Voice of Eastern India

ଇଣ୍ଡିଆ-ଇଣ୍ଡିଜ୍ ଦ୍ୱିତୀୟ ଟି୨୦ : ସଞ୍ଜୁ ସାମସନଙ୍କ ଉପରେ ନଜର, ପୁଣି ବୈଭବ ବାଦ୍ !


ନୂଆଦିଲ୍ଲୀ, ୦୯/୧୦ : ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଶୁକ୍ରବାର ଖେଳାଯିବ ଦ୍ଵିତୀୟ ଟି-ଟ୍ୱେଣ୍ଟି ମୁକାବିଲା। ୫ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରି ସାରିଛି। ପ୍ରଥମ ମ୍ୟାଚର ପ୍ରଦର୍ଶନକୁ ଦୋହରାଇ ଭାରତ ବିଜୟ ତାଲିକାରେ ଆଉ ଏକ ମ୍ୟାଚ ଯୋଡ଼ିବାକୁ ପ୍ରୟାସ କରିବ। ଟି-ଟ୍ୱେଣ୍ଟି ଫର୍ମାଟରେ ବେଶ୍ ଶକ୍ତିଶାଳୀ ଦଳ ଭାବେ ଗଣା ହେଉଥିବା ୱେଷ୍ଟ ଇଣ୍ଡିଜ ମଧ୍ଯ ଅସଲ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ।

Also Read :-Student Union Election : ଆଜି ନାମାଙ୍କନ, ପ୍ରାର୍ଥୀଙ୍କୁ ଲୁଚାଇ ରଖିଲେଣି ଛାତ୍ର ସଙ୍ଗଠନ

ଭାରତୀୟ ଦଳର ଅଧିନାୟକ ଶ୍ରେୟାସ ଆୟରଙ୍କ ବ୍ୟାଟିଂକୁ ନେଇ ଦର୍ଶକ ମହଲରେ ଉତ୍ସାହ ବୃଦ୍ଧି ପାଇଛି। ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ। ସଞ୍ଜୁ ସାମସନଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଆଶା କରାଯାଉଛି। ତୃତୀୟ ଓପନର ଭାବେ ଦଳରେ ରହିଥିବା ବୈଭବ ସୂର୍ଯ୍ୟବଂଶୀ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଏପଟେ ସଞ୍ଜୁଙ୍କ ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି। ଏକାଦଶରେ ସ୍ଥାନ ବଜାୟ ରଖିବାକୁ ହେଲେ ସଞ୍ଜୁଙ୍କୁ ଏକ ବଡ଼ ଇନିଂସ ଖେଳିବାକୁ ପଡ଼ିବ।

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଥିବା ୱେଷ୍ଟ ଇଣ୍ଡିଜକୁ ଅଟକାଇବାକୁ ହେଲେ ପ୍ରଥମେ ସାଇ ହୋପଙ୍କୁ ସଅଳ ଆଉଟ କରିବାକୁ ପଡ଼ିବ। ଦିନିକିଆ ସିରିଜରେ ସେ ୨ଟି ଶତକ ଅର୍ଜନ କରିଥିଲେ ଓ ପ୍ରଥମ ଟି-ଟ୍ୱେଣ୍ଟିରେ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଟସ୍ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟସ୍ ବିଜୟୀ ଦଳକୁ ମ୍ୟାଚ ଜିତିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ ।

ପ୍ରଥମ ମ୍ୟାଚରେ ବିଜୟ ପରେ ଭାରତର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ। ତଥାପି ପେସ୍ ବୋଲର ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଇପାରେ। ସୀମିତ ସୁଯୋଗ ମଧ୍ୟରେ ପ୍ରିନ୍ସ ବେଶ୍ ଚମତ୍କାର ବୋଲିଂ କରିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି।

ୱେଷ୍ଟ ଇଣ୍ଡିଜ ମଧ୍ଯ ଅମିର ଜାଙ୍ଗୁଙ୍କୁ ଏକ ସୁଯୋଗ ଦେଇପାରେ । ଦିନିକିଆ ସିରିଜରେ ଜାଙ୍ଗୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ପ୍ରାଥମିକ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇ ନଥିଲେ । ବର୍ତ୍ତମାନ ସେ ଚମତ୍କାର ଫର୍ମରେ ରହିଛନ୍ତି। ଜାଙ୍ଗୁ ଏକାଦଶରେ ସ୍ଥାନ ଦେଲେ ଯୁବ ଓପନର କାମିଲ ପୂରନ ବାଦ ପଡ଼ିଯିବେ।



Source link

Leave A Reply

Your email address will not be published.