Voice of Eastern India

SAFF Championship 2026: ପାକିସ୍ତାନକୁ ହରାଇ ଐତିହାସିକ ବିଜୟ ହାସଲ କଲା ଭାରତ


ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଫୁଟବଲ୍‌ ଫେଡେରେସନ୍‌ ଚାମ୍ପିଅନସିପ୍‌-୨୦୨୬ ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରିଛି ଭାରତ । ଢାକାର ବଙ୍ଗବନ୍ଧୁ ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ଦମଦାର ପ୍ରତ୍ୟାବର୍ତ୍ତନ କରି ପାକିସ୍ତାନକୁ ମାତ ଦେଇ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହିତ ଭାରତ ପ୍ରଥମଥର ପାଇଁ କ୍ରମାଗତ ତୃତୀୟ ଥର ଏବଂ ମୋଟ ୧୦ ଥର SAFF ଚାମ୍ପିଅନସିପ୍ ଟ୍ରଫି ନିଜ ନାଁରେ କରିଛି।

ପ୍ରଥମାର୍ଦ୍ଧରେ ପାକିସ୍ତାନ ଦଳ ମୈଦାନରେ ନିଜର ଆଧିପତ୍ୟ ଜାହିର କରିଥିଲା। ମ୍ୟାଚ୍‌ର ପ୍ରଥମ ୪୫ ମିନିଟ୍ ମଧ୍ୟରେ ପାକିସ୍ତାନର ଖେଳାଳିମାନେ ଗେମ୍‌କୁ ନିୟନ୍ତ୍ରଣରେ ରଖିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ହେବାକୁ ମାତ୍ର କିଛି ସମୟ ବାକିଥିବା ବେଳେ ପାକିସ୍ତାନରଆଲମଗିର ଘାଜୀ ଏକ ଚମତ୍କାର କର୍ଲିଂ ଗୋଲ୍ ସ୍କୋର୍ କରି ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ପଛରେ ରହିଥିଲା ।

ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ର ମୋଡ଼ ବଦଳିଯାଇଥିଲା। ମ୍ୟାଚ୍‌ର ୫୯ତମ ମିନିଟ୍‌ରେ ପାକିସ୍ତାନର ଜୁନୈଦ ରେଡ୍ କାର୍ଡ ପାଇ ମଇଦାନରୁ ବାହାରକୁ ଯାଇଥିଲେ। ଦଳ ୧୦ ଜଣିଆ ହୋଇଯିବାରୁ ଭାରତ ଏହାର ସୁଯୋଗ ନେଇ ଆକ୍ରମଣକୁ ତୀବ୍ର କରିଥିଲା। ଭାରତର ସୁହେଲ ଅହମଦ ଭଟ୍ଟ ଚମତ୍କାର ଗୋଲ୍ ଦେଇ ଭାରତକୁ ୧-୧ ଗୋଲ୍‌ରେ ବରାବର ସ୍ଥିତିକୁ ଆଣିଥିଲେ । 

ମ୍ୟାଚ୍ ଶେଷ ହେବାକୁ ମାତ୍ର କିଛି ମିନିଟ୍ ବାକିଥିବା ବେଳେ ଭାରତ ପାଇଁ ବିଜୟୀ ଗୋଲ କରିଥିଲେ Sandip Mandi। ୮୭ତମ ମିନିଟ୍‌ରେ ଏକ କର୍ନର କିକ୍‌କୁ ସୁନ୍ଦର ଭାବେ ହେଡର୍ ମାଧ୍ୟମରେ ଗୋଲ୍‌ରେ ପରିଣତ କରି ୨୪ ବର୍ଷୀୟ ସନ୍ଦିପ ମଣ୍ଡି ଭାରତ ପାଇଁ ବିଜୟ ସୁନିଶ୍ଚିତ କରିଥିଲେ। ଏହି ଚମତ୍କାର ବିଜୟ ସହ ଭାରତୀୟ ଯୁବ ଦଳ ପୁଣିଥରେ ଦକ୍ଷିଣ ଏସୀୟ ଫୁଟବଲରେ ନିଜର ଦବଦରା ଜାହିର କରିଛନ୍ତି ।


 



Source link

Leave A Reply

Your email address will not be published.