Voice of Eastern India

ପୀତବାସ ପଣ୍ଡା ହତ୍ୟା କେସ୍‌ରେ ନୂଆ ଟ୍ୱିଷ୍ଟ, ବିକ୍ରମ ପଣ୍ଡାଙ୍କ ଉପରୁ ଉଠିଲା ହତ୍ୟା ଦଫା


ବ୍ରହ୍ମପୁର ୦୧।୦୭ : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ । ୨ୟ ପର୍ଯ୍ୟାୟ ଚାର୍ଜସିଟ୍ରେ ଦାଖଲ ପରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ଏହି ହାଇପ୍ରୋଫାଇଲ୍ ହତ୍ୟା ଘଟଣାରେ ସାମିଲ ଥିବା ୧୪ ଜଣଙ୍କ ବିରୋଧରେ ଲାଗିଥିବା ହତ୍ୟା ଦଫା ହଟାଯାଇଛି ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ସାକ୍ଷ୍ୟ ପ୍ରମାଣକୁ ବଳିଷ୍ଠ କରିବା ପାଇଁ ନୂଆ ୨୭ ଜଣ ସାକ୍ଷୀ ଏବଂ କିଛି ସାକ୍ଷୀଙ୍କ ବୟାନ କୋର୍ଟରେ ଦାଖଲ କରିଛି। ଏବେ ହତ୍ୟା ମାମଲାରେ ମୁଖ୍ୟ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍ଏସ୍୧୦୩)କୁ ବାଦ୍ ଦେଇଛି ପୋଲିସ। ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ବାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ବିହାରରୁ ଆସିଥିବା ସହଯୋଗୀ ଶିଶୁପାଲ କୁମାର ପାଶଓ୍ବାନ, କୁନ୍ଦନ ପାଶଓ୍ବାନ, ଶୂନ୍ୟ ଚନ୍ଦ୍ର ଦାସ, ସୁନୀଲ ହୋତା, ଉମା ବିଷୋୟୀଙ୍କ ଉପରେ ହତ୍ୟା ଦଫା ଉଠିଥିବା ଦାଖଲ ଚାର୍ଜସିଟରୁ ଜଣାପଡ଼ିଛି।

Also Read:-ହତ୍ୟାକାଣ୍ଡକୁ ସମର୍ଥନ କରି ପଦ ହରାଇଲେ ମହିଳା ଡାକ୍ତର, ୫ ବର୍ଷ ପାଇଁ ସସପେଣ୍ଡ୍

ସେହିପରି ପୋଲିସ ପ୍ରାଥମିକ ଭାବେ ଯେଉଁ ଚାର୍ଜସିଟ୍ ଦେଇଥିଲା ସେଥିରେ ସମସ୍ତଙ୍କ ନାମରେ ହତ୍ୟା ଦଫା ରହିଥିଲା। କିନ୍ତୁ ତଦନ୍ତ ପରେ ଦ୍ଵିତୀୟ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିବା ସମୟରେ ଉପରୋକ୍ତ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଦଫା ଉଠିଥିବା ଜଣାପଡ଼ିଛି। ପୀତବାସଙ୍କୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଷ୍ଣୁ ପ୍ରଧାନ ନାମରେ ରହିଛି ହତ୍ୟା ଦଫା । ସେପଟେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଂଗଠିତ ଅପରାଧ (ବିଏନ୍ଏସ୍ ୧୧୧) ଦଫା ରହିଛି।

ଅଭିଯୁକ୍ତଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି, ପୋଲିସ ତଦନ୍ତ ରିପୋର୍ଟ ଅନୁସାରେ ଚାର୍ଜସିଟ୍ରେ ୧୪ ଜଣଙ୍କ ହତ୍ୟା ଦଫା ଉଠାଇଛି। ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେହିପରି ଆଉ ଜଣେ ଆଇନଜୀବୀ କହିଛନ୍ତି ଯେ, ହତ୍ୟା ଦଫା ଉଠିଛି କିନ୍ତୁ ସମସ୍ତଙ୍କ ବିରୋଧରେ ରହିଛି ସଂଗଠିତ ଅପରାଧ। ହତ୍ୟା ଦଫା ସହ ତାହା ସମାନ ଏବଂ କଠୋର ଦଣ୍ଡ ବିଧାନ ମଧ୍ୟ ରହିଛି। ଅନ୍ୟପକ୍ଷରେ ପୋଲିସ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ପେନ୍ ଡ୍ରାଇଭ କୋର୍ଟରେ ଦାଖଲ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଅଭିଯୁକ୍ତଙ୍କ ଓକିଲଙ୍କୁ ଦିଆଯାଇ ନାହିଁ ।

ଚାର୍ଜସିଟ୍ ଅନୁସାରେ ୨ ଜଣ ସାକ୍ଷୀ ପୁଲିସ ନିକଟରେ ବୟାନ ରଖ୍ କହିଛନ୍ତି ଯେ, ଗତବର୍ଷ ଗୋଷାଇଁନୂଆଗାଁର କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଡୁ ଦାସ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଓ ଶୂନ୍ୟଚନ୍ଦ୍ର ଦାସ । ସେଠାରେ ପୀତବାସଙ୍କ ହତ୍ୟାକୁ ନେଇ ଆଲୋଚନା ହୋଇଥିବା ଉଭୟ ପୋଲିସ ନିକଟରେ ବୟାନ ରଖିଛନ୍ତି।



Source link

Leave A Reply

Your email address will not be published.