Voice of Eastern India

Siddhivinayak Temple Donation : ସିଦ୍ଧି ବିନାୟକ ମନ୍ଦିରରୁ ଚୋରି ହେଉଥିଲା କୋଟି କୋଟି ; ଧରା ପଡ଼ିବା ପରେ ଦାନ ଅର୍ଥ ୫୦ ଲକ୍ଷରୁ ବଢ଼ି ହେଲା ୯୫ ଲକ୍ଷ


ମୁମ୍ବାଇ : ଅଯୋଧ୍ୟା ରାମ ମନ୍ଦିର ପରେ ଏବେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ଘଟିଛି ସମାନ ଘଟଣା। ଚୋରି ହେଉଛି ଦାନ ଅର୍ଥ।  ଯାହାକୁ ନେଇ ମହାରାଷ୍ଟ୍ରରେ ହଇଚଇ। ରାଜ୍ୟ ସରକାର ଆକ୍ସନକୁ ଆସି ଆଇନ ଓ ନ୍ୟାୟ ବିଭାଗ ସମେତ ମନ୍ଦିର ଟ୍ରଷ୍ଟଠାରୁ ରିପୋର୍ଟ ତଲବ କରିଛନ୍ତି । ମାମଲାରେ ଏପର୍ଯ୍ୟନ୍ତ ମନ୍ଦିରର ୪୮ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ୧୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସିଦ୍ଧି ବିନାୟକ ମନ୍ଦିରରୁ ବର୍ଷକୁ ପ୍ରାୟ ୧୮ କୋଟି ଟଙ୍କାର ଦାନ ଚୋରି ହୋଇଥିବା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ୍ ଠାକରେ ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ, ଦାନପାତ୍ରରୁ ଲଗାତର ଟଙ୍କା ବାହାର କରାଯାଉଥିଲା । ଏହି ଘଟଣା ଅନେକ ଦିନ ଧରି ଚାଲିଥିଲା । ଚୋରି ଧରାଯିବା ପୂର୍ବରୁ ସାପ୍ତାହିକ ଦାନ ରାଶି ୫୦ ଲକ୍ଷ ଟଙ୍କା ଥିଲା । ବର୍ତ୍ତମାନ ଏହା ଦେଢ଼ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଦାନପାତ୍ରରୁ ନିୟମିତ ଭାବେ ଚୋରି ହେଉଥିଲା । ରାଜ୍ ଠାକ୍ରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବ ମାଗିଛନ୍ତି । ମନ୍ଦିର ଭଳି ଆସ୍ଥା କେନ୍ଦ୍ର ମଧ୍ୟ ସୁରକ୍ଷିତ ନ ରହିବା ଚିନ୍ତାର କାରଣ ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ଠାକ୍ରେଙ୍କ ଅଭିଯୋଗକୁ ଖଣ୍ଡନ କରିଛି ।

ଟ୍ରଷ୍ଟ କହିଛି, ଠାକ୍ରେଙ୍କ ଅଭିଯୋଗ ପରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ୨୦୨୬ ମେ’ରେ ହୋଇଥିବା ଅଡିଟ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ମନ୍ଦିର ଟ୍ରଷ୍ଟି ରାହୁଲ ଲୋଙ୍ଗଢେ କହିଛନ୍ତି, ଆଇନ ଓ ନ୍ୟାୟ ବିଭାଗ ମନ୍ଦିର ପ୍ରଶାସନଠାରୁ ରିପୋର୍ଟ ମାଗିଛି । ରିପୋର୍ଟ ଦାଖଲ ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । ମନ୍ଦିରର ଦାନ ଏବଂ ଆର୍ଥିକ କାରବାର ସଂକ୍ରାନ୍ତ ବିସ୍ତୃତ ଅଡିଟ ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ସଦା ସରୱଣକର କହିଛନ୍ତି, ଦାନ ଅର୍ଥ ଅନିୟମିତତା ବାବଦରେ ପ୍ରଥମେ ଟ୍ରଷ୍ଟ ହିଁ ଜାଣିବାକୁ ପାଇଥିଲା । ଏହାପରେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତକରାଯିବା ସହିତ ବିସ୍ତୃତ ଅଡିଟ୍ କରାଇବାକୁ ଅନୁରୋଧ କରିଥିଲା । ଏମିତିକି ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି) ମୁଖ୍ୟ ବିଶ୍ୱାସ ନାଙ୍ଗରେ ପାଟିଲଙ୍କୁ ବି ଯାଞ୍ଚ ଲାଗି କୁହାଯାଇଥିଲା । ଏହାପରେ ୪୮ ଜଣଙ୍କୁ ନିଲମ୍ବନ କରାଯାଇଥିଲା । ୧୦ ଜଣଙ୍କୁ ଗିରଫ ପରେ ପୁଲିସ ହାଜତ ପଠାଯାଇଥିଲା ।

ଧରପଗଡ଼ ପରେ ସାପ୍ତାହିକ ଦାନ ଅର୍ଥ ପରିମାଣ ଦେଢ଼ କୋଟି ଟଙ୍କାକୁ ବଢ଼ିଥିବା ଦାବିକୁ ଟ୍ରଷ୍ଟ ଖଣ୍ଡନ କରିଛି । ଟ୍ରଷ୍ଟି ରାହୁଲ କହିଛନ୍ତି, ପୂର୍ବରୁ ପ୍ରତି ସପ୍ତାହରେ ୫୦ ଲକ୍ଷ ଟଙ୍କାର ଦାନ ଆସୁଥିଲା । ବର୍ତ୍ତମାନ ଏହା ୭୫ ଲକ୍ଷ ଏବଂ ବେଳେବେଳେ ୯୫ ଲକ୍ଷ ଟଙ୍କାକୁ ବଢ଼ିଛି । ମାମଲାରେ ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ରାଜନ ପେଣ୍ଢୁଲକର ଅଛନ୍ତି । ସେ ୨୦୦୯ରୁ ମନ୍ଦିରରେ କାର୍ଯ୍ୟରତ ଥିଲେ । ତାଙ୍କ ପରେ ଆଉ ୮ ଜଣଙ୍କୁ ଚଳିତବର୍ଷ ମାର୍ଚ୍ଚରେ ଗିରଫ କରାଯାଇଥିଲା । ତେବେ ଅଧିକାଂଶ ଅଭିଯୁକ୍ତ ଶିବସେନା (ୟୁବିଟି) ସହ ଜଡ଼ିତ ଅଛନ୍ତି । ପୂର୍ବର ଉଦ୍ଧବ ଠାକ୍ରେ ସରକାର ବେଳେ ସେମାନେ ନିଯୁକ୍ତି ପାଇଥିବା ସରୱଣକର କହିଛନ୍ତି ।

Also Read- ଲଣ୍ଡନରେ ଦେଢ଼ କୋଟି ଟଙ୍କାର ଚାକିରି ପାଇଲେ ଏହି ଭାରତୀୟ ଯୁବତୀ, ମିଳିବ ମୋଟା ଦରମା ସହ ଏହି ସବୁ ସୁବିଧା

ଚଳିତବର୍ଷ ମାର୍ଚ୍ଚ ୨୦ରେ ମନ୍ଦିରରୁ ଦାନ ଅର୍ଥ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଦାନପାତ୍ରରୁ ଟଙ୍କା ଉଭାନ ହେବା ନେଇ ମନ୍ଦିର ଅଧିକାରୀ ହିଁ ପ୍ରଥମେ ଜାଣିବାକୁ ପାଇଥିଲେ । ଏହାପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ପ୍ରାରମ୍ଭିକ ତଦନ୍ତ ପରେ ଦାଦର ପୁଲିସ ୧୦ ହଜାର ଟଙ୍କା ଚୋରି ପାଇଁ ଏଫ୍ଆଇଆର୍ ଦାୟର କରିଥିଲା । ତଦନ୍ତ ବେଳେ ପୁଲିସ ୮୦ ହଜାର ଟଙ୍କା ଜବତ କରିଥିଲା । କିଛି ଅଭିଯୁକ୍ତ ଲଗାତର ୧୦ ଦିନ ଧରି ଦାନପାତ୍ରରୁ ଟଙ୍କା ଚୋରି କରିଥିବା ସିସିଟିଭି ଫୁଟେଜରୁ ଧରାପଡ଼ିଥିଲା ।



Source link

Leave A Reply

Your email address will not be published.