Voice of Eastern India

Sawan : ଶ୍ରାବଣର ଦ୍ଵିତୀୟ ସୋମବାରରେ ସୃଷ୍ଟି ହେଉଛି ମହା-ସଂଯୋଗ ! ‘ବୁଧାଦିତ୍ୟ ଯୋଗରୁ ୪ ରାଶିଙ୍କ ଉପରେ ବର୍ଷିବ ଟଙ୍କା


ନୂଆଦିଲ୍ଲୀ ୦୯।୦୮; ଅଗଷ୍ଟ ୧୦ ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏହା ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ ଏକ ଅତ୍ୟନ୍ତ ବିରଳ ଓ ସଂଯୋଗ ଆଣି ଦେଇଛି। ଅଗଷ୍ଟ ୧୦ ତାରିଖରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଏବଂ ଜ୍ଞାନର ଗ୍ରହ ବୁଧ କର୍କଟ ରାଶିରେ ଏକତ୍ର ବିରାଜମାନ କରୁଛନ୍ତି। ଏହି ଦୁଇ ପ୍ରମୁଖ ଗ୍ରହର ମିଳନ ଦ୍ୱାରା ସୃଷ୍ଟି ହୋଇଛି ଶୁଭ ‘ବୁଧାଦିତ୍ୟ ରାଜଯୋଗ’। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଯୋଗ ଜ୍ଞାନ, ପଦ, ପ୍ରତିଷ୍ଠା ଏବଂ ଧନ ସମୃଦ୍ଧି ପ୍ରଦାନ କରିଥାଏ। ତେବେ ଶ୍ରାବଣ ସୋମବାରର ଉପବାସ ଏବଂ ଏହି ମାଙ୍ଗଳିକ ଯୋଗର ପ୍ରଭାବ କେଉଁ ରାଶିମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ, ଆସନ୍ତୁ ଜାଣିବା।

୧. ବୃଷ ରାଶି

ପ୍ରଥମେ ଆସିବା ବୃଷ ରାଶି କଥା। ଏହି ଯୋଗ ଆପଣଙ୍କ ତୃତୀୟ ଘରେ ଗଠିତ ହୋଇଛି। ଯାହା ଆପଣଙ୍କ ସାହସ, ବୀରତ୍ୱ ଏବଂ ଆତ୍ମବିଶ୍ୱାସକୁ ବହୁଗୁଣିତ କରିବ। ଭାଇଭଉଣୀଙ୍କର ପୂର୍ଣ୍ଣ ସମର୍ଥନ ମିଳିବା ସହ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଏବେ ଗତି ପାଇବ। କର୍ମଜୀବିମାନେ ନିଜର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା ପାଇବା ସହ ନୂତନ ସୁଯୋଗ ହାତେଇବେ।

୨. କର୍କଟ ରାଶି

ସୂର୍ଯ୍ୟ ଓ ବୁଧ ସିଧାସଳଖ ଆପଣଙ୍କ ନିଜ ରାଶି ଅର୍ଥାତ୍ ପ୍ରଥମ ଘରେ ସଂଯୋଗ କରୁଛନ୍ତି। ଯାହା ଆପଣଙ୍କ ବ୍ୟକ୍ତିତ୍ୱକୁ ଆହୁରି ଉଜ୍ଜ୍ୱଳ କରିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ପାଇବ ଏବଂ ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟୀମାନଙ୍କ ପାଇଁ ହଠାତ୍ କୌଣସି ଏକ ବଡ଼ ଚୁକ୍ତି ମିଳିବାର ସମ୍ଭାବନା ରହିଛି।

୩. କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ଏହି ଯୋଗ ଏକାଦଶ ଘରେ ଅର୍ଥାତ୍ ଲାଭ ସ୍ଥାନରେ ଗଠିତ ହେଉଛି। ଏହା ଆପଣଙ୍କ ଆୟରେ ଏକ ବଡ଼ ଧରଣର ବୃଦ୍ଧିକୁ ସୂଚିତ କରୁଛି। ପୁରୁଣା ନିବେଶ କିମ୍ବା ବ୍ୟବସାୟିକ ଚୁକ୍ତିନାମା ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ଦେବ। ବଡ଼ ଭାଇ ଏବଂ ଉପରିସ୍ଥ ଅଧିକାରୀଙ୍କ ମାର୍ଗଦର୍ଶନ ଆପଣଙ୍କ ପ୍ରଗତିର ପଥକୁ ସୁଗମ କରିବ।

୪. ବିଛା ରାଶି

ସେହିପରି ଭାଗ୍ୟର ନବମ ଘରେ ଏହି ଯୋଗ ଗଠିତ ହେଉଥିବାରୁ ବିଛା ରାଶିର ଲୋକଙ୍କ ସମସ୍ତ ସ୍ଥଗିତ କାର୍ଯ୍ୟ ଶେଷ ହେବ। ଉଚ୍ଚଶିକ୍ଷା କିମ୍ବା ଦୂର ଧାର୍ମିକ ଯାତ୍ରା ପାଇଁ ସୁଖଦ ସୁଯୋଗ ସୃଷ୍ଟି ହେବ। ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବା ସହ କ୍ୟାରିୟରରେ ଅଗ୍ରଗତିର ନୂଆ ଦ୍ୱାର ଖୋଲିବ।

ଏହି ମାଙ୍ଗଳିକ ଓ ଶୁଭ ପ୍ରଭାବକୁ ଆହୁରି ଅଧିକ ବଢ଼ାଇବା ପାଇଁ ଶ୍ରାବଣର ଦ୍ୱିତୀୟ ସୋମବାରରେ ଶିବଲିଙ୍ଗ ଉପରେ ଜଳ ଢାଳି ବେଲପତ୍ର ଅର୍ପଣ କରନ୍ତୁ। ଏହା ସହିତ “ଓମ୍ ନମଃ ଶିବାୟ” ଏବଂ “ଓମ୍ ବୁଧାଦିତ୍ୟ ନମଃ” ମନ୍ତ୍ର ଜପ କରିବା ସହ ତମ୍ବା ପାତ୍ରରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଓ ଚାଉଳ ଅର୍ପଣ କରନ୍ତୁ। ଭଗବାନ ଶିବ ଏବଂ ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ହେବ।



Source link

Leave A Reply

Your email address will not be published.