Voice of Eastern India

ଆସୁଛି ଆଉ ଏକ ବାତ୍ୟା ! ଏଥର ଓଡ଼ିଶା-ପଶ୍ଚିମବଙ୍ଗକୁ ବେଶି ବିପଦ


ଭୁବନେଶ୍ୱର, ୨୯/୧୦ : ଅର୍ଣ୍ଣବ ପ୍ରକୋପ ନ ଯାଉଣୁ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି ) ପୂର୍ବାନୁମାନ କରିଛି।

ଅର୍ଥାତ୍ ଗୁରୁବାରକୁ ଏହା ଲଘୁଚାପ ରୂପ ନେଇପାରେ। ବର୍ତ୍ତମାନ ସୁଦ୍ଧା ଆଇଏମଡି ଏତିକି ପୂର୍ବାନୁମାନ ଜାରି କରିଛି। ଏହା ଅଧିକ ଘନୀଭୂତ ହେବ କି ନାହିଁ, ଏବେ କିଛି କୁହାଯାଇନି ।

Also Read :- ଆଜି ବି ଲଗାଣ ବର୍ଷା : ଛତିଶଗଡ଼କୁ ମୁହାଁଇଛି ଅର୍ଣ୍ଣବ, ପଶ୍ଚିମ ଏବଂ ଦକ୍ଷିଣରେ ପ୍ରବଳ ଛେଚିବ !

ବିଦେଶୀ ପାଣିପାଗ ମଡେଲ୍ ଜିଏଫଏସ୍ ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଆସିପାରେ ଆସନ୍ତା ୧-୨ ତାରିଖବେଳକୁ । ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ଘଷି ହୋଇ ବାଂଲାଦେଶ ଆଡ଼କୁ ଯାଇପାରେ।

ଏଥିରେ ବାୟୁର ଚାପ (ପ୍ରେସର) ୯୭୭ରୁ ୯୦ ପର୍ଯ୍ୟନ୍ତ ରହିପାରେ। ଅପରପକ୍ଷରେ ଇସିଏମଡବଲୁଏଫ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୨ ତାରିଖବେଳକୁ ଆନ୍ଧ୍ର ଉପକୂଳ ଆଡ଼କୁ ଯାଇପାରେ ।



Source link

Leave A Reply

Your email address will not be published.