ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏଚ.ଡି.କୁମାର ସ୍ୱାମୀ ଶନିବାର ନିର୍ବାଚନ ଆୟୋଗଙ୍କୁ ଭୋଟର ଲିଷ୍ଟ ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର)କୁ ନେଇ ଜାରି ବିବାଦ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ ଆହ୍ୱାନ କରିଛନ୍ତି। କୁମାର ସ୍ୱାମୀ କହିଛନ୍ତି ଯେ ଅନ୍ତରୀଣ ମତପାର୍ଥକ୍ୟ ରିପୋର୍ଟକୁ ସମ୍ବୋଧିତ କରିବାର ଦାୟିତ୍ୱ ସ୍ୱୟଂ ନିର୍ବାଚନ ଆୟୋଗଙ୍କର ଓ ଦେଶ ଏହା ଜାଣିବା ଦରକାର ଯେ ସାମ୍ବିଧାନିକ ସଂସ୍ଥାରେ ହେଉଛି କ’ଣ? କୁମାର ସ୍ୱାମୀ କହିଛନ୍ତି ଯେ ଏହା କୌଣସି ପାର୍ଟି ଅଥବା ନେତାଙ୍କ ଦାବିର ପ୍ରଶ୍ନ ନୁହେଁ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନ ଆୟୋଗଙ୍କ ଉତ୍ତରଦାୟିତା। ବାସ୍ତବିକତା କ’ଣ?ନିର୍ବାଚନ ଆୟୋଗରେ କ’ଣ ଚାଲିଛି ତାହା ବାହାରକୁ ଜଣାପଡିବା ଦରକାର।
କୁମାର ସ୍ୱାମୀଙ୍କ ଏହି ଟିପ୍ପଣୀ ଏନଡିଏର ୩ ସହଯୋଗୀ ଚିରାଗ ପାଶ୍ୱାନଙ୍କ ଏଲଜେପି, ଉପେନ୍ଦ୍ର କୁଶୱାହଙ୍କ ଆରଏଲଏମ ଓ ଚନ୍ଦ୍ରବାବୁ ନାୟଡୁଙ୍କ ଟିଡିପି ଦ୍ୱାରା ପୃଥକ ପୃଥକ ନିର୍ବାଚନ ଆୟୋଗଙ୍କ ଏସଆଇଆରକୁ ନେଇ ଆୟୋଗରେ ମତପାର୍ଥକ୍ୟର ଖବରକୁ ସମ୍ବୋଧିତ କରିବାକୁ ଆଗ୍ରହର ଦିନକ ପରେ ଆସିଛି। କୁମାର ସ୍ୱାମୀ କହିଛନ୍ତି ଯେ ମିଡିଆରେ ପ୍ରକାଶିତ ହୋଇଥିବା ଖବର ଓ ନିର୍ବାଚନ ଆୟୋଗ ଭିତରର ବାସ୍ତବିକ ସ୍ଥିତି ମଧ୍ୟରେ ଅନ୍ତର ଦେଖିବା ଏବେ ଆବଶ୍ୟକ ହୋଇପଡ଼ିଛି।
ଏବେ ଗଣମାଧ୍ୟମରେ ଯାହା ଦେଖା ଯାଉଛି ଓ ବାସ୍ତବରେ ଯାହା ଅନ୍ତର ଅଛି ଏହାକୁ ସେହି ସଦସ୍ୟଙ୍କ ସହିତ ଉଜାଗର କରିବାକୁ ହେବ। କାରଣ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ, ଏକ ସ୍ୱାୟତ୍ତ ସଂସ୍ଥା, ଏପରି କାହିଁକି ହେଲା?ସେମାନଙ୍କୁ ଏହାର ସତ୍ୟତା ଗଣମାଧ୍ୟମ ଓ ଦେଶକୁ ଜଣାଇବାକୁ ହେବ। ସେମାନଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାମ ଏତେ ସହଜ ନୁହେଁ। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗର ସେହି ୩ ସଦସ୍ୟ ଯେଉଁମାନଙ୍କ ମଧ୍ୟରେ ଅଧ୍ୟକ୍ଷ ମଧ୍ୟ ସାମିଲ ଅଛନ୍ତି, ସେମାନଙ୍କ ଭିତରେ କ’ଣ ସମସ୍ୟା ରହିଛି? ଏଥିରେ ଭୁଲ କ’ଣ? ଯଦି କିଛି ଥାଏ ସ୍ପଷ୍ଟ କରିବାକୁ ହେବ।
ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ପରେ ଏହି ପ୍ରସଙ୍ଗ ଉଗ୍ର ରୂପ ଧାରଣ କରିଛି। ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଓ ବିବେକ ଯୋଶୀ ଗତ ୧୦ ମାସ ମଧ୍ୟରେ ଅନୁନ୍ୟ ୧୪ଟି ଲିଖିତ ଅସହମତି ଅର୍ଥାତ ଆପତ୍ତି କରିଛନ୍ତି।ଏହି ରିପୋର୍ଟ ପରେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ଓ ଦେଶରେ ଏସଆଇଆର ପ୍ରକ୍ରିୟା ରୋକିବାକୁ ଆହ୍ୱାନ ଦେଉଛି। ତେବେ ଇସିଆଇ କହୁଛନ୍ତି ଯେ ଭିନ୍ନ ଭିନ୍ନ ବିଚାର, ଅନ୍ତରୀଣ ଟିପ୍ପଣୀ ଓ ପ୍ରଶ୍ନ ତାଙ୍କ ସଂସ୍ଥାଗତ କାର୍ଯ୍ୟପ୍ରଣାଳୀର ଅଂଶବିଶେଷ ଓ କହିଛନ୍ତି ଯେ ଏସଆଇଆରକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସର୍ବସମ୍ମତିରେ ନିଆଯାଇଥିଲା।
