Voice of Eastern India

Poor girl wedding : ମୁସଲମାନ୍ ବାପାଙ୍କ ମହତ ପଣିଆ; ବାପା ଛେଉଣ୍ଡକୁ ଝିଅ କଲେ, ବାହା ଦେଲେ…


ବାଲିପାଟଣା : ଗରୀବ ଝିଅଟି। ବାପା ଚାଲି ଯିବା ପରେ ଚଳିବା ମୁସ୍କିଲ୍ ହୋଇ ପଡ଼ୁଥିଲା। ଏମିତିରେ ତାର ବାହାଘର କେମିତି ହେବ। ଟଙ୍କା ପଇସା କେଉଁଠୁ ଆସିବ ସେ ଚିନ୍ତା ସବୁବେଳେ ଘାରୁଥିଲା ପରିବାରକୁ। ହେଲେ କୁହନ୍ତି ନା ଯାହାର କେହି ନାହାନ୍ତି ତାର ଦଇବ ଅଛନ୍ତି। ଦେବଦୂତ ସାଜି ଆସିଲେ ସମାଜସେବୀ ଆଜାଦ୍ ଅଲ୍ଲୀ ଖାଁ। ଏହି ଗରୀବ କନ୍ୟାକୁ ଝିଅ କରି ନେଇ ତାର ବିବାହ କରାଇଛନ୍ତି।

ନିମାପଡ଼ା ଥାନା ଅନ୍ତର୍ଗତ ଗଡତୋରିଆ ଗାଁର ପୂଜା ନାୟକ। ତାଙ୍କ ବାପା ଆଠ ମାସ ପୂର୍ବେ ମୃତ୍ୟୁବରଣ କରିଥିଲେ । ଆର୍ଥିକ ସ୍ଥିତି ସୁଦୃଢ ନ ଥିବାରୁ ଝିଅକୁ ବାହା ଦେବା ପରିବାର ପକ୍ଷେ ସମ୍ଭବ ନଥିଲା। ଅନେକ ସମୟରେ ଏଥିପାଇଁ ସମସ୍ୟା ବି ଉପୁଜିଥିଲା । ସାହେବନଗର ଗ୍ରାମର ଯୁବ ସମାଜସେବୀ ଆଜାଦ ଏହା ଜାଣିବା ପରେ ପୂଜାକୁ ଝିଅ କରି ନେଇଥିଲେ । ଆଉ ତାର ବିବାହ ପାଇଁ ନିଜେ ବର ପାତ୍ର ଯୋଗାଡ କରିବା ସହ ବିବାହର ଆୟୋଜନ କରିଥିଲେ । ବିବାହର ସମସ୍ତ ଖର୍ଚ୍ଚ ବହନ କରିଥିଲେ ଆଜାଦ । ହିନ୍ଦୁ ରିତିନିତି ଅନୁଯାୟୀ ବାଲିପାଟଣା ଗିରିଙ୍ଗେଶ୍ଵରୀ ମନ୍ଦିର ପରିସରରେ ବିବାହ ସମ୍ପର୍ଣ୍ଣ ହୋଇଛି ।

Also Read- କେବେ ଚେତିବ ପୋଲିସ, ରାଜଧାନୀରେ ପୁଣି ବିଭତ୍ସ ହତ୍ୟାକାଣ୍ଡ

ଆଜିର ଦିନରେ ଯେଉଁଠି ନିଜର ବି ପଚାରୁ ନାହାନ୍ତି। ସେଠି ଜଣେ ଅଜଣା ଲୋକ ଝିଅଟିକୁ ଆପେଣେଇ  ଏଭଳି ଏକ ମହତ କାମ କରିବା ନିହାତି ଭାବେ ପ୍ରଶଂସନୀୟ। 



Source link

Leave A Reply

Your email address will not be published.