କୋଟ୍ଟାୟମ୍: ସ୍ଵାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ। ପତ୍ନୀଙ୍କ ଗୋପନୀୟ ଭିଡିଓ ଅଶ୍ଳୀଳ ୱେବସାଇଟ୍ (Porn Sites)ରେ ଅପଲୋଡ୍ କଲେ ସ୍ଵାମୀ। ଏପରିକି ୪ ବର୍ଷର ନାବାଳିକା ଝିଅ ସମ୍ମୁଖରେ ଅଶ୍ଳୀଳ କାରନାମା ବି କଲେ। ଏମିତି ସଙ୍ଗୀନ ଅଭିଯୋଗରେ ଜଣେ ୩୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି କେରଳର କୋଟ୍ଟାୟମ ପୋଲିସ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟ ସମେତ ଅନେକ ଗୁରୁତର ଧାରାରେ ମାମଲା ରୁଜୁ ହୋଇଛି।
ବିଦେଶରେ ରହୁଥିଲେ, ଇଣ୍ଟରନେଟରୁ ଜଣା ପଡ଼ିଲା ସତ
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ଜଣକ ମୟ୍ୟାନାଡ୍ ଅଞ୍ଚଳର ବାସିନ୍ଦା। ପ୍ରାୟ ୬ ବର୍ଷ ତଳେ ତାଙ୍କର ପ୍ରେମ ବିବାହ ହୋଇଥିଲା। ଗତ ୪ ବର୍ଷ ଧରି ସେ ନିଜ ପତ୍ନୀ ଓ ୪ ବର୍ଷର ଝିଅ ସହ ବ୍ରିଟେନ୍ (UK)ରେ ରହୁଥିଲେ। ତେବେ କିଛି ଦିନ ତଳେ ପତ୍ନୀଙ୍କ ବାନ୍ଧବୀମାନେ ଇଣ୍ଟରନେଟରେ ମହିଳାଙ୍କ ଅନ୍ତରଙ୍ଗ ଭିଡିଓ ଭିଡିଓ ଦେଖିବାକୁ ପାଇଲେ। ତୁରନ୍ତ ପୀଡିତ ମହିଳାଙ୍କୁ ଜଣାଇଲେ। ଏହା ଶୁଣି ମହିଳା ଜଣକ ସ୍ତବ୍ଧ ହୋଇଯାଇଥିଲେ ଏବଂ ସ୍ଵାମୀଙ୍କୁ ଏ ବାବଦରେ ପଚାରିବା ସହ ଚେତାବନୀ ଦେଇଥିଲେ। ପରେ ସନ୍ଦେହ ହେବାରୁ ସ୍ଵାମୀଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବାରୁ ସେଥିରୁ ଏକ ଅତ୍ୟନ୍ତ ଆପତ୍ତିଜନକ ଭିଡିଓ ମିଳିଥିଲା, ଯେଉଁଥିରେ ୪ ବର୍ଷର ଶିଶୁ କନ୍ୟା ଆଗରେ ସେ ଅଶ୍ଳୀଳ ଆଚରଣ କରୁଥିବା ଦେଖିବାକୁ ମିଳିଥିଲା।
Also Read: ତାମିଲନାଡୁ ଏକ୍ସପ୍ରେସରେ ସୁଟକେସରୁ ମହିଳାଙ୍କ ଶବ ମିଳିବା ଘଟଣା, ସସପେନ୍ସ ବଢ଼ାଇଲେ ଫେରାର ମହିଳା
ଏହି ବିକୃତ କାରନାମା ପଦାରେ ପଡ଼ିବା ପରେ ପରିବାର ବ୍ରିଟେନ୍ରୁ କେରଳ ଫେରିଆସିଥିଲା। ସ୍ବାମୀଙ୍କୁ ସୁଧାରିବା ପାଇଁ କେରଳରେ ୩ ଦିନ ଧରି କାଉନସେଲିଂ ମଧ୍ୟ କରାଯାଇଥିଲା। ମାତ୍ର କାଉନସେଲିଂ ପରେ ବି ଅଭିଯୁକ୍ତର ବିକୃତ ମାନସିକତା ବଦଳି ନଥିଲା। ସେ ପୁନର୍ବାର ଶିଶୁ କନ୍ୟାକୁ ସାମିଲ କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥିଲା। ମହିଳା ଜଣକ ଏହାର ଦୃଢ଼ ବିରୋଧ କରିବାରୁ ଅଭିଯୁକ୍ତ ସ୍ବାମୀ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୋଲିସ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରି ମାମଲା ରୁଜୁ କରିଥିଲା।
‘ୱାଇଫ୍ ସ୍ଵାପିଂ’ ପାଇଁ ପକାଉଥିଲା ଚାପ
ପୀଡ଼ିତାଙ୍କ ଆଇନଜୀବୀ ପ୍ରଶାନ୍ତ ଭି. କୁରୁପଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଜଣକ ପତ୍ନୀଙ୍କୁ ‘ୱାଇଫ୍ ସ୍ବାପିଂ’ ବା ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବା ପାଇଁ କ୍ରମାଗତ ଭାବେ ଚାପ ପକାଉଥିଲା। ମହିଳା ଜଣକ ଏଥିରେ କେବେହେଲେ ସମ୍ମତି ଦେଇ ନଥିଲେ। ଆଇନଜୀବୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଶିଥିଳତା ଦେଖାଇଥିଲା। ମାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଚେତାବନୀ ଦେବା ପରେ ପୁଲିସ ତୁରନ୍ତ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିଛି।
