Voice of Eastern India

ଅନ୍ତର୍ଜାତୀୟ କ୍ୟାରିଅରରେ ‘ଦି ଏଣ୍ଡ୍’ : କାନ୍ଦି କାନ୍ଦି ବିଦାୟ ନେଲେ ଆର୍ଜେଣ୍ଟିନା ଷ୍ଟାର୍ ଲିଓନେଲ୍ ମେସି


ନୂଆଦିଲ୍ଲୀ, ୦୭/୧୦:ଆଖିରେ ଲୁହ । ହାତରେ ଦର୍ଶକଙ୍କୁ ଧନ୍ୟବାଦ । କାନ୍ଦିଲେ ଫୁଟବଲ ଫ୍ୟାନ୍ସ ଏବଂ ସାଥି ଖେଳାଳି । ଏମିତି କିଛି ଥିଲା ଆର୍ଜେଣ୍ଟିନା ଷ୍ଟାର ଲିଓନେଲ୍ ମେସିଙ୍କ ଶେଷ ଫାଇଟ୍ । ମହାନ ଫୁଟବଲର ମେସି ନିଜର ୨୧ ବର୍ଷର କ୍ୟାରିଅରକୁ ଦମଦାର ଅନ୍ଦାଜରେ ଶେଷ କରିଛନ୍ତି । ବ୍ୟୁନର୍ସ ଆୟର୍ସରେ ଅକ୍ଟୋବର ୬ ତାରିଖରେ ସେ ବେନିନ୍ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ମୁକାବିଲାରେ ଆର୍ଜେଣ୍ଟିନା ୩-୦ରେ ବିଜୟୀ ହୋଇଛି । ନିଜ ଫାଇନାଲ ମୁକାବିଲାରେ ମେସିଙ୍କୁ ଗୋଲ୍ ଏବଂ ଆସିଷ୍ଟ୍ ମିଳିଛି ।

Also Read :- ଦଶହରାରେ ଆସୁଛି ବାତ୍ୟା ! ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ : ୟୁରୋପୀୟ ସଂସ୍ଥାର ଭୟଙ୍କର ଅନୁମାନ

ମେସି ମ୍ୟାଚର ୭୧ ତମ ମିନିଟରେ ପେନାଲ୍ଟିକୁ ଗୋଲରେ ପରିବର୍ତ୍ତନ କରିଥିଲେ । ଏହାସହ ସେ ଏକ ଗୋଲ୍ ଆସିଷ୍ଟ୍ ମଧ୍ୟ କରିଛନ୍ତି । ଅର୍ଥାତ ଆର୍ଜେଣ୍ଚିନାର ଜର୍ସିରେ ସେ ଶେଷ ଥର ପାଇଁ ତାହା କରିଛନ୍ତି ଯେଉଁଥି ପାଇଁ ତାଙ୍କର ପ୍ରସିଦ୍ଧି ରହିଛି । ମୁକାବିଲାରେ କିଛି କିଛି ସମୟରେ ମେସି ଭାବବିହ୍ୱଳ ହୋଇ ଯାଉଥିଲେ । ଆର୍ଜେଣ୍ଟିନାର ଜାତୀୟ ସଙ୍ଗୀତ ଗାନ ବେଳେ ତାଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା । ସେ ଆଖିରୁ ଲୁହ ପୋଛୁଥିବା ନଜର ଆସିଥିଲେ ।

ମେସି ୨୦୦୫ ଅଗଷ୍ଟ ୧୭ ତାରିଖରେ ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିଲେ । ଏହା ଅତି ସ୍ମରଣୀୟ ଥିଲା । କାରଣ ମଇଦାନକୁ ଓହ୍ଲାଇବାର ୯୦ ମିନିଟରେ ତାଙ୍କୁ ରେଡ୍ କାର୍ଡ ମିଳିଥିଲା । ଏହି ଖରାପ ଆରମ୍ଭ ପରେ ସେ ଆଉ ପଛକୁ ଚାହିଁନଥିଲେ । ଏହାପରେ ଗୋଲର ରେକର୍ଡ କରିଥିଲେ । ସେ ୨୦୭ଟି ମ୍ୟାଚ୍ ଖେଳି ୧୨୬ଟି ଗୋଲ୍ କରିଛନ୍ତି ।

ପୁରୁଷ ଫୁଟବଲରେ ସବୁଠୁ ଅଧିକ ଅନ୍ତର୍ଜାତୀୟ ଗୋଲ୍ ରେକର୍ଡରେ ମେସି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କଠୁ କେବଳ କ୍ରିଷ୍ଟିଆନୋ ରୋନାଲ୍ଡୋ ଆଗରେ ରହିଛନ୍ତି । ରୋନାଲ୍ଡୋଙ୍କ ନାଁରେ ୧୪୬ଟି ଗୋଲ୍ ରହିଛି । ବେନିନ୍ ବିପକ୍ଷ ଶେଷ ମ୍ୟାଚରେ ସେ ଏକ ଆସିଷ୍ଟ୍ ଗୋଲ୍ କରିଥିଲେ । ଏହାସହ ତାଙ୍କ ନାଁରେ ୬୬ଟି ଆସିଷ୍ଟ୍ ସାମିଲ ହୋଇଛି । ଯାହା ସର୍ବାଧିକ ।

୩୯ ବର୍ଷୀୟ ମେସିଙ୍କ ବ୍ୟକ୍ତିଗତ ରେକର୍ଡ ସହ ଦଳଗତ ରେକର୍ଡ ମଧ୍ୟ ରହିଛି । ସେ ଆର୍ଜେଣ୍ଟିନାକୁ ୨୦୦୮ରେ ବେଜିଂ ଅଲମ୍ପିକରେ ସୁନା ଜିତାଇଥିଲେ । ଏହାପରେ ୨୦୨୧ ଏବଂ ୨୦୨୪ରେ କୋପା ଆମେରିକାରେ ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଥିଲା । ୨୦୨୨ରେ ସେ ଦଳକୁ ବିଶ୍ୱକପ୍ ଚାମ୍ପିଅନ୍ କରିଥିଲେ । ୨୦୨୬ରେ ମଧ୍ୟ ତାଙ୍କ ନେତୃତ୍ୱରେ ଟିମ୍ ଫାଇନାଲରେ ଏଣ୍ଟ୍ରି କରି ରନର୍ସଅପ୍ ହୋଇଥିଲା ।



Source link

Leave A Reply

Your email address will not be published.