Voice of Eastern India

Nitin Gadkari on E20 Fuel Myths: ଇଥାନଲ ପାଇଁ ରବର ୱାଶର୍ସ ଖରାପ ହେଉଥିଲେ ମାଗଣାରେ ବଦଳାଇପାରିବେ: ନୀତିନ ଗଡ଼କରୀ


ନୂଆଦିଲ୍ଲୀ: ଦେଶରେ ଇ-୨୦ ପେଟ୍ରୋଲ ନେଇ ପ୍ରବଳ ହୋହଲ୍ଲା ଜାରି ରହିଥିବା ବେଳେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପୁଣିଥରେ ମିଡିଆରେ ସ୍ପଷ୍ଟୀକରଣ ଦେଇଛନ୍ତି। ସୋସିଆଲ୍ ମିଡିଆରେ ହେଉଥିବା ଦାବିରେ କୌଣସି ସତ୍ୟତା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତ୍କାର ଦେଇ ଶ୍ରୀ ଗଡ଼କରୀ ଏକ ବଡ଼ ସୂଚନା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଇ-୨୦ ପେଟ୍ରୋଲ ପାଇଁ ଯେଉଁ ପୁରୁଣା ଗାଡ଼ିଗୁଡ଼ିକର ରବର ଖରାପ ହେଉଛି, ସର୍ଭିସିଂରେ ସେଗୁଡ଼ିକ ମାଗଣା ରିପ୍ଲେସ୍ କରିପାରିବେ। ପୁରୁଣା(୨୦୨୩ ପୂର୍ବରୁ କିଣାଯାଇଥିବା) ଗାଡ଼ିଗୁଡ଼ିକର ରବରକୁ ମାଗଣା ରିପ୍ଲେସ୍ କରିବାକୁ ଆମେ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛୁ ବୋଲି ଗଡ଼କରୀ କହିଛନ୍ତି। ତେବେ ମାଇଲେଜ କମିବା କଥା ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ସର୍ଭିସିଂ ବେଳେ ମାଗଣାରେ ବଦଳାଇପାରିବେ ରବର ୱାଶର୍ସ

ନୀତିନ ଗଡକରୀ ଇ-୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଇ-୨୦ ଇନ୍ଧନ ଯୋଗୁ କୌଣସି ଗାଡ଼ି ଖରାପ ହୋଇଥିବାର ପ୍ରମାଣ ନାହିଁ। ବରଂ ସୋସିଆଲ ମିଡିଆରେ ଯୋଜନାବଦ୍ଧ ଭାବେ ମିଥ୍ୟା ପ୍ରଚାର କରାଯାଉଛି। ଏପର୍ଯ୍ୟନ୍ତ ଇ-୨୦ ପେଟ୍ରୋଲ କାରଣରୁ ବନ୍ଦ ପଡ଼ିଥିବା ଗୋଟିଏ ମଧ୍ୟ ଗାଡ଼ି ମିଳିନାହିଁ ବୋଲି ସେ କହିଛନ୍ତି।

Also Read- ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍, ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ !

ତେବେ ଯେଉଁ ପୁରୁଣାଗାଡ଼ିକର ୱାଶର୍ସ ଖରାପ ହେଉଛି ସେମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଗଡକରୀ କହିଛନ୍ତି, ପୁରୁଣା ଗାଡ଼ିଗୁଡ଼ିକରେ ପୂର୍ବରୁ ଧାତୁର (ମେଟାଲ) ୱାଶର ବ୍ୟବହାର ହେଉଥିଲା। ବର୍ତ୍ତମାନ ସେଗୁଡ଼ିକ ସ୍ଥାନରେ ରବର ୱାଶର ଲଗାଯାଉଛି। ଅଟୋମୋବାଇଲ କମ୍ପାନୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ଗାଡ଼ି ସର୍ଭିସିଂ ସମୟରେ ଗ୍ରାହକଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ନ ନେଇ ଏହି ୱାଶର୍ସକୁ ମାଗଣାରେ ବଦଳାଇବେ।

ଆଲୋଚନା ବେଳେ ପେଟ୍ରୋଲ ଠାରୁ ଇଥାନଲର ପ୍ରଦର୍ଶନ ଭଲ ବୋଲି ଦର୍ଶାଇଛନ୍ତି ଗଡ଼କାରୀ। ସେ କହିଛନ୍ତି ଇଥାନଲର ଅକ୍ଟେନ୍ ନମ୍ବର ଅଧିକ ଥିବାରୁ ଏହାର ଆଣ୍ଟି-ନକିଂ ଗୁଣ ଉନ୍ନତ। ଫଳରେ ଇଞ୍ଜିନର ଶବ୍ଦ କମ୍ ହୁଏ। ଗଡକରୀ କହିଛନ୍ତି, ସେ ୨୦୦୪ ମସିହାରୁ ଏଥାନଲ ବ୍ୟବହାରକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ତେବେ ମାଇଲେଜ କମ୍ ହେବାର କାରଣ କହି ଗଡ଼କରୀ କହିଛନ୍ତି ଯେ ଇ-୨୦ ପେଟ୍ରୋଲ ବ୍ୟବହାର କଲେ ମାଇଲେଜ ସାମାନ୍ୟ କମିପାରେ, କାରଣ ପେଟ୍ରୋଲ ତୁଳନାରେ ଇଥାନଲର କ୍ୟାଲୋରିଫିକ ଭାଲ୍ୟୁ ବା ଶକ୍ତି କ୍ଷମତା କମ୍ ଥାଏ। ସେହିପରି ଦିଲ୍ଲୀ ଓ ମୁମ୍ବାଇ ପରି ସହରରେ ବାରମ୍ବାର ଟ୍ରାଫିକରେ ଅଟକି ଲୋ ଗିୟରରେ ଗାଡ଼ି ଚଲାଇବାରୁ ମାଇଲେଜ କମିଯାଏ। କିନ୍ତୁ ହାଇୱେରେ ପ୍ରାୟ ୧୦୦ କିମି ପ୍ରତିଘଣ୍ଟା ବେଗରେ ନିରନ୍ତର ଚାଲିଲେ ପାର୍ଥକ୍ୟ ସ୍ପଷ୍ଟ ଦେଖାଯିବ।

ସେହିପରି ଫ୍ଲେକ୍ସ-ଫ୍ୟୁଏଲ ଇଞ୍ଜିନରେ ସମସ୍ୟା ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ARAIର ରିପୋର୍ଟ ଅନୁଯାୟୀ, ବିଶେଷ ଭାବେ ପ୍ରସ୍ତୁତ ଫ୍ଲେକ୍ସ-ଫ୍ୟୁଏଲ ଇଞ୍ଜିନରେ ମାଇଲେଜ ସମସ୍ୟା ଦେଖାଯାଏ ନାହିଁ। ଦେଶର ପ୍ରାୟ ୧୨ ଟି କମ୍ପାନୀ ଏବେ ଫ୍ଲେକ୍ସ-ଫ୍ୟୁଏଲ ମଡେଲ ଉପରେ କାମ କରୁଛନ୍ତି।

ଆଲୋଚନା ବେଳେ ବ୍ରାଜିଲ ମଡେଲ ଓ ଲିଟର ପ୍ରତି ₹୭୫ ଟଙ୍କା ଇଥାନଲ ବିଷୟରେ ଗଡକରୀ କହିଛନ୍ତି ଯେ ବ୍ରାଜିଲ ୧୯୭୦ ମସିହାରୁ ୨୭% ଏଥାନଲ ବ୍ଲେଣ୍ଡ ଇନ୍ଧନ ବ୍ୟବହାର କରୁଛି। ଭାରତ ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାହକଙ୍କୁ ବିଭିନ୍ନ ମୂଲ୍ୟରେ ଫ୍ୟୁଏଲ ବ୍ଲେଣ୍ଡର ବିକଳ୍ପ ଉପଲବ୍ଧ କରାଇବା। ବର୍ତ୍ତମାନ ଏଥାନଲର ମୂଲ୍ୟ ପ୍ରାୟ ୭୫ ଟଙ୍କା ପ୍ରତି ଲିଟର ରହିଛି।

Also Read- ଡାଇବେଟିସ୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱାସନା: ଏଣିକି ପ୍ରତିଦିନ ନୁହେଁ, ସପ୍ତାହକୁ ଥରେ ନେବାକୁ ହେବ ଇନ୍ସୁଲିନ୍

 



Source link

Leave A Reply

Your email address will not be published.