଡ୍ରାକାକୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସନ୍ଧ୍ୟାରେ ଶିକରପାଇଠାରେ ଅନୁଷ୍ଠିତ ବାଲିଯାତ୍ରାରେ ବୁଲୁଥିବା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ପରେ ଘଟଣା ଉଗ୍ରରୂପ ନେବା ପରେ ଅନ୍ୟ ଗୋଷ୍ଠୀର ଯୁବକମାନେ ମହେଶ ଓ ରୋହନକୁ ଛୁରାମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମହେଶ କାଡ୍ରାକା ଟଳି ପଡ଼ିଥିଲେ।

ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ମହେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ କଲ୍ଯାଣସିଂହପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ, ଛରାମାଡ଼ କରିଥିବା ଯୁବକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ, ତିନି ଜଣଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Also Read: ଗଞ୍ଜେଇ ମାଫିଆଙ୍କ ଦାଦାଗିରି, ରେଡ୍ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ

ତେବେ ଉଭୟ ଗୋଷ୍ଠୀ ମଧ୍ୟରେ କେଉଁ ପ୍ରସଙ୍ଗରେ ପୂର୍ବ ଶତ୍ରୁତା ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। ସେପଟେ କଲ୍ଯାଣସିଂହପୁର ଥାନା ଶିକରପାଇରେ ଛୁରାମାଡ଼ ଘଟଣାରେ ଦୋଷୀଙ୍କୁ ଗିରଫ ଦାବିରେ ବୁଡ଼ାଗୁଡ଼ାରେ ଗ୍ରାମବାସୀଙ୍କ ଧାରଣା ଦେଇଛନ୍ତି । ଫଳରେ କଲ୍ଯାଣସିଂହପୁରରୁ ରାୟଗଡ଼ା ମଧ୍ୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।



Source link

Leave A Reply

Your email address will not be published.