Voice of Eastern India

TMCକୁ ମୁଖ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ, ମିଳିଲା ୨ ମାସ ସମୟ


କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି)କୁ ସେହି ଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାକୁ ପାର୍ଟି ଅସ୍ଥାୟୀ ମୁଖ୍ୟାଳୟ ରୂପେ ବ୍ୟବହାର କରୁଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭବନ ମାଲିକ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପାର୍ଟିକୁ ଘର ଖାଲି କରିବାକୁ ୨ ମାସ ସମୟ ଦେଇଛନ୍ତି। ମାଲିକ ମୋଣ୍ଟୁ ସାହା ଓ ତାଙ୍କ ପୁଅ ପରିସରକୁ ଖାଲି କରିବାରେ ସହାୟତା କରିବା ପାଇଁ ପୋଲିସକୁ ମଧ୍ୟ ସୂଚନା ଦେଇଛନ୍ତି। ଏହି ଭବନକୁ ଯାହା ଲୋକପ୍ରିୟ ଭାବେ ‘ତୃଣ ମୂଳ ଭବନ’ କୁହାଯାଉଥିଲା ଟପସିୟାରେ ଇଏମ ବାଇପାସ ରୋଡରେ ରହିଛି।

ଟିଏମସି ୨୦୨୧ରେ ବିଧାନସଭା ନିର୍ବାଚନ ଜିତିବା ପରେ ଟପସିଆ ସ୍ଥିତ ନିଜର ସ୍ଥାୟୀ କାର୍ଯ୍ୟାଳୟକୁ ପୁନଃ ନିର୍ମାଣ ଲାଗି ଭାଙ୍ଗି ଦେଇଥିଲା। ଏହି ସମୟରେ କାର୍ଯ୍ୟାଳୟକୁ ଭଡ଼ାଘରକୁ ସ୍ଥାନାନ୍ତରଣ କରାଯାଇଥିଲା। ସାହା ଙ୍କ ସହ ଏଥି ପାଇଁ ୨୦୨୨ରେ ଏଗ୍ରିମେଣ୍ଟ କରାଯାଇଥିଲା। ଘର ମାଲିକଙ୍କ ଅନୁସାରେ ମୂଳ ପଟ୍ଟା ଦୁଇ ବର୍ଷ ନିମନ୍ତେ ଥିଲା ଏହାକୁ ପରେ ଆଉ ବର୍ଷକ ପାଇଁ ବଢା ଯାଇଥିଲା। ୨୦୨୫ରେ ଏଗ୍ରିମେଣ୍ଟ ଅବଧି ସରିବା ପରେ ଘର ଖାଲି କରିବାକୁ ମାଲିକ ନୋଟିସ୍ ଦେଇଥିଲେ। ତେବେ ଟିଏମସି ପ୍ରତିନିଧିମାନେ ବାରମ୍ବାର ନୋଟିସ୍ କୁ ଅଣଦେଖା କରି ଆସୁଥିଲେ।

ତେବେ ପାର୍ଟିକୁ ନୂଆ ଅଲ୍ଟିମେଟ୍ ଜୁନ ୪ ତାରିଖ ପରେ ଜାରି କରାଯାଇଛି। ଜୁନ ୪ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ ଗଣନା ହୋଇଥିଲା। ଏଥିରେ ଟିଏମସିର ଶୋଚନୀୟ ପରାଜୟ ହୋଇଥିଲା। ତେବେ ୨୦୨୨ରେ ଭଡ଼ାରେ ନିଆଯାଇଥିବା ଏହି ଭବନଟି ପାର୍ଟି ଲାଗି ଏକ ମୁଖ୍ୟ ପରିଚାଳନା କେନ୍ଦ୍ର ରୂପେ କାମ କରୁଥିଲା। ଏଥିରେ ୨୦୨୪ ଲୋକସଭା ନିର୍ବାଚନ କାଳରେ ପାର୍ଟିର ସମନ୍ୱୟ କାର୍ଯ୍ୟ ମଧ୍ୟ ସଞ୍ଚାଳିତ ହେଉଥିଲା।

ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ଏମିତିରେ ଅଲଗା ଅଲଗା ସ୍ଥାନରୁ କାମ କରୁଥିଲେ। ହେଲେ ପାର୍ଟିର ବରିଷ୍ଠ ନେତାମାନେ ଏହି ବିଲ୍ଡିଂକୁ ପ୍ରେସ୍ ବ୍ରିଫିଙ୍ଗ, ବୈଠକ ଓ ନିର୍ବାଚନ ସମ୍ପର୍କିତ ଗତିବିଦ୍ଧି ଲାଗି ବ୍ୟବହାର କରୁଥିଲେ। ଟିଏମସିର ସମ୍ପତ୍ତି ସମ୍ପର୍କିତ ବିବାଦରେ ପୁରୁଣା ଟପସିୟା ଅଫିସ ମଧ୍ୟ ଫଶି ଯାଇଛି। ଟାଇମସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ବିଦ୍ରୋହୀ ବିଧାୟକ ଜାଭେଦ ଖାନ ଯେଉଁ ଜମିରେ କାର୍ଯ୍ୟାଳୟ ନିର୍ମାଣ ହେଉଛି ତାହା ତାଙ୍କ ପାରିବାରିକ ସମ୍ପତ୍ତି ବୋଲି ଦାବି କରିଛନ୍ତି। ତେବେ ଘର ଖାଲି କରିବାକୁ ମାଲିକ ନୋଟିସ୍ ଦେବା ପଛରେ କୌଣସି ରାଜନୈତିକ କାରଣ ନଥିବା କହିଛନ୍ତି। ସାହା କହିଛନ୍ତି ଯେ ଟିଏମସି ତାଙ୍କୁ ଦୁଇ ମାସ ମଧ୍ୟରେ ଘର ଖାଲିକରିଦେବ ବୋଲି ପ୍ରତିଶ୍ରୁତିଦେଇଛି।

ତେବେ ଘର ଖାଲି କରିବା ପାଇଁ ତାଙ୍କ ନିଷ୍ପତ୍ତି ସୁରକ୍ଷାଗତ କାରଣରୁ ବୋଲି ସାହ କହିଛନ୍ତି। ସେ କହିଛନ୍ତି ଯେ ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଘର ସାମ୍ନାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏଥିରେ ଯଦି ଘରର କୌଣସି କ୍ଷୟକ୍ଷତି ହୋଇଥାନ୍ତା ତାହା ମୋର ବ୍ୟକ୍ତିଗତ କ୍ଷତି ହୋଇଥାନ୍ତା ବୋଲି ସେ କହିଛନ୍ତି। ଏଣୁ ସେ ଘର ଖାଲି କରିବାକୁ ନୋଟିସ୍ ଜାରି କରିଥିବା କହିଛନ୍ତି। ଏହି ଘଟଣାକ୍ରମ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଗତ ବିଧାନସଭା ନିର୍ବାଚନରେ ପାର୍ଟି ସୋଚନୀୟ ପରାଜୟର ଶିକାର ହୋଇଛି। ଏହି ପରାଜୟ ପରେ ପାର୍ଟି ଭିତରେ ମଧ୍ୟ ଅନ୍ତର୍ଦ୍ୱନ୍ଦ ବଢିବାରେ ଲାଗିଛି। ସାଂସଦ ଓ ବିଧାୟକ ପାର୍ଟି ଛାଡିବା ପାଇଁ ବିଚାର କରୁଥିବା ଜଣାପଡିଛି।



Source link

Leave A Reply

Your email address will not be published.