Voice of Eastern India

ଇରାନ ଉପରେ ଆମେରିକାର ପୁଣି ବଡ଼ ଆଟାକ୍ : କେସମ୍ ଦ୍ୱୀପରେ ମିସାଇଲ ବର୍ଷା କଲା ୟୁଏସ୍


ନୂଆଦିଲ୍ଲୀ, ୩/୧୧ : କିଛି ଦିନର ନୀରବତା ପରେ ପୁଣି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲଗାତାର ଛୋଟ ଆକ୍ରମଣ ପରେ ମଙ୍ଗଳବାର ଇରାନର କେସମ୍ ଦ୍ୱୀପରେ ବଡ଼ ଆକ୍ରମଣ ହୋଇଛି । ଦୁଇ ଦିନ ତଳେ ୟୁଏସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଧମକ ଦେଇଥିଲେ । ତେହେରାନର ଆଉ କିଛି ଜାଗା ଏବେ ଆମେରିକାର ଟାର୍ଗେଟରେ ଥିବା ସେ କହିଥିଲେ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଶେଷ ହେଲା ପରେ ଟ୍ରମ୍ପଙ୍କ ଉପରେ ଚାପ ପକାଉଥିଲେ । ଇରାନ ଉପରେ ବଡ଼ ଆକ୍ରମଣ କରିବାକୁ ସେ ଦାବି କରୁଥିଲେ । ମଧ୍ୟବର୍ତ୍ତୀ ନିର୍ବାଚନ ମଧ୍ୟରେ ଇରାନରେ ପୁଣି ବଡ ଆଟାକ୍ କରାଯିବ ବୋଲି ସଙ୍କେତ ମିଳୁଥିଲା ।

Also Read :- ନଭେମ୍ବର ୧୩ରେ ପୁଣି ବାତ୍ୟା ! ପାଞ୍ଜିରେ ଭୟଙ୍କର ଭବିଷ୍ୟବାଣୀ, ପୂର୍ବରୁ ସତ ହୋଇଛି ଅର୍ଣ୍ଣବ କଥା

ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଆମେରିକା ଛୋଟ ଆକ୍ରମଣ କରୁଥିଲା । ଏହାକୁ ଗୋପନୀୟ ରଖାଯାଇଥିଲା । ଫଳରେ ଆମେରିକା ବଡ ସୈନ୍ୟ ଅଭିଯାନ କରିବ ବୋଲି ସୁରାକ ମିଳୁନଥିଲା । ଇରାନର ସରକାରୀ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ କେସମ୍ ଦ୍ୱୀପରେ ଆମେରିକାର ଆକ୍ରମଣ କଥା ସ୍ପଷ୍ଟ କରିଛି ।

ଇରାନ ଉପରେ ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ଟ୍ରମ୍ପ୍ ପୁଣି ଆକ୍ରମଣ ବାବଦରେ ଧମକ ଦେଇଥିଲେ । ଇରାନ ସହ ବଡ଼ ଯୁଦ୍ଧ ହୋଇପାରେ ଏବେ ସେ ୧୦ ମିନିଟରେ ଇରାନକୁ ଶେଷ କରିଦେବେ ବୋଲି କହିଥିଲେ । କିନ୍ତୁ ଇରାନ ସହ କଥାବର୍ତ୍ତା ଜାରି ରହିଛି ଇରାନ ଚାହିଁଲେ ଯୁଦ୍ଧ ଟଳିବ ବୋଲି ମଧ୍ଯ ସେ ପ୍ରକାଶ କରିଥିଲେ । ଯାହା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲା ।



Source link

Leave A Reply

Your email address will not be published.