Voice of Eastern India

Skeleton mystery : ସନ୍ଦେହ ବଢ଼ାଉଛି କଳା କାର ; ରାତିରେ ଜଙ୍ଗଲ ଭିତରକୁ ଆସିଥିଲା, ସକାଳୁ ମିଳିଲା ନର କଙ୍କାଳ


ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଦାମିଆଁ ବରବରା ଜଙ୍ଗଲରୁ ଉଦ୍ଧାର ହୋଇଛି ଏକ ନର କଙ୍କାଳ । ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରୁ ପ୍ୟାଣ୍ଟ, ଜ୍ୟାକେଟ ଓ ଜୋତା ପିନ୍ଧା ଅବସ୍ଥାରେ ଏହି କଙ୍କାଳ ଉଦ୍ଧାର କରିଛି ବାଣପୁର ପୋଲିସ । ନର କଙ୍କାଳ ଧଳା ବ୍ଲୁ ରଙ୍ଗର ଜିନ୍ସ ପ୍ୟାଣ୍ଟ, କଳା ରଙ୍ଗର ଜ୍ୟାକେଟ ଓ ନୀଳ ରଙ୍ଗର ସ୍ପୋର୍ଟ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଏବଂ କଙ୍କାଳର ଅବସ୍ଥାକୁ ଦେଖି ମୃତ୍ୟୁ ପ୍ରାୟ ୧୫ରୁ ୨୦ ଦିନ ପୂର୍ବରୁ ହୋଇଥିବା ପୋଲିସ ପକ୍ଷରୁ ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ଏହା ସ୍ୱାଭାବିକ ମୃତ୍ୟୁ ନା’ ହତ୍ୟା ତାହା ଏବେ ବି ରହସ୍ୟ ଘେରରେ । କାରଣ ଘଞ୍ଚ ଜଙ୍ଗଲର ଅତ୍ୟନ୍ତ ନିଛାଟିଆ ସ୍ଥାନରେ କଙ୍କାଳ ମିଳିଥିବାରୁ ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ କେହି ଫିଙ୍ଗି ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଆଉ ଏହି ଘଟଣାରେ କୌଣସି ସ୍ଥାନୀୟ ଲୋକର ହାତ ଥିବା ସନ୍ଦେହ ଉପୁଜୁଛି। ଏଭଳି ଘଟଣା ଜଙ୍ଗଲ ଭିତରେ ପ୍ରଥମ ଥର ଦେଖିବାକୁ ମିଳିଛି।

ଗତ ୯ତାରିଖ ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ଜଙ୍ଗଲ ଭିତରେ ଥିବା ଜରିନାଳ ନିକଟରେ ଏକ କଳା କାର ଯିବା ଲୋକେ ଦେଖିଥିଲେ। ଆଉ ତା ଆଗରେ ଆଗରେ ଏକ ବାଇକ ରାସ୍ତା ଦେଖାଇ ଆସୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ତା ପରଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ନାଣ୍ଡୁଲୁ ଗାଁକୁ ଯିବାକୁ ଥିବା ରାସ୍ତାରେ ଗାଡି ଚକା ଚି଼ହ୍ନ ପଡିଥିବା ଦେଖିବାକୁ ପାଇଥିଲେ। ଏହା ସନ୍ଦେହ ବଢ଼ାଇଥିଲା। ଜଙ୍ଗଲରପ ଉଦ୍ଧାର କରାଯାଇଥିବା ମୃତଦେହକୁ  କେହି ମାରି ଫୋପାଡ଼ି ଦେଇଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକ। ଯେହେତୁ ଗଞ୍ଜାମ ୧୨କିମି ଏବଂ ନୟାଗଡ଼ ୭ କମି ହେବ ସେଠାରୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇ ଥିବା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଗଞ୍ଜାମ ଏବଂ ନୟାଗଡ଼ ଅଞ୍ଚଳର ଥାନା ଗୁଡିକରୁ ମିସିଙ୍ଗ ରିପୋର୍ଟ ଆଧାରରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

 Also Read- Balasore robbery : ଶୋଇଥିବା ସମୟରେ ଆସିଲେ, ଆକ୍ରମଣ କରି ସବୁ ଲୁଟିନେଲେ…



Source link

Leave A Reply

Your email address will not be published.