Voice of Eastern India

Seniors Thrashing Juniors: ସ୍କୁଲ ହଷ୍ଟେଲରେ ନବମ ଶ୍ରେଣୀ ପିଲାଙ୍କୁ ସିନିୟରଙ୍କ ମାଡ଼, ଭିଡିଓ ଭାଇରାଲ୍ ପରେ ତଦନ୍ତ ଆରମ୍ଭ


ରାୟଗଡ଼ା ୫।୮: ରାୟଗଡ଼ା ରିବଲକୋଣା ବିଦ୍ଯାଳୟରେ ଛାତ୍ର ନିର୍ଯାତନା ଘଟଣାରେ ତଦନ୍ତ ଆରମ୍ଭ । ବିଦ୍ଯାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଚାନ୍ଦିଲି ପୋଲିସ । ନବମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ର ହଷ୍ଟେଲରେ ମାଡ଼ ମାରୁଥିବା ଭିଜୁଆଲ ଭାଇରାଲ ହୋଇଥିଲା ।

ବୁଧବାର ସନ୍ଧ୍ୟାରେ ସ୍କୁଲରେ ପୋଲିସ ପହଞ୍ଚିବା ପରେ ୧୦ମ ଶ୍ରେଣୀର ୭ ଜଣ ଛାତ୍ର ହଷ୍ଟେଲ ଛାଡି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ୪ ଜଣ ଛାତ୍ର ସ୍କୁଲକୁ ଫେରିଥିବା ବେଳେ ଏବେ ମଧ୍ଯ ୩ ଜଣ ଛାତ୍ର ନିଖୋଜ ରହିଛନ୍ତି । ରାତି ୧୨ଟାରେ ନବମ ଶ୍ରେଣୀର ୨୭ ଜଣ ଛାତ୍ରଙ୍କୁ ଜଣେ ସିନିୟର ଛାତ୍ର ହଷ୍ଟେଲରେ ମାଡ଼ ମାରୁଥିବା ଭିଜୁଆଲ ଭାଇରାଲ ହୋଇଥିଲା । ଏହି ଘଟଣାକୁ ଜିଲ୍ଲା ମଙ୍ଗଳ ବିଭାଗ ଗୁରୁତ୍ବର ସହ ନେଇଛନ୍ତି । କୋଳନରା ଗୋଷ୍ଠୀ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଧ୍ଯ ତଦନ୍ତ କରିଛନ୍ତି ।

Also Read:- ନବଜାତକକୁ ଧରି ବସିଥିବା ପ୍ରସୂତିଙ୍କ ଉପରେ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ମା’ ଓ ଶିଶୁ

ନବମ ଶ୍ରେଣୀ ଛାତ୍ରଙ୍କୁ ଦଶମ ପିଲା ମାଡ଼ ସମୟରେ ଅନ୍ଯମାନେ କାହିଁକି ଅଟକାଇନଥିଲେ । ଏଥି ସହିତ ବିଦ୍ଯାଳୟର ଶିକ୍ଷକ ମାନେ କାହିଁକି ରହୁନାହାନ୍ତି, ସେନେଇ ମଧ୍ଯ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦୁଃଖ ପ୍ରକାଶ କରିବା ସହ ବିଦ୍ଯାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ସେହିପରି କୋଲନରା ବିଡିଓ ରିନା ପ୍ରଧାନ ମଧ୍ଯ ରିବଲକୋଣା ବିଦ୍ଯାଳୟକୁ ଯାଇ ସ୍ଥିତି ଅନୁଧ୍ଯାନ କରିଛନ୍ତି । ଅନ୍ଯପଟେ ଘଟଣାର ଅନୁଧ୍ଯାନ କରାଯାଉଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୀମା ରାଓ ସୂଚନା ଦେଇଛନ୍ତି ।

 



Source link

Leave A Reply

Your email address will not be published.