Voice of Eastern India

ଦିଗପହଣ୍ଡିରେ ଜଳପ୍ରଳୟ! ଘରେ ବନ୍ୟାଜଳ, ବ୍ରିଜ୍ ଉପରେ ୪ ଫୁଟ୍ ପାଣି


ଦିଗପହଣ୍ଡି ୨୯।୧୦ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା । ଜିଲ୍ଲାର ଏକାଧିକ ଅଞ୍ଚଳ ଜଳମଗ୍ନ । ଦିଗପହଣ୍ଡିରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁ ଭିତରେ ପଶିଛି ପାଣି, ଘରେ ବର୍ଷାଜଳ । ପାଣିରେ ବୁଡିଛି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବ୍ରହ୍ମପୁର-ଗଜପତି ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି।

ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡ଼ିଛି। ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇଛି । ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପଳାଶପୁର ଗାଁରେ ବନ୍ୟାଜଳ ପଶିଛି । ପଳାଶପୁର ବ୍ରିଜ୍ ଉପରେ ପ୍ରାୟ ୪ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ନଦୀକୂଳରେ ଥିବା ପଳାଶପୁର ଗାଁ ଭିତରକୁ ବନ୍ୟାଜଳ ପଶିବା ଆରମ୍ଭ କରିଛି । ଏପରିକି ରାସ୍ତା ଉପରେ ପାଣି ବୋହୁଥିବାରୁ ଯାତାୟାତରେ ବାଧା ଉପୁଜିଛି ।

Also Read:-ଆସୁଛି ଆଉ ଏକ ବାତ୍ୟା ! ଏଥର ଓଡ଼ିଶା-ପଶ୍ଚିମବଙ୍ଗକୁ ବେଶି ବିପଦ

ଅନ୍ୟପଟେ ଦିଗପହଣ୍ଡିରୁ ଆସିକାକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଚାଲୁଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟାଜଳ ପ୍ରବେଶ କରୁଥିବା ଗାଁ ଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁଠାରୁ ଚିନ୍ତାଜନକ ସ୍ଥିତି ହେଉଛି, ବ୍ରହ୍ମପୁରରୁ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହାଦ୍ୱାରା ଯାତ୍ରୀ ଓ ଯାନବାହନ ଚାଳକମାନେ ହଇରାଣ ହେଉଛନ୍ତି।

Watch Video:-

 



Source link

Leave A Reply

Your email address will not be published.