ଭଦ୍ରକ ୩୧।୧୦: ଜାତୀୟ ରାଜପଥ କଡ଼ରୁ ହଟିବ ବାଣ ଦୋକାନ । ବେଆଇନ ବାଣ ବିକ୍ରି ଉପରେ ଲାଗିବ ରୋକ୍ । ବାଣ ମହଜୁଦ ରଖିଲେ ବି ହେବ କାର୍ଯ୍ୟାନୁଷ୍ଠନ । ନିର୍ଦ୍ଦେଶ ଉଲ୍ଲଂଘନ କଲେ ମିଳିବ ଆଇନ ଅନୁଯାୟୀ ଦଣ୍ଡ । ଭଦ୍ରକ ଜିଲ୍ଲାପାଳ ଦେଇଛନ୍ତି ଏଭଳି ନିର୍ଦ୍ଦେଶ ।
ଭଦ୍ରକ ଜଗନ୍ନାଥପୁର ଅଣ୍ଡରପାସ୍ ନିକଟରେ ବେଆଇନ ବାଣ ବାଣ ବିକ୍ରି କିମ୍ବା ମହଜୁଦ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବେଆଇନ ଭାବେ ବାଣ ଦୋକାନ ଖୋଲିବା, ବାଣ ମହଜୁଦ ରଖିବା ଓ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ଭଦ୍ରକ ଉପଜିଲ୍ଲାପାଳ ।
Also Read:- କନ୍ଧମାଳରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନ ପରେ ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ
ଏଥିସହିତ ବାଣ ବିକ୍ରି କିମ୍ବା ମହଜୁଦ ରଖିବା ଉଦ୍ଦେଶ୍ୟରେ ଉକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ସମସ୍ତ ବେଆଇନ ଅସ୍ଥାୟୀ ଷ୍ଟଲ୍, କାଉଣ୍ଟର ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷେଧାଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ଓ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
Watch Video:
