Voice of Eastern India

Weather Update: ୨୪ ଘଣ୍ଟାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା, ଆହୁରି ସପ୍ତାହେ ମିଳିବନି ତ୍ରାହି




ଭୁବନେଶ୍ବର ୨୩।୭: ଆସନ୍ତା ସପ୍ତାହେ ଯାଏଁ ପ୍ରବଳ ବର୍ଷିବ । ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର । ସେପଟେ ବିଶେଷଜ୍ଞଙ୍କ ମତ ଓଡ଼ିଶା ଆଡକୁ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ପ୍ରଭାବରେ ଅପରାହ୍ନରେ ଅଧିକାଂଶ ସ୍ଥାନରେ ବର୍ଷା ହେବ ।

ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା । ପ୍ରବଳ ବର୍ଷା ସାଙ୍ଗକୁ ଦେଖାଦେବ ବିଜୁଳି ଘଡ଼ଘଡ଼ିର ପ୍ରକୋପ । ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ । ଘଣ୍ଟା ପ୍ରତି ପବନର ବେଗ ୩୦-୪୦ କିଲୋମିଟର ଯାଏଁ ରହିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର,କଟକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୨୪ ତାରିଖରେ ମଧ୍ୟ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହିପରି ବିଜୁଳି, ଘଡଘଡି ଜନିତ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ମଯୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ବିଭାଗ । ବର୍ତ୍ତମାନ ମନସୁନ୍ ଟ୍ରଫ୍ ଦକ୍ଷିଣ ମୁହାଁ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ବର୍ଷାର ଯଥେଷ୍ଟ ସମ୍ଭାବନା ରହିଛି ।

Also Read:- ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବାୟୁମଣ୍ଡଳର ଉପରି ଭାଗରେ ୮୫-୯୦ ପ୍ରତିଶତ ଜଳୀୟବାଷ୍ପ ରହୁଛି । ପ୍ରଭାବରେ ଅପରାହ୍ନରେ ଘଡଘଡି ଜନିତ ବର୍ଷା ସୃଷ୍ଟି କରୁଛି । ତେବେ ୨୫ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।

ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ୬୦.୨ ମିଲିମିଟର ରେକର୍ଡ ହୋଇଛି । ପ୍ରଥମ ଜୁନ୍‌ରୁ ଆଜି ପର୍ଯ୍ୟନ୍ତ ମୋଟ୍ ୫୩୬.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅର୍ଥାତ୍ ରାଜ୍ୟରେ ୧୭ ପ୍ରତିଶତ ଭଲ ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ କହିଛି ।



Source link

Leave A Reply

Your email address will not be published.