ଖଲ୍ଲିକୋଟ: ଘରେ ପଶି ବୁଲାଇଦେଲେ କଳାକନା। କେହି ନଥିବାର ସୁଯୋଗ ନେଇ ପୋଛି ନେଇଗଲେ ସବୁକିଛି। ରବିବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ସହରର ସ୍ୱାସ୍ଥ୍ୟପୁରୀ କଲୋନୀ ଠାରେ ଏଭଳି ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, କଲୋନୀର ରୁଣ ଦଳାଇଙ୍କ ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଘର ପଛ କବାଟ କାଟି ପଶିଥିଲେ। ଆଉ ଘରର ସବୁ ଆଲମିରା ଭାଙ୍ଗି ସେଥିରେ ଥିବା ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା, ଆଠଟି ମୁଦି, ଗୋଟିଏ ସୁନା ହାର, ଗୋଟିଏ ମଙ୍ଗଳ ସୂତ୍ର, ଏଲଇଡି ଟିଭି ସହ ଗୋଟିଏ ବୁଲେଟ୍ ଚୋରି କରିନେଇଛନ୍ତି। ଆହୁରି ମଧ୍ୟ ସେମାନେ ଘରେ ଲାଗିଥିବା ସିସିଟିଭିର ହାର୍ଡ ଡିସକୁ ମଧ୍ୟ ଚୋରି କରି ନେଇଯାଇଛନ୍ତି।
Also Read: ମିଠା ଖୁଆଇ ଜୁଏଲାରୀରୁ ଲୁଟ କରିନେଇଥିଲେ ୭୦୦ ଗ୍ରାମ ସୁନା ଗହଣା, କନ୍ୟାକୁମାରୀରୁ ଗିରଫ କଲା ପୋଲିସ
ତେବେ ଏନେଇ ଖଲ୍ଲିକୋଟ ଥାନାରେ ରୁଣନିଧିଙ୍କ ଝିଅ ଭାରତୀ ଦଳେଇ ଅଭିଯୋଗ କରିବା ପରେ ଖଲ୍ଲିକୋଟ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
