Voice of Eastern India

ପର୍ଯ୍ୟଟକଙ୍କୁ ଛୁରାମାଡ଼ କଲେ ମହିଳା; ୪ ଆହତ , ଅଭିଯୁକ୍ତ ଗିରଫ 


ନୂଆଦିଲ୍ଲୀ: ଲଣ୍ଡନର ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ଏବଂ ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ‘କୋଭେଣ୍ଟ ଗାର୍ଡେନ୍’ ରେ ଏକ ଦୁଃଖଦ ଘଟଣା ଘଟିଛି। ବୁଧବାର ଅପରାହ୍ନରେ ଜଣେ ୪୭ ବର୍ଷୀୟା ମହିଳା ୪ ଜଣ ପୁରୁଷଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗରେ ଲଣ୍ଡନ ପୋଲିସ ତାଙ୍କୁ ଗିରଫ କରିଛି।

ମେଟ୍ରୋପଲିଟାନ୍ ପୁଲିସର ସୂଚନା ଅନୁଯାୟୀ, ଛୁରାମାଡ଼ରେ ୩୪, ୩୯, ୪୨ ଏବଂ ୫୨ ବର୍ଷ ବୟସ୍କ ୪ ଜଣ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଲଣ୍ଡନ ଆମ୍ବୁଲାନ୍ସ ସେବା ପ୍ରତିନିଧିଙ୍କ ଅନୁଯାୟୀ, ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ନିକଟସ୍ଥ ଏଣ୍ଡେଲ୍ ଷ୍ଟ୍ରିଟରେ ଥିବା ଏକ ପ୍ରମୁଖ ଟ୍ରମା ସେଣ୍ଟରକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣାସ୍ଥଳରୁ ୪୭ ବର୍ଷୀୟା ମହିଳାଙ୍କୁ ମାରଣାସ୍ତ୍ର ରଖିବା ଏବଂ ପ୍ରାଣଘାତୀ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି।

ପୁଲିସ ରିପୋର୍ଟରେ ୩ ଜଣ ଆହତ ହୋଇଥିବା କୁହାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ୪ ଜଣ ବ୍ୟକ୍ତି ଛୁରାମାଡ଼ର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


 



Source link

Leave A Reply

Your email address will not be published.