Voice of Eastern India

‘Toxic’ ଟ୍ରେଲରକୁ ନେଇ ସୋସିଆଲ୍ ମିଡିଆରେ ଝଡ଼: ରକିଂ ଷ୍ଟାର୍ ୟଶଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ସ୍ତବ୍ଧ, ଦର୍ଶକ ଦେଲେ ବମ୍ପର୍ ରିଭ୍ୟୁ


ମୁମ୍ବାଇ: ‘KGF’ର ଭବ୍ୟ ସଫଳତା ପରେ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ପରଦାକୁ ଫେରୁଛନ୍ତି କନ୍ନଡ଼ ସୁପରଷ୍ଟାର୍ ‘ରକିଂ ଷ୍ଟାର୍’ ୟଶ୍। ତାଙ୍କର ବହୁ ପ୍ରତୀକ୍ଷିତ  ସିନେମା ‘ଟକ୍ସିକ୍’ (Toxic: A Fairy Tale for Grown-Ups)ର ଟ୍ରେଲର୍ ରିଲିଜ୍ ହେବା ମାତ୍ରେ ହିଁ ଇଣ୍ଟରନେଟ୍‌ରେ ଭୂକମ୍ପ ସୃଷ୍ଟି ହୋଇଛି। ସିନେପ୍ରେମୀ ଓ ୟଶଙ୍କ ପ୍ରଶଂସକମାନେ ଟ୍ରେଲରକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।  ଅଗଷ୍ଟ ୨୬ରେ ଫିଲ୍ମ ସିନେମା ଘରେ ରିଲିଜ୍ ହେବ।

ଦର୍ଶକ ଓ ସୋସିଆଲ୍ ମିଡିଆ ରିଭ୍ୟୁ

ଟ୍ରେଲର୍ ଆସିବା ପରେ ୟୁଟ୍ୟୁବ୍ ଏବଂ ଏକ୍ସରେ ଫ୍ୟାନ୍ସଙ୍କ ପ୍ରଶଂସାର ସ୍ରୋତ ଛୁଟିଛି। ୟଶଙ୍କର ଡାର୍କ, ରଗଡ୍ ଗ୍ୟାଙ୍ଗଷ୍ଟର୍ ଅବତାର ଏବଂ ସିନେମାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ଅନେକ ବ୍ୟବହାରକାରୀ ଲେଖିଛନ୍ତି ଯେ, ଏହା କେବଳ ଏକ ଆକ୍ସନ୍ ସିନେମା ନୁହେଁ, ବରଂ ‘ସିନେମାଟିକ୍ ମାଷ୍ଟରପିସ୍’ ହେବାକୁ ଯାଉଛି। ୟଶଙ୍କ ସହ କିଆରା ଆଡଭାନୀ ଓ ତାରା ସୁତାରିଆଙ୍କ କେମିଷ୍ଟ୍ରିକୁ ମଧ୍ୟ ବେଶ୍ ପସନ୍ଦ କରାଯାଉଛି। ଜଣେ ଲେଖିଛନ୍ତି ଏହା କେଜିଏଫଠୁ ୧୦ ଗୁଣ ଆଗରେ ରହିଛି।

ହାଇ-ଭୋଲ୍ଟେଜ୍ ଆକ୍ସନ୍ ଓ ଡ୍ରାମା

ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ହଲିଉଡ୍ ସ୍ତରର ଆକ୍ସନ୍ ସିକଓ୍ଵେନ୍ସ ଦେଖିବାକୁ ମିଳିଛି। ସସପେନ୍ସ, ଆକ୍ସନ୍ ଏବଂ ରୋମାନ୍ସର ଏହି ବିଶାଳ କୋଲାଜ୍‌କୁ ଦେଖି ଦର୍ଶକ ଅନୁମାନ କରୁଛନ୍ତି ଯେ ଏହା ବକ୍ସ ଅଫିସର ପୂର୍ବର ସବୁ ରେକର୍ଡ ଭାଙ୍ଗିଦେବ। ଏହା ଏକ ଗ୍ୟାଙ୍ଗଷ୍ଟ ଏକ୍ସନ ଥ୍ରୀଲର ମୁଭି, ଯାହାକୁ ଅନେକ ଭାଷାରେ ରିଲିଜ୍ କରାଯିବ। ଏହି ଫିଲ୍ମରେ ୟଶ ପିତା ଏବଂ ପୁଅ ଡବଲ୍ ରୋଲରେ ନଜର ଆସିବେ। ଏହା ସିନେ ପ୍ରେମୀଙ୍କ ପାଇଁ ବହୁତ ବଡ଼ ସରପ୍ରାଇଜ।

ଏହି ବହୁଭାଷୀ ବିଗ୍-ବଜେଟ୍ ଚଳଚ୍ଚିତ୍ରରେ ୟଶ୍, କିଆରା ଆଡଭାନୀ, ନୟନତାରା, ହୁମା କୁରୈଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ୨୬ ଅଗଷ୍ଟ ୨୦୨୬ରେ ଏହି ସିନେମାଟି ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ଏହି ଫିଲ୍ମର ବଜେଟ୍ ୫୦୦ରୁ ୧୦୦୦ କୋଟି ହୋଇଥିବା କୁହାଯାଉଛି। 

 

 



Source link

Leave A Reply

Your email address will not be published.