Voice of Eastern India

Ratha Yatra 2026 : ଗୁରୁବାର ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା, ବୁଧବାର ରଥଖଳାକୁ ବିଜେ କରିବ ଆଜ୍ଞାମାଳ


ପୁରୀ ୧୫।୦୭ : ରାତିପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବୁଧବାର ଶ୍ରୀମନ୍ଦିରରେ ଉଭା ଯାତ୍ରା ଅନୁଷ୍ଠିତ ହେଉଛି। ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ ସର୍ବସାଧାରଣ ଦର୍ଶନ ଆଜି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି।

ତେବେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ସକାଳ ଧୂପ ନୀତି ଅନୁଷ୍ଠିତ ହେବ। ଏହାପରେ ଦିନ ୧୧ ଟା ୩୦ ବେଳେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ତିନି ବାଡର ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ରଥଖଳାକୁ ଆସିବେ। ପରେ ତିନି ରଥକୁ ଟଣାଯାଇ ସିଂହଦ୍ଵାର ସମ୍ମୁଖକୁ ନିଆଯିବ।

Also Read:-ଗଣିତ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲା ପରିବାର

ଗୁରୁବାର ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ। ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସମସ୍ତ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ଘୋଷଯାତ୍ରାକୁ କିଭଳି ସଫଳତାର ସହ ସମାପନ କରାଯିବ ସେନେଇ ସମସ୍ତ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ।



Source link

Leave A Reply

Your email address will not be published.