Voice of Eastern India

Weather Update : ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାରେ ସ୍କୁଲ ଛୁଟି


ଭୁବନେଶ୍ୱର ୩୦।୦୭ :  ଆଜିଠୁ ରାଜ୍ୟରେ ବର୍ଷା ପ୍ରକୋପ କ୍ରମଶଃ କମିବ। ଗଭୀର ଅବପାତ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭ ଉପରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ଭିତରେ ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେବ।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ବୁଧବାର ରାତିରୁ ଗୁରୁବାର ସକାଳ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ, ଗୁରୁବାର ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ । ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଶୁକ୍ରବାରଠାରୁ ବର୍ଷା ପରିମାଣ ଆହୁରି କମିଯିବ। ତେବେ ବନ୍ୟା ଓ ଲଗାଣ ବର୍ଷା ସ୍ଥିତିକୁ ଦେଖି ଆଜି ବାଲେଶ୍ୱର, ଯାଜପୁର, ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।

Also Read:-Mrunal Thakur: କ’ଣ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ଡେଟ୍ କରୁଛନ୍ତି ମୃଣାଲ ? ସୋସିଆଲ୍ ମିଡିଆରେ ଭାଇରାଲ୍ ପରେ ଚର୍ଚ୍ଚା

ତେବେ ଗୁରୁବାର ଛତିଶଗଡ଼ର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୩୧ରେ ସେଠାରେ ବର୍ଷା କମିବ । କିନ୍ତୁ, ଅଗଷ୍ଟ ୧ରୁ ୪ ପର୍ଯ୍ୟନ୍ତ ବର୍ଷା ବଢ଼ିପାରେ ଛତିଶଗଡ଼ରେ। ମହାନଦୀ ଫୁଲୁଛି । ଜଳସ୍ତ ଗତ ୨୪ ଘଣ୍ଟାରେ ବରଗଡ଼ ବିଜେପୁରରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି। ୯ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ୪୬ଟି ବ୍ଲକ, ୨ଟି ପାଣିପାଗ ଷ୍ଟେସନ ଏବଂ ଗୋଟିଏ ସହରାଞ୍ଚଳରେ ୧୦୦ ମିମିରୁ ୨୦୦ ମିମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି। ଜୁଲାଇ ପହିଲାରୁ ୨୯ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୨୩.୭ ମିମି ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା ପରିମାଣ ହେଉଛି ୩୧୬.୫ ମିମି । ଅର୍ଥାତ୍ ସ୍ୱାଭାବିକଠାରୁ ୯୭% ଅଧିକ ବର୍ଷା ହୋଇଛି।



Source link

Leave A Reply

Your email address will not be published.