Voice of Eastern India

Odisha Emerges as AI Hub as HCLTech and Sarvam AI Commit ₹730 Crore Investment


ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ସଫଳତା। ରାଜ୍ୟରେ HCL Tech ଏବଂ Sarvam AI ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବିଶାଳ ପ୍ରକଳ୍ପ। ଏନେଇ ରାଜ୍ୟ ସରକାରଙ୍କ ସହ ସାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ MOU। ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବା ସହ ଭବିଷ୍ୟତର ଡାଟା ଦେଶ ଭିତରେ ହିଁ ସୁରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାର ନୂଆ ପରିଚୟ ଏବେ କେବଳ ଖଣି କିମ୍ବା ଷ୍ଟିଲ୍ ଶିଳ୍ପ ମଧ୍ୟରେ ସୀମିତ ନାହିଁ; ଆଇଟି ଓ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ରଚୁଛି ନୂଆ ଇତିହାସ। HCL Tech ଓ Sarvam AI ସହ ରାଜ୍ୟ ସରକାରଙ୍କ MOU ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, HCL Tech ଓଡ଼ିଶାରେ ଏକ ଗ୍ଲୋବାଲ୍ ଡେଲିଭରୀ ସେଣ୍ଟର ସ୍ଥାପନ କରିବ। ଏହାସହ HCL Tech ଏବଂ Sarvam AI ମିଳିତ ଭାବେ ରାଜ୍ୟରେ ଏକ ବିଶାଳ AI ପାର୍କ ପ୍ରତିଷ୍ଠା କରିବେ। ମୋଟ ୭୩୦ କୋଟି ଟଙ୍କା ନିବେଶରେ ୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ସ୍ୱଦେଶୀ AI କ୍ଷମତା ବୃଦ୍ଧି ଓ ଡାଟା ସୁରକ୍ଷା ଲକ୍ଷ୍ୟ ରଖାଯାଇଛି।

ଦିଲ୍ଲୀ ରୋଡ୍ ସୋ’ ସମୟରେ ମୁଖ୍ୟମନ୍ତ୍ରୀ HCL ପରିଦର୍ଶନ କରି ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଆଜି ବାସ୍ତବ ରୂପ ନେଇଛି ଏବଂ ସେମାନେ ଓଡ଼ିଶାକୁ ଆଇଟି ଓ AI ନିବେଶର ଗନ୍ତବ୍ୟ ସ୍ଥଳ ଭାବେ ବାଛିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୭୩୦ କୋଟି ଟଙ୍କାର ନିବେଶ ହେବା ସହ ୬ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ସବୁଠାରୁ ବଡ଼ କଥା ହେଉଛି, ଏହାଦ୍ୱାରା ଦେଶର ଡାଟା ଦେଶ ଭିତରେ ହିଁ ସୁରକ୍ଷିତ ରହିପାରିବ।

ବର୍ତ୍ତମାନ ଓଡ଼ିଶା ସରକାର କେବଳ ଷ୍ଟିଲ୍ କ୍ଷେତ୍ର ନୁହେଁ, ବରଂ ୧୬ଟି ଭିନ୍ନ ଭିନ୍ନ ସେକ୍ଟର ଉପରେ ସ୍ୱତନ୍ତ୍ର ଫୋକସ୍ ଦେଉଛନ୍ତି। ଏଥିମଧ୍ୟରେ ସେମିକଣ୍ଡକ୍ଟର ଏବଂ ଆଇଟି ସେକ୍ଟର ସବୁଠାରୁ ଆଗରେ ରହିଛି। ରାଜ୍ୟର ନୂଆ ଶିଳ୍ପ ନୀତି, ବିଶାଳ ଲ୍ୟାଣ୍ଡ ବ୍ୟାଙ୍କ ଏବଂ ସରଳ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଯୋଗୁଁ ଆଜି ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶା ଆଡ଼କୁ ଆକର୍ଷିତ ହେଉଛନ୍ତି।

HCL Tech ଓ Sarvam AI ର ଏହି ମିଳିତ ନିବେଶ ଓଡ଼ିଶାର ବୈଷୟିକ ଦୃଶ୍ୟପଟ୍ଟକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ରାଜ୍ୟର ମେଧାବୀ ଯୁବକଯୁବତୀଙ୍କୁ ନିଜ ମାଟିରେ ହିଁ ଅତ୍ୟାଧୁନିକ AI ଓ ଆଇଟି କ୍ଷେତ୍ରରେ କାମ କରିବାର ନୂଆ ସୁଯୋଗ ମିଳିବ।



Source link

Leave A Reply

Your email address will not be published.