Voice of Eastern India

Shree Jagannath Temple: ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ, ଏଏସଆଇକୁ ପୂର୍ତ୍ତ ବିଭାଗର ଚିଠି


ପୁରୀ ୨।୭: ଜୁଲାଇ ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ।

Also Read:- ଗୁଳିମାଡ଼ ଖାଇଲା, ସବୁ ବାଧାବିଘ୍ନ ଟପି ପାରାଦୀପରେ ପହଞ୍ଚିଲା MT SANMAR HERALD

ଜୁଲାଇ ୧୮ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ପୂର୍ତ୍ତ ବିଭାଗ ତରଫରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା, ଏଏସଆଇକୁ ଚିଠି କରାଯାଇଛି । ଯାଞ୍ଚ ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ଏକ ରୁଟିନ୍ ଯାଞ୍ଚ୍ ପ୍ରକ୍ରିୟା । ପ୍ରତ୍ୟେକ ବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ଏହି ଯାଞ୍ଚ ପ୍ରକ୍ରିୟା କରାଯାଇଥାଏ ।



Source link

Leave A Reply

Your email address will not be published.