Voice of Eastern India

ଏଥର ରକ୍ଷାବନ୍ଧନରେ ରାଶି ଅନୁସାରେ ବାଛନ୍ତୁ ଭାଇଙ୍କ ଲାଗି ରାକ୍ଷୀର ରଙ୍ଗ, ଖୋଲିଦେବ ଭାଗ୍ୟର ଦ୍ୱାର


ନୂଆଦିଲ୍ଲୀ: ହିନ୍ଦୁ ପର୍ବପର୍ବାଣୀରେ ରକ୍ଷାବନ୍ଧନ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ଏହି ପର୍ବ କେବଳ ଭା-ଭଉଣୀଙ୍କ ଅତୁଟ ସ୍ନେହ ଓ ରଙ୍ଗୀନ ସୂତାର ପର୍ବ ନୁହେଁ ବରଂ ଭାଙ୍କ ଦୀର୍ଘାୟୁ, ଉନ୍ନତି ଓ ଖୁସି ଜୀବନ କାମନା କରିବାର ଏକ ମହାପର୍ବ। ଆପଣ ଜାଣନ୍ତିକି ଆପଣଙ୍କ ଅଜାଣତରେ ବଛାଯାଇଥିବା ଭୁଲ ରଙ୍ଗର ରାକ୍ଷୀ ଭାଙ୍କ ଜୀବନରେ ସମସ୍ୟା ଆଣିଦେଇପାରେ? ହଁ ଆଜ୍ଞା ଜ୍ୟୋତିଷ ଶାସ୍ତ୍ରରେ ରାଶିର ଉଚିତ ରଙ୍ଗ ଜାଣି ଭାଙ୍କୁ ସଠିକ ରଙ୍ଗର ରାକ୍ଷୀ ବାନ୍ଧିଲେ ତାଙ୍କ ଭାଗ୍ୟର ଦ୍ୱାର ଖୋଲିଯିବ। ଅନ୍ୟପଟେ ଭୁଲ ରଙ୍ଗର ରାକ୍ଷୀ ନକରାତ୍ମକ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା ରକ୍ଷା ବନ୍ଧନରେ ଭାଙ୍କ ରାଶି ଅନୁସାରେ କେଉଁ ରଙ୍ଗର ରାକ୍ଷୀ ବାନ୍ଧିଲେ ଭାଗ୍ୟଶାଳୀ ସାବ୍ୟସ୍ତ ହେବ।

ମେଷ ଓ ବୃଶ୍ଚିକ ରାଶି

ମେଷ ଓ ବୃଶ୍ଚିକ ରାଶିର ସ୍ୱାମୀ ମଙ୍ଗଳ। ଗ୍ରହର ରଙ୍ଗ ଅନୁସାରେ ଏହି ରାଶିଙ୍କ ଲାଗି ଲାଲ, ନାରଙ୍ଗୀ ଓ ଗେରୁଆ ରଙ୍ଗ ଅତ୍ୟନ୍ତ ଶୁଭପ୍ରଦ ଓ ଲାଭଦାୟକ। ଏହି ରଙ୍ଗ ସାହସ ଓ ଆତ୍ମବିଶ୍ୱାସ ବଢାଏ। ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। ମାନ୍ୟତା ରହିଛି ଯଦି ଭଉଣୀ ଏହି ରଙ୍ଗର ରାକ୍ଷୀ ଭା ହାତରେ ବାନ୍ଧେ ତେବେ ଭାଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଓ ଜୀବନରେ ଆସିବାକୁ ଥିବା ସବୁ ଆହ୍ୱାନର ସମ୍ମୁଖୀନ ହେବାକୁ ବଳ ମିଳିଥାଏ। ଏଣୁ ମେଷ ଓ ବୃଶ୍ଚିକ ରାଶିର ଭାଙ୍କୁ କଳା ଅଥବା ଗଭୀର ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। କାରଣ ଏହି ରଙ୍ଗ ମଙ୍ଗଳର ପ୍ରଭାବକୁ ଦୁର୍ବଳ କରେ।

ବୃଷଭ ଓ ତୁଳା ରାଶି

ବୃଷଭ ଓ ତୁଳାରାଶିର ସ୍ୱାମୀ ଶୁକ୍ର ଅଟନ୍ତି। ଏହି ରାଶିଙ୍କ ଲାଗି ଶ୍ୱେତ ବା ଧଳା ରଙ୍ଗ, କ୍ରିମ ଓ ହାଲୁକା ନିଳରଙ୍ଗର ରାକ୍ଷୀ ଅତ୍ୟନ୍ତ ଶୁଭ ଓ ଲାଭଦାୟୀ। ମାନ୍ୟତା ରହିଛି ଯଦି ଭଉଣୀ ଏହି ରଙ୍ଗର ରାକ୍ଷୀ ଭାଙ୍କୁ ବାନ୍ଧନ୍ତି ତେବେ ତାଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ଆଣିଥାଏ। ମାନସିକ ଅଶାନ୍ତି ହ୍ରାସ ହୋଇଥାଏ ଓ ଭା ଭଉଣୀଙ୍କ ସମ୍ପର୍କ ମଜଭୁତ ହୋଇଥାଏ। ବୃଷଭ ଓ ତୁଳା ରାଶିର ଲୋକଙ୍କୁ ଗାଢ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। ଏହି ରଙ୍ଗ ଶୁକ୍ରଙ୍କ ପ୍ରଭାବକୁ କମ କରିଥାଏ ଓ ସମ୍ପର୍କ ତିକ୍ତ କରିଥାଏ।

ମିଥୁନ ଓ କନ୍ୟା ରାଶି

ମିଥୁନ ଓ କନ୍ୟା ରାଶି ଜାତକଙ୍କ ସ୍ୱାମୀ ବୁଧ ଅଟନ୍ତି। ତାଙ୍କ ଲାଗି ସବୁଜ ରଙ୍ଗ ଅତ୍ୟନ୍ତ ଶୁଭ ଓ ଶକ୍ତିଶାଳୀ ମନେ କରାଯାଏ। ଯଦି ଭଉଣୀ ଏହି ରଙ୍ଗର ରାକ୍ଷୀ ବାନ୍ଧନ୍ତି ଭାଙ୍କ ବୃଦ୍ଧି,ଏକାଗ୍ରତା ଓ ବାଣିଜ୍ୟରେ ଉନ୍ନତି ହୋଇଥାଏ। କ୍ୟାରିୟରରେ ସଫଳତା ମିଳେ ଓ ସଠିକ ନିଷ୍ପତ୍ତି ନେବାର କ୍ଷମତା ବଢେ। ବୁଧଙ୍କ ପ୍ରଭାବରେ ଭାଙ୍କ ବାଣୀ ଓ କଥାବାର୍ତ୍ତା ଶୈଳୀ ମଜଭୁତ ହୋଇଥାଏ। ମିଥୁନ ଓ କନ୍ୟା ରାଶିର ଲୋକଙ୍କୁ ଝଟକୁଥିବା ହଳଦିଆ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। କାରଣ ଏହା ବୁଧଙ୍କ ଉର୍ଜାକୁ ବାଧିତ କରିପାରେ।

କର୍କଟ ରାଶି

କର୍କଟ ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି। ଏହି ରାଶିର ଲୋକଙ୍କ ଲାଗି ଧଳା ଓ ହଳଦିଆ ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ। ମାନ୍ୟତା ରହିଛି ଯଦି ଭଉଣୀ ଏହି ରଙ୍ଗର ରାକ୍ଷୀ ବାନ୍ଧନ୍ତି ତେବେ ଭାଙ୍କ ମନ ଶାନ୍ତ ରହେ ଓ ସ୍ୱାସ୍ଥ୍ୟ ଭଲ ରହେ। ଭାବନାତ୍ମକ ସ୍ଥିରତା ଆସେ ଓ ଘର ପରିବାରରେ ଖୁସିର ପରିବେଶ ରହେ। କର୍କଟ ରାଶିର ଲୋକଙ୍କୁ କଳା ଅଥବା ଗଭୀର ଖଇରିଆ ରଙ୍ଗର ରକ୍ଷୀ ବାନ୍ଧିବା ଉଚିତ ନୁହେଁ। କାରଣ ଏହି ରଙ୍ଗ ଚନ୍ଦ୍ରଙ୍କ ପ୍ରଭାବକୁ ଦୁର୍ବଳ କରେ ଓ ମନ ଅସ୍ଥିର ହୁଏ।

ସିଂହ ରାଶି

ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ଅଟନ୍ତି। ଏହି ରାଶି ଲାଗି ଲାଲ, ସୁନେଲୀ ଓ ହଳଦିଆ ରଙ୍ଗ ଶୁଭପ୍ରଦ ମନେ କରାଯାଏ। ଯଦି ଭଉଣୀ ଏହି ରଙ୍ଗର ରାକ୍ଷୀ ବାନ୍ଧନ୍ତି ତେବେ ଭାଙ୍କ ମାନ, ସମ୍ମାନ ଓ ଯଶ ବୃଦ୍ଧି ହୋଇଥାଏ। କାର୍ଯ୍ୟକ୍ଷେତ୍ରରେ ନେତୃତ୍ୱ କ୍ଷମତା ଓ ପ୍ରଭାବ ବୃଦ୍ଧି ହୁଏ। ସୂର୍ଯ୍ୟଙ୍କ କୃପାରୁ ଭାଙ୍କ ଜୀବନ ଆଲୋକିତ ହୁଏ। ଏଣୁ ସିଂହ ରାଶିର ଲୋକଙ୍କୁ କଳା, ନେଳି, ଫିକା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ ନୁହେଁ। କାରଣ ଏପରି ରଙ୍ଗ ସୂର୍ଯ୍ୟଙ୍କ ଉର୍ଜାକୁ ଦୁର୍ବଳ କରେ।

ଧନୁ ଓ ମିନ ରାଶି

ଧନୁ ଓ ମିନ ରାଶିର ସ୍ୱାମୀ ବୃହସ୍ପତି ଅଟନ୍ତି। ଏପରି ରାଶିର ଲୋକଙ୍କ ଲାଗି ହଳଦିଆ ଓ ଗେରୁଆ ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ। ଯେତେବେଳେ ଭଉଣୀ ଏହି ରଙ୍ଗର ରାକ୍ଷୀ ବାନ୍ଧନ୍ତି ଭାଙ୍କୁ ଜ୍ଞାନ, ଆଧ୍ୟାତ୍ମ୍ୟ ଓ ଭାଗ୍ୟର ପୁରା ସହାୟତା ମିଳିଥାଏ। କ୍ୟାରିୟର ଓ ବ୍ୟାପାରରେ ଉନ୍ନତି ହୋଇଥାଏ। ଧନୁ ଓ ମିନ ରାଶିର ଲୋକଙ୍କୁ ସବୁଜ ରକ୍ଷୀ ନ ବାନ୍ଧିଲେ ଭଲ। କାରଣ ଏହା ବୃହସ୍ପତିଙ୍କ ପ୍ରଭାକୁ ଦୁର୍ବଳ କରେ।

ମକର ଓ କୁମ୍ଭରାଶି

ମକର ଓ କୁମ୍ଭ ରାଶିର ସ୍ୱାମୀ ଶନି ଅଟନ୍ତି। ଏହି ରାଶିଙ୍କ ଲାଗି ନିଳ ଓ ଆକାଶ ରଙ୍ଗ ଅତ୍ୟନ୍ତ ଶୁଭପ୍ରଦ। ଯଦି ଭଉଣୀ ଏହି ରଙ୍ଗର ରାକ୍ଷୀ ବାନ୍ଧନ୍ତି ତେବେ ଭାଇଙ୍କୁ କଠିନ ପରିଶ୍ରମର ଉଚିତ ମୂଲ୍ୟ ମିଳେ। ଶନିଙ୍କ କୃପାରୁ କାମରେ ଆସୁଥିବା ବ୍ୟବଧାନ ଦୂର ହେବ। ଜୀବନରେ ସ୍ଥିରତା ଆସେ ଓ ତାଙ୍କୁ ପରିଶ୍ରମର ପୁରା ଲାଭ ମିଳେ। ମକର ଓ କୁମ୍ଭ ରାଶିର ଲୋକଙ୍କୁ ନାଲି ଅଥବା ଗେରୁଆ ରଙ୍ଗର ରାକ୍ଷୀ ବାନ୍ଧିବାରୁ ବର୍ତ୍ତନ୍ତୁ।



Source link

Leave A Reply

Your email address will not be published.